)
India vs South Africa Boxing Day Test, Day 1: କେ.ଏଲ୍ ରାହୁଲ (KL Rahul) ସେଞ୍ଚୁରିଅନରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା (India vs South Africa) ମଧ୍ୟରେ ପ୍ରଥମ ଟେଷ୍ଟରେ ଇତିହାସ ସୃଷ୍ଟି କରିଛନ୍ତି । ବକ୍ସିଂ ଡେ ଟେଷ୍ଟର (Boxing Day Test) ପ୍ରଥମ ଇନିଂସରେ ଶତକ ହାସଲ କରିବା ମାତ୍ରେ ସେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ । ବାସ୍ତବରେ ସେ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ଓପନର୍ ହୋଇଛନ୍ତି । ଏହାପୂର୍ବରୁ ୨୦୦୭ ରେ ୱାସିମ ଜାଫର ଆଫ୍ରିକୀୟ ମାଟିରେ ଏକ ଶତକ ହାସଲ କରିଥିଲେ ।
ଦକ୍ଷିଣ ଆଫ୍ରିକା ମାଟିରେ ରାହୁଲଙ୍କ ପ୍ରଥମ ଶତକ
କହି ରଖୁଛୁ ଯେ ଦକ୍ଷିଣ ଆଫ୍ରିକାର କେ.ଏଲ୍ ରାହୁଲଙ୍କର ଏହା ପ୍ରଥମ ଶତକ । ଏହି ସହ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସପ୍ତମ ଶତକ । କୌତୁହଳର ବିଷୟ ହେଉଛି ରାହୁଲଙ୍କ ଟେଷ୍ଟ କ୍ୟାରିୟରରେ ୬ ଟି ଶତକ ବିଦେଶୀ ମାଟିରୁ ଆସିଛି । ରାହୁଲ ନିଜ ଟେଷ୍ଟ କ୍ୟାରିୟରର ୪୧ ତମ ମ୍ୟାଚ୍ ଖେଳୁଛନ୍ତି । ଏହି ସମୟ ମଧ୍ୟରେ ସେ ଭାରତରେ ୧୪ ଟି ଟେଷ୍ଟ ଖେଳିଛନ୍ତି । ଘରୋଇ ମାଟିରେ ରାହୁଲ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି ।
ସେଞ୍ଚୁରିଅନରେ ରାହୁଲଙ୍କ ଦ୍ୱାରା କରାଯାଇଥିବା ଶତକ ଦକ୍ଷିଣ ଆଫ୍ରିକା ମାଟିରେ ତାଙ୍କର ଏହା ପ୍ରଥମ । ଏହାପୂର୍ବରୁ ସେ ଇଂଲଣ୍ଡରେ ୯ ଟି ଟେଷ୍ଟ ମ୍ୟାଚରେ ୨ ଶତକ ହାସଲ କରିଛନ୍ତି । ଏଥି ସହିତ ସେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆରେ ୫ଟି ଲେଖାଏଁ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି, ଯେଉଁଥିରେ ସେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ସିରିଜରେ, ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ, କେ.ଏଲ୍ ରାହୁଲଙ୍କ ଦାୟିତ୍ୱ ପୂର୍ବ ଅପେକ୍ଷା ଅଧିକ ଏବଂ ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ପ୍ରମାଣ କରିଛନ୍ତି ଯେ ସେ ଏହି ଦାୟିତ୍ବ ତୁଲାଇବାକୁ ପ୍ରସ୍ତୁତ ।
ସେଞ୍ଚୁରିଅନରେ ଖେଳାଯାଉଥିବା ପ୍ରଥମ ମ୍ୟାଚର ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି । ଭାରତ ନିଜର ତିନୋଟି ୱିକେଟ୍ ହରାଇ ୨୭୨ ରନ୍ କରି ମଜବୁତ ସ୍ଥିତିରେ ପହଞ୍ଚିଛି । ଓପନର୍ କେ.ଏଲ୍ ରାହୁଲ ୧୨୨ ରେ ଅପରାଜିତ ଅଛନ୍ତି ଏବଂ ଏହା ସହ ରାହାଣେ ମଧ୍ୟ ୪୦ ରନ୍ କରି ଅପରାଜିତ ଅଛନ୍ତି ।
ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନେବାର ନିଷ୍ପତ୍ତି ସହ ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ଏକ ଭଲ ଆରମ୍ଭ କରିଥିଲା । ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । କେ.ଏଲ. ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଦଳକୁ ଏକ ଶକ୍ତିଶାଳୀ ଆରମ୍ଭ ଦେଇଥିଲେ । ମୟଙ୍କ ଏବଂ ରାହୁଲଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ କରିଥିଲେ । ୬୦ ରନ୍ ସ୍କୋର କରିବା ପରେ ମୟଙ୍କ ଆଉଟ୍ ହୋଇ ଯାଇଥିଲେ । ଚେତେଶ୍ୱର ପୂଜାରା ମଧ୍ୟ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ ।
ବିରାଟ କୋହଲିଙ୍କ ସହ କେ.ଏଲ୍ ରାହୁଲ ଇନିଂସକୁ ଆଗକୁ ନେଇଥିଲେ । ତେବେ କୋହଲି ୩୫ ରନ୍ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ । କେ.ଏଲ୍ ରାହୁଲ ତାଙ୍କ ଶତକ ପୂରା କରିବା ସହ ରାହାଣେଙ୍କ ସହ ଏକ ବଡ଼ ଭାଗିଦାରୀ କରିଥିଲେ । ପ୍ରଥମ ଦିନର ଖେଳ ଶେଷ ହେବା ପରେ ରାହୁଲ ୧୨୨ ଏବଂ ରାହାନେ ୪୦ ରେ ଅପରାଜିତ ରହିଥିଲେ । ତିନିଟି ୱିକେଟ୍ ହରାଇ ଭାରତ ଦଳ ପ୍ରଥମ ଦିନରେ ୯୦ ଓଭରରେ ୨୭୨ ରନ୍ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ନିଗିଡି ସମସ୍ତ ୩ ଟି ୱିକେଟ୍ ନେଇଥିଲେ । ମ୍ୟାଚର ଦ୍ୱିତୀୟ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ।