IPL 2022: ଏହି ବିଦେଶୀ ଖେଳାଳିଙ୍କ ପାଇଁ ଦିଲ୍ଲୀ ଠାରୁ ହାରିଲା କୋଲକାତା
Advertisement

IPL 2022: ଏହି ବିଦେଶୀ ଖେଳାଳିଙ୍କ ପାଇଁ ଦିଲ୍ଲୀ ଠାରୁ ହାରିଲା କୋଲକାତା

କୋଲକାତା (Kolkata Knight Riders) ର ଇନିଂସର ୧୪ତମ ଓଭରରେ ଆଣ୍ଡ୍ରେ ରସେଲ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଅଧା ଟିମ୍ ମାତ୍ର ୮୩ରନ ସ୍କୋରରେ ପାଭିଲିୟନକୁ ଫେରିଥିଲେ। ଏଭଳି ପରିସ୍ଥିତିରେ ଦଳ ରସେଲଙ୍କ ଠାରୁ ଏକ ବଡ଼ ତଥା ଦାୟିତ୍ୱପୂର୍ଣ୍ଣ ଇନିଂସ ଆଶା କରିଥିଲା। 

ସୌ- ସୋସିଆଲ ମିଡିଆ

ମୁମ୍ବାଇ: ବିପଦରେ କୋଲକାତା ନାଇଟ୍ ରାଇଡର୍ସ। ଦଳ ପ୍ଲେ ଅଫ୍‌ରୁ ବାଦ୍ ପଡ଼ିବା ଆଶଙ୍କା ରହିଛି। ଗତବର୍ଷର ରନର୍ ଅପ୍ କୋଲକାତା IPL 2022ରେ ୯ଟି ମ୍ୟାଚ୍ ମଧ୍ୟରୁ ୬ଟି ହାରିଛି। ଗୁରୁବାର ଟୁର୍ନାମେଣ୍ଟର ୪୧ତମ ମ୍ୟାଚ୍‌ରେ କେକେଆର୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ  ୪ ୱିକେଟ୍‌ରେ ପରାସ୍ତ କରିଛି। କୋଲକାତାର ଏହି ପରାଜୟର ଦୋଷୀ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି ବିବେଚନା କରାଯାଉଛି।

କୋଲକାତା (Kolkata Knight Riders) ର ଇନିଂସର ୧୪ତମ ଓଭରରେ ଆଣ୍ଡ୍ରେ ରସେଲ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଅଧା ଟିମ୍ ମାତ୍ର ୮୩ରନ ସ୍କୋରରେ ପାଭିଲିୟନକୁ ଫେରିଥିଲେ। ଏଭଳି ପରିସ୍ଥିତିରେ ଦଳ ରସେଲଙ୍କ ଠାରୁ ଏକ ବଡ଼ ତଥା ଦାୟିତ୍ୱପୂର୍ଣ୍ଣ ଇନିଂସ ଆଶା କରିଥିଲା। କିନ୍ତୁ ସେ ଖାତା ଖୋଲି ନପାରି ୩ ବଲରେ ୱିକେଟ୍ ହରାଇଥିଲେ। କୁଲଦୀପ ଯାଦବ, ରସେଲଙ୍କୁ ଶିକାର କରିଥିଲେ। ଚତୁର୍ଥ ବଲରେ କୁଲଦୀପ ଏକ ଗୁଗଲି ପକାଇଥିଲେ, ଆଉ ରସେଲ ଆଗକୁ ଯାଇ ଏକ ଏରିଏଲ୍ ସଟ୍ ଖେଳିବାକୁ ଚାହୁଁଥିଲେ। କିନ୍ତୁ ବ୍ୟାଟରେ ବଲ ବାଜିନଥିଲା, ଆଉ ଋଷଭ ପନ୍ତଙ୍କ ତାଙ୍କୁ ଷ୍ଟମ୍ପ କରିଥିଲେ।

