'ମୋତେ ଅଧିନାୟକତ୍ୱ ମିଳିଲା ନାହିଁ କାରଣ BCCI ରେ ମୋତେ ସମର୍ଥନ କରିବାକୁ କେହି ନଥିଲେ'
Advertisement

'ମୋତେ ଅଧିନାୟକତ୍ୱ ମିଳିଲା ନାହିଁ କାରଣ BCCI ରେ ମୋତେ ସମର୍ଥନ କରିବାକୁ କେହି ନଥିଲେ'

ନିକଟରେ ହରଭଜନ ସିଂ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେବେଠାରୁ ସେ ଖୋଲାଖୋଲି ଭାବେ ନିଜ ମନର କଥା ରଖୁଛନ୍ତି । ଜି ନ୍ୟୁଜ ସହ ଏକ ସାକ୍ଷାତକାରରେ ଭାରତୀୟ ଦଳର ଅଧିନାୟକତ୍ୱ ନ ହେବା ନେଇ ସେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି ।

'ମୋତେ ଅଧିନାୟକତ୍ୱ ମିଳିଲା ନାହିଁ କାରଣ BCCI ରେ ମୋତେ ସମର୍ଥନ କରିବାକୁ କେହି ନଥିଲେ'

ନୂଆଦିଲ୍ଲୀ: ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ (Harbhajan Singh) ନିକଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେବେଠାରୁ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଚାଲିଛି । ତାଙ୍କର ରାଜନୀତିରେ ପ୍ରବେଶକୁ ନେଇ ମଧ୍ୟ ଆଲୋଚନା ହେଉଛି । ତେବେ ବର୍ତ୍ତମାନ ସମୟରେ ରାଜନୀତିରେ ଯୋଗଦେବା ପାଇଁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ହରଭଜନ ସ୍ପଷ୍ଟ କରିଛନ୍ତି । କିନ୍ତୁ ଯେତେବେଳେ ବି ଏହି ନିଷ୍ପତ୍ତି ନେବେ ସେତେବେଳେ ପ୍ରଥମେ ନିଜ ପ୍ରଶଂସକମାନଙ୍କୁ ଏହି ସୂଚନା ଦେବେ ବୋଲି ସେ କହିଛନ୍ତି । ଏହା ସହିତ ଏହି ବୋଲର ମଧ୍ୟ ନିଜ କ୍ରିକେଟ୍ କ୍ୟାରିୟର, ବିବାଦ ଏବଂ ଅଧିନାୟକତ୍ୱ ସମ୍ବନ୍ଧୀୟ ଅନେକ ପ୍ରଶ୍ନ ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି । 

ଟିମ୍ ଇଣ୍ଡିଆର (Team India) ଅଧିନାୟକତ୍ୱ ନ ମିଳିବା ସହ ZEE NEWS କୁ ଦେଇଥିବା ଏକ ସାକ୍ଷାତକାରରେ ହରଭଜନ ସିଂ କହିଛନ୍ତି ଯେ ଏହା ନୁହେଁ ଯେ ମୋତେ ଅଧିନାୟକତ୍ବ କରିବା ଆସେନାହିଁ କିମ୍ବା ଏହା ପାଇଁ ମୁଁ ଯୋଗ୍ୟ ନୁହେଁ । ପଞ୍ଜାବରୁ ମୋର କେହି ନଥିଲେ ଯିଏ ବିସିସିଆଇରେ ଏକ ଉଚ୍ଚ ପଦବୀରେ ରହିବେ ଏବଂ ଅଧିନାୟକ ପାଇଁ ମୋତେ ସମର୍ଥନ କରିପାରିବେ । ଯଦି ଏହା ହୋଇଥାନ୍ତା, ବୋଧହୁଏ ମୁଁ ଟିମ୍ ଇଣ୍ଡିଆର ଅଧିନାୟକ ପଦ ମଧ୍ୟ ପାଇଥା’ନ୍ତି । ଯଦି ମୁଁ ଏହି ଦାୟିତ୍ୱ ପାଇଥା’ନ୍ତି, ତେବେ ମୁଁ ମୋର ଶ୍ରେଷ୍ଠତା ଦେଇଥା’ନ୍ତି । ଜଣେ ସିନିୟର ଖେଳାଳୀ ଭାବରେ ମୁଁ ମୋର ସମସ୍ତ ଅଧିନାୟକଙ୍କୁ ସର୍ବଦା ସମର୍ଥନ କରିଛି ।'

ଏହି ପୂର୍ବତନ ଅଫ୍ ସ୍ପିନର ଆହୁରି ମଧ୍ୟ କହିଛନ୍ତି ଯେ ବିସିସିଆଇରେ ଏପରି କୌଣସି ଅଫିସର ନାହାଁନ୍ତି ଯିଏ ମୋତେ ଅଧିନାୟକତ୍ୱ ପାଇଁ ସମର୍ଥନ କରିପାରିବେ । ସେଥିପାଇଁ ମୁଁ କେବେ ସୁଯୋଗ ପାଇଲି ନାହିଁ ।

