IND vs SL: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ
Advertisement

IND vs SL: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ

Hardik Pandya On Rohit Sharma Captaincy​: ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଟିମ୍ ଇଣ୍ଡିଆ ନିଜ ନାମରେ କରିନେଇଛି । ସେପଟେ ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହଠାତ୍ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ତାଙ୍କର ଏକ ବୟାନ ହଇଚଇ ସୃଷ୍ଟି କରିଛି । 

IND vs SL: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ

India vs Sri Lanka 2nd ODI: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ଦିନିକିଆ ସିରିଜ (India vs Sri Lanka ODI Series) ଚାଲିଛି । ଏହି ସିରିଜ ଦ୍ୱିତୀୟ ମ୍ୟାଚ (IND vs SL 2nd ODI) ରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ସିରିଜରେ ୨-୦ରେ ଆଗୁଆ ରହିଛି । ଅର୍ଥାତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଟିମ୍ ଇଣ୍ଡିଆ ନିଜ ନାମରେ କରିନେଇଛି । ସେପଟେ ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ହଠାତ୍ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱକୁ ନେଇ ତାଙ୍କର ଏକ ବୟାନ ହଇଚଇ ସୃଷ୍ଟି କରିଛି । 

ପ୍ରକୃତରେ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱ ବିଷୟରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା । ଯାହା ଉପରେ ସେ ଯେଉଁ ଜବାବ ଦେଇଛନ୍ତି, ସେଥିରୁ ପ୍ରଶଂସକମାନଙ୍କୁ ହାର୍ଦ୍ଦିକଙ୍କ ଅହଂକାର ସ୍ପଷ୍ଟ ଭାବେ ନଜରକୁ ଆସିଛି । ବାସ୍ତବରେ, କୋଲକାତାରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ODI ସିରିଜରେ  ଫେରିବା ସହ ଏକ ପ୍ରଶ୍ନ ପଚରାଯାଇଥିଲା, ଏହା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ବୟାନରୁ ବବାଲ ସୃଷ୍ଟି କରିଥିଲା ।

ଅଧିନାୟକ ରୋହିତ ଶର୍ମା (Rohit Sharma) ଅଧିନାୟକତ୍ୱକୁ ନେଇ ତାଙ୍କଠାରୁ ଯେକୌଣସି ପରାମର୍ଶ ନେଇପାରିବେ ବୋଲି ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) କହିଛନ୍ତି । ସେ କହିଛନ୍ତି ଯେ, "ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ଫେରିଛନ୍ତି, ଯାହା ପରେ ମୁଁ ଟିକେ ଆରାମ ପାଇଛି । ବର୍ତ୍ତମାନ ମୁଁ ନିଜ ଓ ମୋ ଖେଳ ଉପରେ ଧ୍ୟାନ ଦେଇପାରିବି ।  ରୋହିତ ଶର୍ମାଙ୍କ ସହ ମୋର ବିଚାର ଓ ଅନୁଭୂତି ବାଣ୍ଟିପାରେ । ଯଦି ସେ (ରୋହିତ ଶର୍ମା) ମୋର ପରାମର୍ଶ ଓ ସାହାଯ୍ୟ ଆବଶ୍ୟକ କରନ୍ତି, ମୁଁ ସର୍ବଦା ସେଠାରେ ଅଛି ।" ନିଜ ବରିଷ୍ଠ ତଥା ଅଭିଜ୍ଞ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶଂସକମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ମନ୍ତବ୍ୟରେ ଅହଂକାର ଦେଖିଛନ୍ତି ।

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆର ନିଷ୍ପତ୍ତି ଉପରେ ରାଗି ପାଚି ଲାଲ ହେଲା ଆଫଗାନିସ୍ତାନ, ଦେଲା ଏତେ ବଡ଼ ଧମକ

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଘୋଷଣା ହେଲା ଦଳ, ବର୍ତ୍ତମାନ ହଠାତ୍ ଏହି ବୋଲରଙ୍କୁ କରାଗଲା ଅଧିନାୟକ

ଅଧିକ ପଢ଼ନ୍ତୁ:-ଅଧିନାୟକ ରୋହିତଙ୍କ ସବୁଠାରୁ ବଡ଼ ଖୁଲାସା, ଦିନିକିଆରେ ଦ୍ୱିଶତକ ଲଗାଇଥିବା ଇଶାନ କିଶନଙ୍କୁ ଏହି କାରଣରୁ ରଖାଯାଇଛି ବାହାର

 

ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆହୁରି କହିଛନ୍ତି ଯେ, "ବର୍ତ୍ତମାନ ମୋର ଶରୀର ଭଲ କାମ କରୁଛି । ଆମେ ଏକ ବ୍ୟବସ୍ଥାରେ କାର୍ଯ୍ୟ କରୁଛୁ ଓ ଆମର ସମସ୍ତ ଧ୍ୟାନ ଆସନ୍ତା ବିଶ୍ୱକପ ୨୦୨୩ (ODI World Cup 2023) ଉପରେ ରହିଛି,  ଯାହା ୬-୭ ମାସ ଦୂରରେ ଅଛି । ଅକ୍ଷୟ ପଟେଲଙ୍କ ଫିଟନେସ ଉପରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ଅକ୍ସର ପଟେଲଙ୍କ ପ୍ରଦର୍ଶନରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଛି, କାରଣ ମୁଁ ତାଙ୍କୁ ତାଙ୍କ ବ୍ୟାଟିଂରେ ଯଥା ସମ୍ଭବ ସହଯୋଗ କରିବାକୁ କହିଥିଲି । ଅକ୍ସର ପଟେଲ ତାଙ୍କ ବ୍ୟାଟିଂରେ ବହୁତ କାମ କରିଛନ୍ତି । ଅକ୍ସର ପଟେଲଙ୍କ ବ୍ୟାଟିଂ ଦଳକୁ ସନ୍ତୁଳିତ କରିବାରେ ବହୁତ ସାହାଯ୍ୟ କରିଥାଏ ।