Advertisement
Article Detail0/zeeodisha/odisha2689333
Zee OdishaOdisha SportsIPL 2025: ଆଜିଠୁ ଆଇପିଏଲ୍ -୧୮: ନାଇଟ୍ ରାଇଡର୍ସ –ରୟାଲ ଚ୍ୟାଲେଞ୍ଜର୍ସ ଉଦଘାଟନୀ ମୁକାବିଲା

IPL 2025: ଆଜିଠୁ ଆଇପିଏଲ୍ -୧୮: ନାଇଟ୍ ରାଇଡର୍ସ –ରୟାଲ ଚ୍ୟାଲେଞ୍ଜର୍ସ ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ 2025ର ୧୮ତମ ସଂସ୍କରଣ। ଇଡେନ ଗାର୍ଡେନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଗତବର୍ଷର ଚାମ୍ବିଅନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁଲୁ ମଧ୍ୟରେ ଖେଳାଯିବ। 

IPL 2025: ଆଜିଠୁ ଆଇପିଏଲ୍ -୧୮: ନାଇଟ୍ ରାଇଡର୍ସ –ରୟାଲ ଚ୍ୟାଲେଞ୍ଜର୍ସ ଉଦଘାଟନୀ ମୁକାବିଲା

IPL 2025: ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ 2025ର ୧୮ତମ ସଂସ୍କରଣ। ଇଡେନ ଗାର୍ଡେନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଗତବର୍ଷର ଚାମ୍ବିଅନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁଲୁ ମଧ୍ୟରେ ଖେଳାଯିବ। କ୍ରୀଡାପ୍ରେମୀ ଆଗାମୀ ୨ମାସ ପର୍ଯ୍ୟନ୍ତ ଏହି ଫଟାଫଟ କ୍ରିକେଟର ମଜା ଉଠାଇପାରେ। ଏଣିକି ପର୍ପଲ ଆର୍ମୀ, ରୟାଲ, ୟେଲୋ, ଅରେଞ୍ଜ ଆର୍ମୀ ଆଦି ନାମରେ ସମର୍ଥକମାନେ ଷ୍ଟାଡ଼ିୟମରେ କୋଳାହଳ କରିବେ। ମ୍ୟାଚ ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବର ଆୟୋଜନ କରାଯିବ। ଅଭିନେତ୍ରୀ ଶ୍ରଦ୍ଧା କାପୁର, ଦିଶା ପଟାନିଙ୍କ ସମେତ ବରୁଣ ଧାୱନଙ୍କ ଡ୍ୟାନ୍ସ ନମ୍ବର, ପ୍ଲେ ବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂହ ଓ ପପ୍ ଗାୟକ କରଣ ଆହୁଜାଙ୍କ ହୃଦୟ ସ୍ପର୍ଶୀ ଗୀତରେ ଇଡେନ ଗାର୍ଡେନ କମ୍ପିଉଠିବ। 

 

Add Zee News as a Preferred Source

୨ ମାସ ପର୍ଯ୍ୟନ୍ତ ସମଗ୍ର ଭାରତରେ ଆଇପିଏଲ ଋତୁ ବଳବତ୍ତର ରହିବ। ଏଥର ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ସହରରେ ୭୪ଟି ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଫାଇନାଲ ମ୍ୟାଚ ଇଡେନ ଗାର୍ଡେନରେ ଖେଲାଯିବ। ୧୦ଟି ଦଳର ସ୍ଥାୟୀ ଗ୍ରାଉଣ୍ଡ ରହିଛି। ଏହାକୁ ଛାଡିଲେ ଦିଲ୍ଲୀ ଦଳ ବିଶାଖାପାଟଣା ଓ ଦିଲ୍ଲୀ, ପଞ୍ଜାବ ମୁଲନପୁର ଓ ଧର୍ମଶାଳା,, ରାଜସ୍ଥାନ ଜୟପୁର ଓ ଗୌହାଟୀ ଭଳି ୨ଟି ଲେଖାଏଁ ଘରୋଇ ଗ୍ରାଉଣ୍ଡ ରଖିଛନ୍ତି। ୧୦ଟି ଦଶକୁ ୨ଟି ଗୃପରେ ରଖାଯାଇଛି। ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ ଖେଳିବାକୁ ସୁଯୋଗ ପାଇବେ। ଶ୍ରେଷ୍ଠ ୪ଟି ଦଳ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିବେ। ମୋଟ ୭୪ଟି ମ୍ୟାଚରୁ ୧୨ଟି ମ୍ୟାଚ ଅପରାହ୍ଣ ସାଢେ ୩ଟାରୁ ଆରମ୍ଭ ହେବ। ଅନ୍ୟ ସମସ୍ତ ମ୍ୟାଚ ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ। 

 

୫ଟି ଦଳ ସେମାନଙ୍କର ଅଧିନାୟକ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ, ପଞ୍ଜାବ, ଲକ୍ଷ୍ନୌ, କୋଲକାତା ଓ ବେଙ୍ଗାଲୁଲୁ ସେମାନଙ୍କ ନେତୃତ୍ୱରେ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀର ଅକ୍ଷର ପଟେଲ, ପଞ୍ଜାବର ଶ୍ରେୟାସ ଆୟାର, ଲକ୍ଷ୍ନୌର ଋଷଭ ପନ୍ତ, କୋଲକାତାର ଆଜିଙ୍କ୍ୟ ରାହାଣେ ଓ ବେଙ୍ଗାଲୁରୁର ରଜତ ପାଟିଦାର ଅଧିନାୟକ ଦାୟିତ୍ୱ ନେଇଛନ୍ତି। 

About the Author