IND vs BAN: ଟିମ୍ ଇଣ୍ଡିଆ ବିରୋଧରେ ପୁଣି ଆସିଲା 'Cheating'ର ଅଭିଯୋଗ, ଭାରତ-ବାଂଲାଦେଶ ମ୍ୟାଚର ଏହି ଘଟଣାକୁ ନେଇ ଦେଖାଦେଲା ବିବାଦ
Advertisement

IND vs BAN: ଟିମ୍ ଇଣ୍ଡିଆ ବିରୋଧରେ ପୁଣି ଆସିଲା 'Cheating'ର ଅଭିଯୋଗ, ଭାରତ-ବାଂଲାଦେଶ ମ୍ୟାଚର ଏହି ଘଟଣାକୁ ନେଇ ଦେଖାଦେଲା ବିବାଦ

IND vs BAN: ବାଂଲାଦେଶ ଓ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକମାନେ ପୁଣି ଥରେ ଟିମ୍ ଇଣ୍ଡିଆ ବିରୋଧରେ ଚିଟିଂ କରିବାର ଅଭିଯୋଗ ଆଣିଛନ୍ତି । ବାସ୍ତବରେ ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ୨୦ ଓଭର ବ୍ୟାଟିଂ କରିଥିଲା, କିନ୍ତୁ ବାଂଲାଦେଶ ଇନିଂସରେ ବର୍ଷା ଯୋଗୁଁ ଏହି ମ୍ୟାଚ୍ ୧୬ ଓଭରକୁ ହ୍ରାସ ପାଇଥିଲା ।

IND vs BAN: ଟିମ୍ ଇଣ୍ଡିଆ ବିରୋଧରେ ପୁଣି ଆସିଲା 'Cheating'ର ଅଭିଯୋଗ, ଭାରତ-ବାଂଲାଦେଶ ମ୍ୟାଚର ଏହି ଘଟଣାକୁ ନେଇ ଦେଖାଦେଲା ବିବାଦ

India vs Bangladesh T20 World Cup 2022: ଟି-20 ବିଶ୍ୱକପ୍ ୨୦୨୨ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ (IND vs BAN) ଅତ୍ୟନ୍ତ ରୋମାଞ୍ଚକର ଥିଲା । ଏହି ମ୍ୟାଚରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ । କିନ୍ତୁ ଶେଷରେ ଟିମ୍ ଇଣ୍ଡିଆ (Team India) ୫ ରନରେ ଏହି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ଭାରତର ଏହି ବିଜୟ ପରେ ଟ୍ୱିଟରରେ ପୁଣି ଥରେ '#Cheating' ହ୍ୟାସଟ୍ୟାଗ ଟ୍ରେଣ୍ଡ ହେଉଛି । ବାଂଲାଦେଶ ଓ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକମାନେ ପୁଣି ଥରେ ଟିମ୍ ଇଣ୍ଡିଆ ବିରୋଧରେ ଚିଟିଂ କରିବାର ଅଭିଯୋଗ ଆଣିଛନ୍ତି । ବାସ୍ତବରେ ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ୨୦ ଓଭର ବ୍ୟାଟିଂ କରିଥିଲା, କିନ୍ତୁ ବାଂଲାଦେଶ ଇନିଂସରେ ବର୍ଷା ଯୋଗୁଁ ଏହି ମ୍ୟାଚ୍ ୧୬ ଓଭରକୁ ହ୍ରାସ ପାଇଥିଲା । ବାଂଲାଦେଶ ଓ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ, ଅମ୍ପାୟାରମାନେ ଓଦା ଆଉଟଫିଲ୍ଡ ସତ୍ତ୍ୱେ ମ୍ୟାଚ୍ ପୁନଃ ଆରମ୍ଭ କରି ଟିମ୍ ଇଣ୍ଡିଆର ପକ୍ଷ ନେଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ବର୍ଷା ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ମ୍ୟାଚ୍ ହେବା ସମୟରେ ବାଂଲାଦେଶ ୭ ଓଭରରେ ବିନା କୌଣସି ୱିକେଟ ହରାଇ ୬୬ ରନ କିରନେଇଥିଲା ​​। ବାଂଲାଦେଶ ତରଫରୁ ଲିଟନ୍ ଦାସ ୨୬ ବଲରେ ଅପରାଜିତ ୫୯ ରନ୍ କରିଥିଲେ । ଏହି ଇଂନିସରେ  ୭ଟି ଚୌକା ଓ ୩ଟି ଛକା ସାମିଲ ଥିଲା । ସେ ୨୨୬.୯ର ଷ୍ଟ୍ରାଇକ୍ ରେଟରେ ରନ୍ କରିଥିଲେ । କିନ୍ତୁ ବର୍ଷା ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ । ଏହି ମ୍ୟାଚ୍ ପରେ ବାଂଲାଦେଶ ଓ ପାକିସ୍ତାନର ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ନିରାଶା ବ୍ୟକ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ବାଂଲାଦେଶର ପରାଜୟ ପରେ ଶାକିବ ଅଲ ହାସନଙ୍କ ଅଜବ ବୟାନ, ଏହି ଖେଳାଳିଙ୍କୁ ପରାଜୟ ପାଇଁ କଲେ ଦାୟୀ!

ଅଧିକ ପଢ଼ନ୍ତୁ:-ଦେବ ଦୀପାବଳି ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ

ଅଧିକ ପଢ଼ନ୍ତୁ:-ଉତ୍ତର କୋରିଆ ପୁଣି ଜାପାନ ଉପରୁ ମାଡ଼ କଲା ବାଲିଷ୍ଟିକ୍ ମିସାଇଲ, ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳ ନଭେମ୍ବର ୨ ଅର୍ଥାତ ବୁଧବାର ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଛି । ବର୍ତ୍ତମାନ  ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ରହିଛି ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।