Hanuma Vihari Injury: ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ଗୁରୁତର ଆହତ ହେଲେ ଏହି ଖେଳାଳି
Advertisement

Hanuma Vihari Injury: ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ଗୁରୁତର ଆହତ ହେଲେ ଏହି ଖେଳାଳି

Hanuma Vihari Injury: ଅଷ୍ଟ୍ରେଲିଆ ଦଳ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତରେ ଆସୁଛି । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଏକ ଖରାପ ଖବର ଆସୁଛି । ଭାରତୀୟ କ୍ରିକେଟ୍ ଦଳର ଦମଦାର୍ ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ଗୁରୁତର ଆହତ ହୋଇଛନ୍ତି । ଏହି ଖେଳାଳି ବାଉନ୍ସର ବଲରେ ନିଜକୁ ଆଘାତ କରାଇ ବସିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆଘାତ ଯୋଗୁଁ ତାଙ୍କ ହାତରେ ଫ୍ୟାକ୍ଚର ମଧ୍ୟ ହୋଇଯାଇଛି ।

Hanuma Vihari Injury: ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ଗୁରୁତର ଆହତ ହେଲେ ଏହି ଖେଳାଳି

Ranji Trophy 2023 Hanuma Vihari Injury: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-20 ସିରିଜ୍ (IND vs NZ T20 Series) ଖେଳୁଛି । ଏହା ପରେ ଅଷ୍ଟ୍ରେଲିଆ ଦଳ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ପାଇଁ ଭାରତ ଗସ୍ତରେ ଆସୁଛି । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ଖରାପ ଖବର ଆସୁଛି । ଭାରତୀୟ କ୍ରିକେଟ୍ ଦଳର ଦମଦାର୍ ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ଗୁରୁତର ଆହତ ହୋଇଛନ୍ତି । ଏହି ଖେଳାଳି ବାଉନ୍ସର ବଲରେ ନିଜକୁ ଆଘାତ କରାଇ ବସିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆଘାତ ଯୋଗୁଁ ତାଙ୍କ ହାତରେ ଫ୍ୟାକ୍ଚର ମଧ୍ୟ ହୋଇଯାଇଛି ।

ରଣଜୀ ଟ୍ରଫି ୨୦୨୨-୨୩ (Ranji Trophy 2022-23) ର କ୍ୱାର୍ଟର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଛି । ଏହି ସମୟରେ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ଦଳ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ୍ ସମୟରେ ଆନ୍ଧ୍ରପ୍ରଦେଶ ଦଳର ଅଧିନାୟକ ହନୁମା ବିହାରୀ (Hanuma Vihari) ଗୁରୁତର ଆହତ ହୋଇଛନ୍ତି । ସେ ମଧ୍ୟପ୍ରଦେଶର ଦ୍ରୁତ ବୋଲର ଆଭେଶ ଖାନ (Avesh Khan) ଙ୍କ ବାଉନ୍ସର୍ ଦ୍ୱାରା ଆହତ ହୋଇଛନ୍ତି । ଏହି ଆଘାତ ଯୋଗୁଁ ତାଙ୍କୁ ରିଚାୟର୍ଡ ହର୍ଟ ନେବା ପରେ ବାହାରକୁ ଯିବାକୁ ପଡିଥିଲା । ଏବେ ଖବର ଆସୁଛି ଯେ ତାଙ୍କ ଆଘାତ ବଡ ଧରଣର ଓ ତାଙ୍କ ହାତରେ ଫ୍ୟାକ୍ଚର ହେବା କଥା ସାମ୍ନାକୁ ଆସିଛି । ଏହି ଆଘାତ ଯୋଗୁଁ ସେ ଏବେ ଦୀର୍ଘ ସମୟ ଧରି ପଡ଼ିଆରୁ ବାହାର ରହିପାରନ୍ତି ।

ଯେତେବେଳେ ହନୁମା ବିହାରୀ (Hanuma Vihari) ଆହତ ହୋଇଥିଲେ, ସେତେବେଳେ ସେ ୩୭ ବଲରେ ୧୬ ରନ୍ ସ୍କୋର କରି ଖେଳୁଥିଲେ । ଆଘାତ ପରେ ସେ ପଡିଆରେ ଆଣ୍ଠୁମାଡି ବସି ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ । ହନୁମା ବିହାରୀ ମଧ୍ୟ ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆଉ ବ୍ୟାଟିଂ କରିପାରିନଥିଲେ । ଆମେ ଆପଣଙ୍କୁ କହି ରଖୁଛୁ ଯେ,  ଏହି ସମୟରେ ଉଭୟ ହନୁମା ବିହାରୀ ଓ ଆବେଶ ଖାନ ଟିମ୍ ଇଣ୍ଡିଆରୁ ବାହାର ଚାଲୁଛନ୍ତି ।

ଅଧିକ ପଢ଼ନ୍ତୁ:-ଇଶାନ କିଶାନଙ୍କ ସ୍ଥାନରେ ତୃତୀୟ ଟି-20 ମ୍ୟାଚରେ ଖେଳିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ!

୨୯ ବର୍ଷୀୟ ହନୁମା ବିହାରୀ (Hanuma Vihari) ୧୬ଟି ଟେଷ୍ଟରେ ୩୩.୫୬ ଏଭେରେଜରେ ୮୩୯ ରନ୍ କରିଛନ୍ତି । ଭାରତ ପାଇଁ ଟେଷ୍ଟ କ୍ରିକେଟରେ ହନୁମା ବିହାରୀ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ହନୁମା ବିହାରୀ ମଧ୍ୟ ପାଞ୍ଚଟି ୱିକେଟ୍ ନେଇଛନ୍ତି । ହନୁମା ବିହାରୀ ଚଳିତ ବର୍ଷ ଜୁଲାଇରେ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରେ ହନୁମା ବିହାରୀ ଫ୍ଲପ୍ ପ୍ରମାଣିତ ହୋଇଥିଲେ । ଇଂଲଣ୍ଡ ବିପକ୍ଷରେ ବର୍ମିଂହାମରେ ହନୁମା ବିହାରୀ ପ୍ରଥମ ଇନିଂସରେ ମାତ୍ର ୨୦ ରନ୍ ଓ ଦ୍ୱିତୀୟ ଇନିଂସରେ ମାତ୍ର ୧୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏହି ମ୍ୟାଚ୍ ପରଠାରୁ ସେ ଦଳକୁ ଫେରିପାରି ନାହାଁନ୍ତି ।