ପାକିସ୍ତାନକୁ ପରାସ୍ତ କରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ
Advertisement

ପାକିସ୍ତାନକୁ ପରାସ୍ତ କରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

IND vs PAK Asia Cup 2022: ଭାରତୀୟ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma) ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ବଡ଼ ଇନିଂସ ଖେଳିପାରିନଥିଲେ । ସେ ଗୋଟିଏ ଛକା ସମେତ ୧୨ ରନ୍ ସ୍କୋର କରିଥିଲେ । 

ପାକିସ୍ତାନକୁ ପରାସ୍ତ କରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: IND vs PAK Asia Cup 2022: ଏସିଆ କପ (Asia Cup 2022) ରେ ଭାରତୀୟ ଦଳ (Team India) ପାକିସ୍ତାନ (Pakistan Team) କୁ ପରାସ୍ତ କରିଛି । ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା  (Hardik Pandya) ଓ ଭୁବନେଶ୍ୱର କୁମାର  (Bhuvneshwar Kumar) ଭାରତ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଛନ୍ତି । ପାକିସ୍ତାନକୁ ପରାସ୍ତ କରି ଅଧିନାୟକ ରୋହିତ ଶର୍ମା (Rohit Sharma) ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଓ ସେ ବିରାଟ କୋହଲି (Virat Kohli) ଙ୍କ ସହ ବରାବର କରିନେଇଛନ୍ତି ।

ଭାରତୀୟ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma) ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ବଡ଼ ଇନିଂସ ଖେଳିପାରିନଥିଲେ । ସେ ଗୋଟିଏ ଛକା ସମେତ ୧୨ ରନ୍ ସ୍କୋର କରିଥିଲେ । ମାତ୍ର ୧୨ ରନ୍ କରିବା ମାତ୍ରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ ବନି ଯାଇଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଦେଇଛନ୍ତି । ୧୩୩ଟି ମ୍ୟାଚରେ ରୋହିତ ଶର୍ମା ୩,୪୯୯ ରନ୍ କରିଛନ୍ତି । ଏଥି ସହିତ ମାର୍ଟିନ ଗୁପଟିଲ ୧୨୧ଟି ମ୍ୟାଚରେ ୩,୪୯୭ ରନ୍ କରିଛନ୍ତି ।

ସେହିପରି ବିରାଟ କୋହଲି  (Virat Kohli) ୫୦ଟି ମ୍ୟାଚରେ ଅଧିନାୟକ ଭାବରେ ଭାରତ ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ଟିମ୍ ଇଣ୍ଡିଆ ୩୦ଟି ମ୍ୟାଚ୍ ଜିତିଛି । ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିବା ମାତ୍ରେ ରୋହିତ ଶର୍ମା (Rohit Sharma) କୋହଲି  (Virat Kohli) ଙ୍କ ବରାବର କରିନେଇଛନ୍ତି। ରୋହିତ ଶର୍ମା (Rohit Sharma) ୩୬ଟି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ସେ ୩୦ଟି ମ୍ୟାଚ ଜିତିଥିବାବେଳେ ୬ଟି ମ୍ୟାଚରେ ହାରିଛନ୍ତି । ରୋହିତ (Rohit Sharma) ବର୍ତ୍ତମାନ ବିରାଟ କୋହଲିଙ୍କ ସହ ଟି-20 କ୍ରିକେଟର ମିଳିତ ଦ୍ୱିତୀୟ ସଫଳ ଅଧିନାୟକ ହୋଇପାରିଛନ୍ତି । ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି (MS Dhoni), ଯାହାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୪୧ଟି ଟି-20 ମ୍ୟାଚ୍ ଜିତିଛି ।

ଏହା ବି ପଢ଼ନ୍ତୁ:-ସର୍ଭେ: ଗୁଜୁରାଟରେ ହେବ ବଡ଼ ପରିବର୍ତ୍ତନ, ଜାଣନ୍ତୁ ବିଜେପି ପୁଣି ଗଢ଼ିବ ସରକାର ନା ଆମ୍ ଆଦମୀ ପାର୍ଟି ବିଗାଡ଼ିବ ଖେଳ

ଏହା ବି ପଢ଼ନ୍ତୁ:-ଏହା ବି ପଢ଼ନ୍ତୁ:-ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଲାଗିଲା ଆଉ ଏକ ବଡ଼ ଝଟକା, ଦଳ ଛାଡ଼ିଲେ ଏହି ବରିଷ୍ଠ ନେତା; ରାହୁଲ ଗାନ୍ଧୀଙ୍କୁ ବି କଲେ ଟାର୍ଗେଟ

ଏହା ବି ପଢ଼ନ୍ତୁ:-ଯଦି ହେମନ୍ତ ସୋରେନଙ୍କ ଗାଦି ଯାଏ ତ କିଏ ହେବେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? କଂଗ୍ରେସ ଦେଲେ ବଡ଼ ବୟାନ

ଏସିଆ କପ୍ ମ୍ୟାଚରେ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଭାରତକୁ ଜିତିବା ପାଇଁ ପାକିସ୍ତାନ ୧୪୮ ରନର ଲକ୍ଷ୍ୟ ମିଳିଥିଲା, ଯାହା ଭାରତ ୫ ୱିକେଟ୍ ହରାଇ ହାସଲ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ଭୁବନେଶ୍ୱର କୁମାର ୪ଟି, ହାର୍ଦ୍ଦିକ ପାଣ୍ଡ୍ୟା ୩ ୱିକେଟ୍ ନେଇଛନ୍ତି । ଏହି ସମୟରେ ଅର୍ଶଦୀପ ସିଂ ୨ ୱିକେଟ୍ ନେଇଛନ୍ତି ଓ ଗୋଟିଏ ୱିକେଟ୍ ଆବେଶ ଖାନଙ୍କ ଖାତାକୁ ଯାଇଥିଲା । ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ଭାରତ ପାଇଁ ୩୫-୩୫ ରନ୍ ସଂଗ୍ରହ କରିଥିଲେ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତକୁ ବିଜୟ ପ୍ରଦାନ କରିଥିଲେ ।