ମୋ ପାଇଁ ଶ୍ରେଷ୍ଠ ଅଧିନାୟକ: ଗାଙ୍ଗୁଲି 
ଆପଣ ଅନେକ କ୍ୟାପଟେନଙ୍କ ସହିତ ଖେଳିଛନ୍ତି? ଆପଣ କ'ଣ ଭାବୁଛନ୍ତି ସେମାନଙ୍କ ମଧ୍ୟରେ ସର୍ବୋତ୍ତମ ଅଧିନାୟକ କିଏ? ଏହାର ଜବାବରେ ହରଭଜନ କହିଛନ୍ତି, ସୌରଭ ଗାଙ୍ଗୁଲି ମୋ ପାଇଁ ଶ୍ରେଷ୍ଠ ଅଧିନାୟକ ଥିଲେ । ସେତେବେଳେ ସେ ମୋତେ ଚୟନ କରିଥିଲେ ଯେତେବେଳେ ମୁଁ ଦଳରୁ ବାହାରେ ଥିଲି । ୨୦୦୧ ଅଷ୍ଟ୍ରେଲିଆ ସିରିଜରେ ମୁଁ ଏକ ସୁଯୋଗ ପାଇଲି । ମୁଁ ଏହି ସିରିଜରେ ୩୨ ୱିକେଟ୍ ନେଇଥିଲି ଓ ଭାରତରୁ ପ୍ରଥମ ବୋଲର ହୋଇ ଟେଷ୍ଟ୍ ହ୍ୟାଟ୍ରିକ୍ ନେଇଥିଲି । ଏହା ପରେ ମହେନ୍ଦ୍ର ସିଂ ଧୋନି ଅଧିନାୟକ ହୋଇଥିଲେ, ତା’ପରେ ସେ ଦଳକୁ ମଧ୍ୟ ଭଲ ଭାବରେ ପରିଚାଳନା କରିଥିଲେ । ଧୋନି ୨୦୧୧ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ । ଭାରତ ମଧ୍ୟ ବିଶ୍ୱ ଚାମ୍ପିୟନ ହୋଇଛି । ତଥାପି, ମୁଁ ଗାଙ୍ଗୁଲିଙ୍କ ଅଧିନାୟକତ୍ୱକୁ ଅଧିକ ପସନ୍ଦ କରେ । କାରଣ ଜଣେ ବୋଲର ଭାବରେ ସେ ମୋତେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ସେଥିପାଇଁ ମୁଁ ଜଣେ ଭଲ ବୋଲର ହୋଇପାରିଲି ।

'ଯଦି ମୁଁ ଅଧିନାୟକ ହୋଇଥାନ୍ତି ତେବେ ମୁଁ ୨୦୧୫ ରେ ଅବସର ନେଇଥାନ୍ତି'
ଯଦି ଆପଣ ଅଧିନାୟକ ହୋଇଥାନ୍ତେ, ତେବେ ଆପଣ ୨୦୨୦ ପର୍ଯ୍ୟନ୍ତ ଖେଳିଥାନ୍ତେ କି? ଏହି ପ୍ରଶ୍ନର ଉତ୍ତରରେ ପୂର୍ବତନ ଅଫ୍ ସ୍ପିନର କହିଥିଲେ ଯେ ମୋତେ ଏତେ ଦିନ ଖେଳିବାକୁ ପଡି ନଥାନ୍ତା । ମୁଁ ନିଜେ ୨୦୧୫-୧୬ ରେ କ୍ରିକେଟକୁ ବିଦାୟ ଦେଇଥାନ୍ତି । ମୁଁ ୨୦୧୫-୧୬ ପର୍ଯ୍ୟନ୍ତ ଖେଳିବାକୁ ଏବଂ ଟେଷ୍ଟ କ୍ରିକେଟ୍ ରେ ମୋର ୫୦୦ ୱିକେଟ୍ ସଂପୂର୍ଣ୍ଣ କରିବାକୁ ଚାହୁଁଥିଲି । ଏହା ପରେ ମୁଁ ଅବସର ନେବି ଭାବିଥିଲି । କିନ୍ତୁ ସବୁକିଛି ସର୍ବଦା ଆପଣଙ୍କ ସପକ୍ଷରେ ରହିବ, ଏହା ହୁଏ ନାହିଁ । କିନ୍ତୁ ଯାହା ଘଟିଲା, ଭଲ ପାଇଁ ଘଟିଲା । ଏହି ସମୟ ମଧ୍ୟରେ ମୁଁ ଭଲ ଏବଂ ଖରାପ ଜାଣିବାକୁ ପାଇଲି ।