)
India U19 Squad Announced: ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବରେ ଆୟୋଜିତ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜାନୁଆରୀ ୧୫ ତାରିଖରେ ଆରମ୍ଭ ହେଉଛି। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଭାରତୀୟ ୧୯ ବର୍ଷରୁ କମ୍ ଦଳ ଘୋଷଣା କରିଛି। ଯେଉଁଥିରେ ଆୟୁଷ ମହାତ୍ରେ ଅଧିନାୟକ ଓ ବିହାନ ମାଲହୋତ୍ରା ମଧ୍ୟ ଉପ-ଅଧିନାୟକ ଭାବରେ ଦଳର ନେତୃତ୍ୱ ନେବେ । ଟିମ୍ ଇଣ୍ଡିଆ ଜାନୁଆରୀ ୧୫ ତାରିଖରେ ଆମେରିକା ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବ।
ଭାରତୀୟ ୧୯ ବର୍ଷରୁ କମ୍ ଦଳକୁ ଆଗାମୀ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ର ଗ୍ରୁପ୍ ଏରେ ଆମେରିକା, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହିତ ସାମିଲ କରାଯାଇଛି। ଦଳ ଜାନୁଆରୀ ୧୫ ତାରିଖରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଯେତେବେଳେ କି ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୭ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ। ଭାରତୀୟ ୧୯ ବର୍ଷରୁ କମ୍ ଦଳ ଜାନୁଆରୀ ୨୪ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ଜିମ୍ବାୱେର ବୁଲାୱାୟୋ ଷ୍ଟାଡିୟମ୍ରେ ଏହାର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ।
ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ଭାରତୀୟ ଦଳ:
ଆୟୁଷ ମାଥ୍ରେ (ଅଧିନାୟକ), ବିହନ ମଲହୋତ୍ରା (ଉପ-ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଆରୋନ୍ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ୍ କୁଣ୍ଡୁ, ହରବଂଶ ସିଂ, ଆର.ଏସ୍ ଅମ୍ବରେଶ, କନିଷ୍କ୍ ଚୌହାନ, ଖିଲାନ ପଟେଲ, ମହମ୍ମଦ ଏନାନ, ହେନିଲ ପଟେଲ, ଡି ଦୀପେଶ, କିଶାନ କୁମାର ସିଂ, ଉଦ୍ଧବ ମୋହନ।

ଆୟୁଷ ମହାତ୍ରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ରହିବେ। ସେ ବହୁ ସମୟ ଧରି ଅନେକ ୟୁ-୧୯ ଗସ୍ତରେ ଖେଳି ଆସୁଛନ୍ତି। ଆୟୁଷଙ୍କ ନେତୃତ୍ୱରେ ଭାରତୀୟ ୟୁ-୧୯ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି। ସଦ୍ୟତମ ୧୯ ବର୍ଷରୁ କମ୍ ଏସିଆ କପରେ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଥିଲା କିନ୍ତୁ ଟ୍ରଫି ଜିତିବାରେ ବିଫଳ ହୋଇଥିଲା। ସମସ୍ତଙ୍କ ନଜର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ। ଯିଏ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିବେ। ଟିମ୍ ଇଣ୍ଡିଆ ପାଞ୍ଚ ଥର ଆଇସିସି ୟୁ-୧୯ ବିଶ୍ୱକପ୍ ଜିତିଛି ଏବଂ ଶେଷ ଥର ପାଇଁ ଦଳ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିଲେ। ଯେଉଁଠାରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ।