Advertisement
Article Detail0/zeeodisha/odisha2949371

IND W vs PAK: ପାକିସ୍ତାନକୁ ୮୮ ରନରେ ପରାସ୍ତ କଲା ଭାରତୀୟ ମହିଳା ଟିମ୍

ପାକିସ୍ତାନ ଭାରତର ୨୪୮ ରନର ଲକ୍ଷ୍ୟ ପିଛା କରିଥିଲା ହେଲେ ମାତ୍ର ୪୩ ଓଭରରେ ୧୫୯ ରନ୍ ହାସଲ କରି ପରାଜୟ ବରଣ କରିଥିଲା ପାକିସ୍ତାନ ଟିମ୍ ।

IND W vs PAK: ପାକିସ୍ତାନକୁ ୮୮ ରନରେ ପରାସ୍ତ କଲା ଭାରତୀୟ ମହିଳା ଟିମ୍

IND W vs PAK W ODI World Cup 2025: ICC ମହିଳା ବିଶ୍ୱକପ୍ 2025 ର ଷଷ୍ଠ ମ୍ୟାଚ୍‌ରେ ଭାରତୀୟ ମହିଳା ଟିମ୍ ଆଜି ପାକିସ୍ତାନୀ ମହିଳା ଟିମ୍ ସହିତ ମୁହାଁମୁହିଁ ହୋଇଥିଲା। ପାକିସ୍ତାନ ଭାରତର ୨୪୮ ରନର ଲକ୍ଷ୍ୟ ପିଛା କରିଥିଲା ହେଲେ ମାତ୍ର ୪୩ ଓଭରରେ ୧୫୯ ରନ୍ ହାସଲ କରି ପରାଜୟ ବରଣ କରିଥିଲା ପାକିସ୍ତାନ ଟିମ୍ ।

ମହିଳା ଏକଦିବସୀୟ ବିଶ୍ବକପ୍‌ରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ଆର୍‌. ପ୍ରେସଦାସା ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯାଇଥିଲା । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଥିଲା । ଅମନଜୋତଙ୍କ ସ୍ଥାନରେ ରେଣୁକା ସିଂକୁ ସ୍ଥାନ ଦିଆଯାଇଥିଲା । ଟସ୍‌ ପରେ ଦୁଇ କ୍ୟାପଟେନ୍‌ ପରସ୍ପର ସହ ହ୍ୟାଣ୍ଡସେକ୍‌ କରିନଥିଲେ ।

ଅଧିନାୟକ ହରମନପ୍ରୀତ କୌର ୧୯ ରନରେ ଆଉଟ ହେବା ପରେ, ହରଲିନ ଦେଓଲ (୪୬) ଏବଂ ଜେମିମାହ ରଡ୍ରିଗ୍ସ (୩୨) ଚତୁର୍ଥ ୱିକେଟ ପାଇଁ ୪୫ ରନ ଏବଂ ଅଲରାଉଣ୍ଡର ଦୀପ୍ତି ଶର୍ମା (୨୫) ଏବଂ ସ୍ନେହ ରାଣା (୨୦) ଷଷ୍ଠ ୱିକେଟ ପାଇଁ ୪୨ ରନ ସଂଗ୍ରହ କରିଥିଲେ। ତଥାପି, ରିଚାଙ୍କ ୨୦ ବଲରୁ ୩୫ ରନ ଶେଷରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲା।

Add Zee News as a Preferred Source

ଭାରତପ ପ୍ଲେଇଂ ୧୧ରେ ସ୍ମୃତି ମନ୍ଧାନା, ପ୍ରତୀକା ରାୱଲ୍, ହରଲିନ୍ ଦେଓଲ୍, ହରମନପ୍ରୀତ କୌର (ଅଧିନାୟିକା), ଜେମିମାହ ରଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର), ସ୍ନେହ ରାଣା, କ୍ରାନ୍ତି ଗୌର, ଶ୍ରୀ ଚରନି ଏବଂ ରେଣୁକା ସିଂହ ରହିଥିଲେ । ସେହିପରି ପାକିସ୍ତାନ ପ୍ଲେଇଂ ୧୧ରେ ମୁନିବା ଅଲି, ସଦାଫ ଶାମ୍ସ, ସିଦ୍ରା ଅମିନ୍, ଆଲିଆ ରିଆଜ୍, ନାତାଲିଆ ପର୍ଭେଜ୍, ଫାତିମା ସାନା (ଅଧିନାୟିକା), ରମୀନ୍ ଶାମିମ୍, ଡାଏନା ବୈଗ୍, ସିଦ୍ରା ନୱାଜ୍ (ୱିକେଟକିପର), ନାଶରା ସାନ୍ଧୁ ଏବଂ ସାଦିଆ ଇକବାଲ୍ ରହିଥିଲେ ।

About the Author