Jaydev Unadkat: ୧୦ ବର୍ଷ ପରେ ଭାରତର ଦିନିକିଆ ଦଳକୁ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର
Advertisement

Jaydev Unadkat: ୧୦ ବର୍ଷ ପରେ ଭାରତର ଦିନିକିଆ ଦଳକୁ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

IND vs AUS ODI Series: ବର୍ତ୍ତମାନ ଆହୁରି ୨ଟି ମ୍ୟାଚ୍ ଖେଳାଯିବାର ଅଛି । ବର୍ତ୍ତମାନ ଭାରତ ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ସେପଟେ ଏହି ସିରିଜ ଶେଷ ଏହା ପରେ କଙ୍ଗାରୁ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା BCCI ଦିନିକିଆ ଦଳ ଘୋଷଣା କରିଛି । 

Jaydev Unadkat: ୧୦ ବର୍ଷ ପରେ ଭାରତର ଦିନିକିଆ ଦଳକୁ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

India vs Australia ODI Series, Jaydev Unadkat: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ୨ଟି ମ୍ୟାଚ୍ ହୋଇସାରିଛି । ବର୍ତ୍ତମାନ ଆହୁରି ୨ଟି ମ୍ୟାଚ୍ ଖେଳାଯିବାର ଅଛି । ବର୍ତ୍ତମାନ ଭାରତ (Indian Cricket Team) ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ସେପଟେ ଏହି ସିରିଜ ଶେଷ ଏହା ପରେ କଙ୍ଗାରୁ ଦଳ (Kangaroo Team) ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ଦିନିକିଆ ସିରିଜ (IND vs AUS ODI Series) ଖେଳିବ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା BCCI ଦିନିକିଆ ଦଳ ଘୋଷଣା କରିଛି । ଏହି ଦଳରେ ୧୦ ବର୍ଷ ପରେ ଜଣେ ଘାତକ ବୋଲରଙ୍କୁ ସ୍ଥାନ ମିଳିଛି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

ରଣଜୀ ଟ୍ରଫି ୨୦୨୨-୨୩ (Ranji Trophy 2022-23) ର ବିଜେତା ଅଧିନାୟକ ଜୟଦେବ ଉନାଦକଟ (Jaydev Unadkat) ୧୦ ବର୍ଷ ପରେ ଭାରତୀୟ ଦିନିକିଆ କ୍ରିକେଟ୍ ଦଳକୁ ଫେରିଛନ୍ତି । ମାର୍ଚ୍ଚ ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ (India vs Australia ODI Series) ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ସାମିଲ କରାଯାଇଛି । ତେଣୁ ତାଙ୍କୁ ପ୍ରାୟ ୧୦ ବର୍ଷ ପରେ ଭାରତର ODI ଦଳରେ ଖେଳୁଥିବା ଦେଖିବାକୁ ମିଳିବ ।

ଜୟଦେବ ଉନାଦକଟ (Jaydev Unadkat) ତାଙ୍କର ଶେଷ ODI ୨୧ ନଭେମ୍ବର ୨୦୧୩ରେ କୋଚିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୟଦେବ ଉନାଦକଟ (Jaydev Unadkat) ଆଉ ODI ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ । ତେବେ ଏହି ସମୟ ମଧ୍ୟରେ ଜୟଦେବ ଉନାଦକଟ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ, ଯେଉଁଥିପାଇଁ ତାଙ୍କୁ ବାଂଲାଦେଶ ଗସ୍ତରେ ୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିବାର ସୁଯୋଗ ମିଳିଥିଲା ।

ରଣଜୀ ଟ୍ରଫିରେ ନିଜ ଟିମ ସୌରାଷ୍ଟ୍ର ପାଇଁ ଜୟଦେବ ଉନାଦକଟ (Jaydev Unadkat) ନା କେବଳ ଗୋଟିଏ ସିଜନରେ ବରଂ ବରଂ ଗତ ଅନେକ ସିଜନରେ ଚମତ୍କାର ବୋଲିଂ କରିଛନ୍ତି । ଏହି ସିଜନର ଫାଇନାଲ ମ୍ୟାଚରେ ଜୟଦେବ ଉନାଦକଟ (Jaydev Unadkat) ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଇନିଂସରେ ୩ ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇ ନିଜ ଦଳର ବିଜୟକୁ ସହଜ କରିଥିଲେ । ଏହି ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ବର୍ତ୍ତମାନ ବିସିସିଆଇ ODI ଦଳରେ ଜୟଦେବ ଉନାଦକଟ (Jaydev Unadkat) ଙ୍କ ନାମ ସାମିଲ କରି ପ୍ରକୃତ ପୁରସ୍କାର ପ୍ରଦାନ କରିଛି । ଏଠାରେ କହି ରଖୁଛୁ ଯେ, ୩୧ ବର୍ଷୀୟ ଜୟଦେବ ଉନାଦକଟ (Jaydev Unadkat) ଏପର୍ଯ୍ୟନ୍ତ ODI କ୍ୟାରିୟରରେ ମାତ୍ର ୭ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କୁ ୮  ୱିକେଟ୍ ମିଳିଛି । ସେହି ସମୟ ମଧ୍ୟରେ ତାଙ୍କର ଇକୋନୋମି ୪.୦୧ ଥିଲା । ଏବେ ଏହା ଦେଖିବାକୁ ପଡ଼ିବ ଯେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଚୂଡ଼ାନ୍ତ ଏକାଦଶରେ ଦଳରେ ସୁଯୋଗ ପାଉଛନ୍ତି କି ନାହିଁ ।

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା, ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଟ୍ରେନରେ କପଲ୍ ପାର କଲା ମର୍ଯ୍ୟାଦାର ସମସ୍ତ ସୀମା! ଯାତ୍ରୀମାନଙ୍କ ଆଗରେ ରଖିଲେ ଶାରୀରିକ ସମ୍ପର୍କ

ଅଧିକ ପଢ଼ନ୍ତୁ:-ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ODI ଦଳ 

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