)
India 2030 Commonwealth Games: ଭାରତ ପାଇଁ ଏକ ବହୁତ ଭଲ ଖବର ଅଛି। ଭାରତକୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ ଅଧିକାର ପ୍ରଦାନ କରାଯାଇଛି। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଭାରତ ପୂର୍ବରୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ଦୌଡ଼ରେ ଆଗୁଆ ଥିଲା। ଏବେ ଏହା ନିଶ୍ଚିତ ହୋଇଛି। ଏହା ଭାରତର ଦ୍ୱିତୀୟ ରାଜ୍ୟଗୋଷ୍ଠୀ କ୍ରୀଡା ହେବ। ପୂର୍ବରୁ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଖେଳାଳିମାନେ ସେତେବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ। ପଦକ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
ଗ୍ଲାସଗୋରେ ଅନୁଷ୍ଠିତ କମନୱେଲଥ ସ୍ପୋର୍ଟ ଜେନେରାଲ ବୈଠକରେ ୨୦୩୦ କମନୱେଲଥ ଗେମ୍ସର ଆୟୋଜନ ଅଧିକାର ଭାରତୀୟ ସହର ଅହମ୍ମଦାବାଦକୁ ପ୍ରଦାନ କରାଯାଇଛି। ଯାହା ଦୁଇ ଦଶନ୍ଧି ପରେ ଦେଶକୁ ଏହି ବହୁ-କ୍ରୀଡା ଇଭେଣ୍ଟର ପୁନରାବୃତ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ଗତ ମାସରେ କମନୱେଲଥ ସ୍ପୋର୍ଟ ଏକ୍ଜିକ୍ୟୁଟିଭ୍ ବୋର୍ଡ ୧୦୦ତମ ସଂସ୍କରଣର ଆୟୋଜନ ପାଇଁ ଅହମ୍ମଦାବାଦକୁ ସୁପାରିଶ କରିଥିଲା। ଯାହା ପରେ ୭୪ ସଦସ୍ୟ ବିଶିଷ୍ଟ ଜେନେରାଲ୍ ଆସେମ୍ୱଲି ପାଇଁ ଭାରତର ବିଡ୍ ଉପରେ ଅନୁମୋଦନ କରିବା କେବଳ ଏକ ଔପଚାରିକତା ଥିଲା।
Delighted that India has won the bid to host the Centenary Commonwealth Games 2030!
Congratulations to the people of India and the sporting ecosystem. It is our collective commitment and spirit of sportsmanship that has placed India firmly on the global sporting map.
With the…
— Narendra Modi (@narendramodi) November 26, 2025
ଏହି ବିଶେଷ ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘର ସଭାପତି ଡକ୍ଟର ପି.ଟି. ଉଷା କହିଛନ୍ତି, "କନୱେଲଥ ସ୍ପୋର୍ଟ ଆମ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛି ତାହା ପାଇଁ ଆମେ ଗଭୀର ଭାବରେ ସମ୍ମାନିତ। ୨୦୩୦ କ୍ରୀଡ଼ା କେବଳ ରାଜ୍ୟଗୋଷ୍ଠୀ ମୁଭମେଣ୍ଟର ୧୦୦ତମ ବାର୍ଷିକୀ ପାଳନ କରିବ ନାହିଁ ବରଂ ପରବର୍ତ୍ତୀ ଶତାବ୍ଦୀର ମୂଳଦୁଆ ମଧ୍ୟ ସ୍ଥାପନ କରିବ। ଏହା ସମସ୍ତ ରାଜ୍ୟଗୋଷ୍ଠୀ ରାଷ୍ଟ୍ରର ଖେଳାଳି, ସମ୍ପ୍ରଦାୟ ଏବଂ ସଂସ୍କୃତିକୁ ବନ୍ଧୁତା ଏବଂ ପ୍ରଗତି ଭାବନାରେ ଏକାଠି କରିବ।"