• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

IPL ଫ୍ୟାନ୍ସଙ୍କ ପାଇଁ ବଡ ଖବର, ICC ର ଏହି ନିଷ୍ପତ୍ତି ପରେ ବିପଦରେ ଟୁର୍ଣ୍ଣାମେଣ୍ଟ!

ICC ଯଦି ଅକ୍ଟୋବର ୧୮ ରୁ ଟି -୨୦ ବିଶ୍ୱକପ୍ ଆୟୋଜନ କରେ ତେବେ ବିସିସିଆଇ ପାଇଁ ସମସ୍ୟା ଉପୁଜିପାରେ । କାରଣ ୧୫ ଅକ୍ଟୋବରରେ ଆଇପିଏଲ୍ ୨୦୨୧ ର ଫାଇନାଲ୍ ମ୍ୟାଚ ଖେଳାଯିବ । IPL ର କାର୍ଯ୍ୟସୂଚୀ ଉପରେ ICC ର ଆପତ୍ତି ରହିଛି ।  

IPL ଫ୍ୟାନ୍ସଙ୍କ ପାଇଁ ବଡ ଖବର, ICC ର ଏହି ନିଷ୍ପତ୍ତି ପରେ ବିପଦରେ ଟୁର୍ଣ୍ଣାମେଣ୍ଟ!
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ୟୁଏଇରେ (UAE) ଆଇପିଏଲ ୨୦୨୧ ର (IPL 2021) ଅବଶିଷ୍ଟ ୩୧ ଟି ମ୍ୟାଚ୍ ଆୟୋଜନ ପାଇଁ ଅନୁମୋଦନ ଦିଆଯାଇଛି । ମେ' ମାସରେ କରୋନା ସଂକ୍ରମଣ ମାମଲା (Coronavirus) ବୃଦ୍ଧି ଯୋଗୁଁ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲା । ସୂଚନା ଅନୁଯାୟୀ ଆଇପିଏଲ୍ ୨୦୨୧ (IPL 2021) ପୁର୍ନବାର ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ ଓ ଏହାର ଫାଇନାଲ୍ ମ୍ୟାଚ୍ ୧୫ ଅକ୍ଟୋବରେ ଖେଳାଯିବ । ଯଦିଓ ବର୍ତ୍ତମାନ ଖବର ଆସିଛି ଯେ ICC ର ଏହି କାର୍ଯ୍ୟସୂଚୀ ଉପରେ ଆଇସିସିର ଆପତ୍ତି ରହିଛି ।

IPL 2021 କାର୍ଯ୍ୟସୂଚୀ ଉପରେ ICC ଆପତ୍ତି କରିଛି 
ବାସ୍ତବରେ ଆଇସିସି ଅକ୍ଟୋବର ୧୮ ରୁ ଟି -୨୦ ବିଶ୍ୱକପ (T20 World Cup) ଆୟୋଜନ କରିବାକୁ ଚିନ୍ତା କରୁଛି ଓ ଯଦି ଅକ୍ଟୋବର ୧୫ ରେ ଆଇପିଏଲ ୨୦୨୧ ର ଫାଇନାଲ ଖେଳାଯିବ । ତେବେ ଏହା ଟି -୨୦ ବିଶ୍ୱକପ ଉପରେ ପ୍ରଭାବ ପକାଇପାରେ ।

ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ,ଏକ ସୂତ୍ର କହିଛି, "ଆଇସିସି ସୂତ୍ରରୁ ପ୍ରକାଶ, 'ଟି -୨୦ ବିଶ୍ୱକପ୍ ଅକ୍ଟୋବର ୧୮ ରୁ ଆରମ୍ଭ ହୋଇପାରେ । ତେଣୁ ଆଇପିଏଲ କିପରି ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ । ଆଇସିସି ଏହାକୁ କେବେବି ଅନୁମତି ଦେବ ନାହିଁ । ଏଥିସହ ଟି -୨୦ ବିଶ୍ୱକପରେ (T20 World Cup) ଖେଳୁଥିବା ଦଳ କାହିଁକି ସେମାନଙ୍କ ଖେଳାଳିଙ୍କୁ ଆଇପିଏଲରେ ଖେଳିବାକୁ ଅନୁମତି ଦେବେ? ଆମେ ବିଶ୍ୱାସ କରୁ ଯେ ବିସିସିଆଇ ଅକ୍ଟୋବର ୧୦ ଠାରୁ IPL 2021 କୁ ଅଧିକ ବଢ଼ାଇବା ଉଚିତ୍ ନୁହେଁ ।"

ଅଧିକ ପଢ଼ନ୍ତୁ: WhatsApp ରେ ଡିଲିଟ୍ ହୋଇ ଯାଇଥିବା ମେସେଜ୍ ପଢ଼ିବା ପାଇଁ ଆପଣାନ୍ତୁ ଏହି Tricks

ବିପଦରେ IPL 2021 
ଆଇସିସି ଏହି ବିଷୟରେ ଯଦି କୌଣସି ନିଷ୍ପତ୍ତି ନିଏ, ତେବେ ବିସିସିଆଇର (BCCI) ସମସ୍ୟା ବଢିବ । କେବଳ ଏତିକି ନୁହେଁ ଯଦିଓ ଆଇସିସି ବିସିସିଆଇକୁ ଅକ୍ଟୋବର ୧୦ ସୁଦ୍ଧା ଆଇପିଏଲ୍ ଶେଷ କରିବାକୁ କହିଲା, ତେବେ ଅସୁବିଧା ମଧ୍ୟ ହ୍ରାସ ପାଇବ ନାହିଁ । କାରଣ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ୨୫ ଦିନର ୱିଣ୍ଡୋ ଦରକାର ବୋଲି ବିସିସିଆଇ ପୂର୍ବରୁ କହିସାରିଛି ।

ଅଧିକ ପଢ଼ନ୍ତୁ: ମାତା-ପିତା କୋରାନା ସଂକ୍ରମିତ ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି

ଟି-୨୦ ବିଶ୍ୱକପ (T20 World Cup) କେଉଁଠାରେ ଆୟୋଜିତ ହେବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିସିସିଆଇ ଆଇସିସି ପାଖରୁ କିଛି ସମୟ ମାଗିଛି । ଶ୍ରୀଲଙ୍କାରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇପାରେ ବୋଲି ମଧ୍ୟ ଖବର ଆସୁଛି ।