IND vs SA: ଦ୍ରୁତ ବୋଲର ବୁମ୍ରା ବିଦେଶୀ ମାଟିରେ ରଚିଲେ ଇତିହାସ; କଲେ ଏହି ବିଶେଷ ରେକର୍ଡ
Advertisement

IND vs SA: ଦ୍ରୁତ ବୋଲର ବୁମ୍ରା ବିଦେଶୀ ମାଟିରେ ରଚିଲେ ଇତିହାସ; କଲେ ଏହି ବିଶେଷ ରେକର୍ଡ

IND vs SA 1st Test: ଜସପ୍ରୀତ ବୁମ୍ରା ୨୦୧୮ ମସିହାରେ ନିଜର ଟେଷ୍ଟରେ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ନିଜ ନାମରେ ଅନେକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି ।

IND vs SA: ଦ୍ରୁତ ବୋଲର ବୁମ୍ରା ବିଦେଶୀ ମାଟିରେ ରଚିଲେ ଇତିହାସ; କଲେ ଏହି ବିଶେଷ ରେକର୍ଡ

IND vs SA 1st Test: ସେଞ୍ଚୁରିଅନରେ ଭାରତ (IND) ଏବଂ ଦକ୍ଷିଣ ଆଫ୍ରିକା (SA) ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ନିଜ ନାମରେ ଏକ ବିଶେଷ ରେକର୍ଡ ନାମିତ କରିଛନ୍ତି । ଏହା ସହିତ ସେ ଏହି ରେକର୍ଡ ହାସଲ କରିବାରେ ଦୁନିଆର ଦ୍ୱିତୀୟ ବୋଲର ହୋଇଥିଲେ । ୨୦୧୮ ରେ ଟେଷ୍ଟ ଡେବ୍ୟୁ କରିଥିବା ବୁମ୍ରା ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ । କ୍ରିକେଟ୍ ର ପ୍ରତ୍ୟେକ ଫର୍ମାଟରେ ସେ ନିଜର ସୁପର ବୋଲିଂ ସହିତ ଆତଙ୍କ ସୃଷ୍ଟି କରିଛନ୍ତି । ଏପର୍ଯ୍ୟନ୍ତ, ପ୍ରଥମ ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି ଏବଂ ଏହି ସିରିଜରେ ଟିମ୍ ଇଣ୍ଡିଆ ପାଇଁ ସେ କେତେ ସହାୟକ ହେବେ ତାହା ଦେଖିବାକୁ ବାକି ରହିଲା । ନଜର ପକାନ୍ତୁ ବୁମ୍ରାଙ୍କ ବର୍ତ୍ତମାନର ରେକର୍ଡ ଉପରେ...

ବିଦେଶୀ ମାଟିରେ ୧୦୦ ଟି ଟେଷ୍ଟ ୱିକେଟ୍ କଲେ ପୂରଣ 
ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜସପ୍ରୀତ ବୁମ୍ରା ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ରସି ଭାନ୍ ଡେର୍ ଡୁସେନ୍ଙ୍କୁ ପ୍ୟାଭିଲିୟନକୁ ପଠାଇବା ମାତ୍ରେ ନିଜ ନାମ ବିଦେଶୀ ମାଟିରେ ୧୦୦ ଟେଷ୍ଟ ୱିକେଟ୍ ନେଇ ରେକର୍ଡ କରିଛନ୍ତି । ଆହୁରି ବିଶେଷ କଥା ହେଉଛି ବୁମ୍ରା ନିଜ ଟେଷ୍ଟ କ୍ୟାରିୟରରେ ଏପର୍ଯ୍ୟନ୍ତ ସର୍ବମୋଟ ୧୦୫ ୱିକେଟ୍ ନେଇଛନ୍ତି, ସେଥିମଧ୍ୟରୁ ୧୦୧ ୱିକେଟ୍ ବିଦେଶୀ ମାଟିରେ ନେଇଛନ୍ତି । ଘରୋଇ ମାଟିରେ ବୁମ୍ରା ବହୁତ କମ୍ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ପାକିସ୍ତାନ ବୋଲର ମହମ୍ମଦ ଆମୀରଙ୍କ ନାମରେ ଥିଲା, ଯିଏ ବିଦେଶୀ ମାଟିରେ ୧୧୮ ଟି ଟେଷ୍ଟ ୱିକେଟରୁ ୧୦୦ ଟି ୱିକେଟ୍ ନେଇଥିଲେ ।

ଏପର୍ଯ୍ୟନ୍ତ ଏହା ରହିଛି ବୁମ୍ରାଙ୍କ ଟେଷ୍ଟ କ୍ୟାରିୟର 
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୮ ମସିହାରେ ଜସପ୍ରୀତ ବୁମ୍ରା ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ବୁମ୍ରା ବର୍ତ୍ତମାନ ନିଜ କ୍ୟାରିୟରର ୨୫ ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ଏବଂ ୧୦୫ ୱିକେଟ୍ ନେଇଛନ୍ତି । ସେ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ବୋଲର ଏବଂ ତାଙ୍କ ବୋଲିଂ ସମଗ୍ର ବିଶ୍ୱରେ ପ୍ରଶଂସିତ । ବୁମ୍ରା ଦିନିକିଆରେ ୬୭ ଟି ମ୍ୟାଚରେ ଜସପ୍ରୀତ ବୁମ୍ରା ୧୦୮ ଟି ୱିକେଟ୍ ନେଇଛନ୍ତି । କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ସେ ନିଜ ବୋଲିଂ ସହିତ ଆତଙ୍କ ସୃଷ୍ଟି କରିଛନ୍ତି ।

ଏହା ବି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ସେଞ୍ଚୁରିଅନ ଟେଷ୍ଟରେ ରଚିଲା ଇତିହାସ; ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଦେଲା ମାତ

ଏହା ବି ପଢ଼ନ୍ତୁ: କୋରୋନା ପଜିଟିଭ୍ ହେଲେ ନୋରା ଫତେହି, ନିଜକୁ କଲେ ଆଇସୋଲେଟ୍