Also Read: ଚମତ୍କାର!! ଛଅ ବଲରେ ଛଅ ୱିକେଟ୍ ନେଇ ଏହି ବୋଲର୍ କଲେ ରେକର୍ଡ

ମ୍ୟାଚ୍‌ରେ ଆଣ୍ଡ୍ରେ ରସେଲ (Andre Russell) ମାତ୍ର ଗୋଟିଏ ଓଭର ବୋଲିଂ କରିବାର ସୁଯୋଗ ପାଇଥିଲେ। ତାଙ୍କର ସେହି ଗୋଟିଓ ଓଭରରେ ସେ ୧୪ ରନ୍ ଦେଇଥିଲେ। ଦିଲ୍ଲୀର ଇନିଂସର ୧୫ତମ ଓଭରରେ ରସେଲ ବୋଲିଂ କରିବାକୁ ଆସିଥିଲେ। ସେହି ସମୟରେ ଡିସି (Delhi Capitals) ର ସ୍କୋର ୧୪ ଓଭରରେ ୯୯/୫ ଥିଲା। ରସେଲଙ୍କ ଓଭରର ପ୍ରଥମ ବଲରେ ଅକ୍ଷର ପଟେଲ ବାଉଣ୍ଡାରୀର ବର୍ଷା କରିଥିଲେ। ଘଝଥ 2022ର ୪୧ତମ ମ୍ୟାଚ୍‌ରେ ଦିଲ୍ଲୀ ଆଗରେ ୧୪୭ ରନ୍‌ର ଲକ୍ଷ୍ୟ ଥିଲା, ଯାହାକୁ ୧୯ ଓଭରରେ ୬ଟି ୱିକେଟ୍ ହରାଇ ଦଳ ହାସଲ କରିଥିଲା। ଡେଭିଡ ୱାର୍ଣ୍ଣର (୪୨) ସର୍ବାଧିକ ସ୍କୋରର ହୋଇଛନ୍ତ।

ଗୁରୁବାର ଟସ୍ ହରାଇବା ପରେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୬ ରନ୍ ସ୍କୋର କରିଥିଲା। ନୀତିଶ ରାଣା ୫୭ ରନର ସର୍ବାଧିକ ଇନିଂସ ଖେଳିଥିଲେ। ଏହି ସମୟରେ ଅଧିନାୟକ ଶ୍ରେୟାସ ଆୟର ୪୨ ରନ ସ୍କୋର କରିଥିଲେ। କୁଲଦୀପ ଯାଦବଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଟାଇଟଲ ମିଳିଛି। ସେ ତିନି ଓଭରରେ ୪ଟି ୱିକେଟ ନେଇ ମାତ୍ର ୧୪ ରନ ଦେଇଥିଲେ। ଶ୍ରେୟାସ, ନାରିନ, ଇନ୍ଦ୍ରଜୀତ ଓ ରସେଲଙ୍କୁ ଶିକାର କରି କୁଲଦୀପ ଦିଲ୍ଲୀର ବିଜୟ ଦ୍ୱାର ଖୋଲି ଦେଇଥିଲେ।.

Also Read: ଏହି ପ୍ରସିଦ୍ଧ ଗାୟିକାଙ୍କ MMS ଲିକ୍, ଭାଇରାଲ ହେଉଛି ଭିଡିଓ

ସୂଚନାଯୋଗ୍ୟ, ମୋଟ ୯ଟି ମ୍ୟାଚରୁ କୋଲକାତା ମାତ୍ର ତିନୋଟି ଜିତିଛି। ଏହି ସମୟରେ ଦିଲ୍ଲୀ ଆଠଟି ମ୍ୟାଚ ଖେଳି ୪ଟିରେ ପରାଜିତ ହୋଇଛି। ଆଇପିଏଲର ଚଳିତ ସିଜିନର ପଏଣ୍ଟ ଟେବୁଲରେ ଗୁଜରାଟ (୧୪) ଟପରେ ଅଛି। ଏହା ପଛରେ ରାଜସ୍ଥାନ (୧୨) , ହାଇଦ୍ରାବାଦ (୧୦) ଓ ଲକ୍ଷ୍ନୌ (୧୦) ଅଛନ୍ତି। ବାଙ୍ଗାଲୋର ମଧ୍ୟ ୧୦ ପଏଣ୍ଟ ସହ ଲକ୍ଷ୍ନୌକୁ ଟକ୍କର ଦେଉଛି। ଅନ୍ୟପଟେ ଆଠରୁ ଆଠଟି ମ୍ୟାଚ ହାରି ମୁମ୍ବାଇ ପ୍ଲେଅଫରୁ ବାଦ ପଡିଛି। ଚେନ୍ନାଇର ଅବସ୍ଥା ମଧ୍ୟ ମୁମ୍ବାଇ ଭଳି ରହିଛି।