IND vs NZ 1st ODI: ଶ୍ରେୟସ୍ ଆୟରଙ୍କ ପରେ ବର୍ତ୍ତମାନ ଏହି ଖେଳାଳି ମଧ୍ୟ ପ୍ରଥମ ଦିନିକିଆରୁ ହେଲେ ବାହାର
Advertisement

IND vs NZ 1st ODI: ଶ୍ରେୟସ୍ ଆୟରଙ୍କ ପରେ ବର୍ତ୍ତମାନ ଏହି ଖେଳାଳି ମଧ୍ୟ ପ୍ରଥମ ଦିନିକିଆରୁ ହେଲେ ବାହାର

IND vs NZ 1st ODI: ଆହତ କାରଣରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି । ଏସବୁ ମଧ୍ୟରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରୁ ଆଉ ଏକ ବଡ ମ୍ୟାଚ୍ ୱିନର ଖେଳାଳିଙ୍କୁ ବାହାର କରାଯାଇଛି । 

IND vs NZ 1st ODI: ଶ୍ରେୟସ୍ ଆୟରଙ୍କ ପରେ ବର୍ତ୍ତମାନ ଏହି ଖେଳାଳି ମଧ୍ୟ ପ୍ରଥମ ଦିନିକିଆରୁ ହେଲେ ବାହାର

India vs New Zealand 1st ODI: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ର ପ୍ରଥମ ମ୍ୟାଚ୍ (IND vs NZ 1st ODI) ଆଜି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରେ ଖେଳାଯିବ । ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର (Shreyas Iyer) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି । ଏସବୁ ମଧ୍ୟରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରୁ ଆଉ ଏକ ବଡ ମ୍ୟାଚ୍ ୱିନର ଖେଳାଳିଙ୍କୁ ବାହାର କରାଯାଇଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ବୁଧବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । 

ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ସ୍ପିନ୍ ବୋଲର ଇଶ୍ ସୋଡି ଏହି ମ୍ୟାଚରୁ ବାଦ ପଡିଛନ୍ତି । ଆହତ କାରଣରୁ ଇଶ ସୋଡି (Ish Sodhi) ମଧ୍ୟ ଏହି ମ୍ୟାଚରେ ଖେଳିବାକୁ ସକ୍ଷମ ହେବେ ନାହିଁ । ଏଠାରେ କହି ରଖୁଛୁ ଯେ, ଏହି ODI ସିରିଜରେ ଟମ୍ ଲାଥାମ (Tom Latham)ନ୍ୟୁଜିଲ୍ୟାଣ୍ଡ ଦଳର ନେତୃତ୍ୱ ନେଉଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ ଇଶ ସୋଡିଙ୍କ ଉପରେ ଏହି ବଡ଼ ଅପଡେଟ୍ ଦେଇଛନ୍ତି । ଟମ ଲାଥାମ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଇଶ ସୋଡି ଆହତ କାରଣରୁ ପ୍ରଥମ ମ୍ୟାଚରେ ଖେଳି ପାରିବେ ନାହିଁ ।

ଭାରତ ବିପକ୍ଷ ଏହି ଦିନିକିଆ ସିରିଜରେ କେନ୍ ୱିଲିୟମ୍ସନ୍ ଓ ଦ୍ରୁତ ବୋଲର ଟିମ୍ ସାଉଥୀ ନ୍ୟୁଜିଲ୍ୟାଣ୍ଡ ଦଳର ଅଂଶ ନୁହଁନ୍ତି । ଏହି ଉଭୟ ଖେଳାଳି ପାକିସ୍ତାନ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଏହି ଦୁଇ ଖେଳାଳିଙ୍କୁ ଭାରତ ବିପକ୍ଷରେ ବିଶ୍ରାମ ଦିଆଯାଇଛି । ନିକଟ ଅତୀତରେ ଟିମ୍ ସାଉଥୀଙ୍କୁ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଦଳର ଅଧିନାୟକ ମଧ୍ୟ କରାଯାଇଛି । ଏହି ଉଭୟ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନାକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି ।

ଏଠାରେ କହି ରଖୁଛୁ ଯେ, ୩୦ ବର୍ଷୀୟ ଇଶ୍ ସୋଡି ନ୍ୟୁଜିଲ୍ୟାଣ୍ଡ ପାଇଁ ଏପର୍ଯ୍ୟନ୍ତ ୧୯ଟି ଟେଷ୍ଟ, ୩୯ଟି ODI ଏବଂ ୮୮ ଟି-20 ମ୍ୟାଚ୍ ଖେଳିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଟେଷ୍ଟରେ ୫୪ ୱିକେଟ୍, ODI ରେ ୫୧ ୱିକେଟ୍ ଏବଂ ଟି-20 ରେ ମୋଟ ୧୧୧ ୱିକେଟ୍ ନେଇଛନ୍ତି । ବିରାଟ କୋହଲିଙ୍କ ବିରୋଧରେ ଇଶ୍ ସୋଡିଙ୍କ ନମ୍ୱର ମଧ୍ୟ ଭଲ ରହିଛି । ସେ ଏପର୍ଯ୍ୟନ୍ତ ୬ଟି ଇନିଂସରେ ବିରାଟ କୋହଲିଙ୍କୁ ୩ ଥର ଆଉଟ୍ କରିଛନ୍ତି ।

ଅଧିକ ପଢ଼ନ୍ତୁ:- ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ପରିବାରକୁ ଲାଗିଲା ଆଉ ଏକ ଝଟକା, ଏହି ପ୍ରିୟ ସଦସ୍ୟ ଛାଡ଼ିଲା ଦୁନିଆ

ଅଧିକ ପଢ଼ନ୍ତୁ:-ବିରାଟ କୋହଲି ୭୪ତମ ଶତକ ଲଗାଇବା ମାତ୍ରେ ଫ୍ୟାନ୍ ନେଲେ ଏହି ବଡ଼ ପଦକ୍ଷେପ, ପୂରଣ କଲେ ଏହି ପ୍ରତିଶ୍ରୁତି

ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ? ରୋହିତ ଶର୍ମା ଦେଲେ ଏହି ଜବାବ

ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ଦଳ

ଟମ୍ ଲାଥାମ୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମାନ, ଡିଭନ୍ କନୱେ, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ଡଗ୍ ବ୍ରେସୱେଲ, ଆଡାମ ମିଲନେ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଇଶ ସୋଡି, ଏଚ୍ ସିପ୍ଲି ।