Advertisement
Article Detail0/zeeodisha/odisha2695096

IPL 2025: ଇଶାନ ହାତେଇଛନ୍ତି ଅରେଞ୍ଜ କ୍ୟାପ୍, ଏହି ଖତରନାକ୍ ସ୍ପିନରଙ୍କ ପାଖରେ ରହିଛି ପର୍ପଲ କ୍ୟାପ୍

IPL 2025: ଇଣ୍ଡିଆନ ପ୍ରିମିୟର ଲିଗ୍ ଅର୍ଥାତ୍ IPLର ୫ଟି ମ୍ୟାଚ୍ ଖେଳାଯାଇଛି। ସମସ୍ତ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି। ଜାଣନ୍ତି କି ଏହି ପାଞ୍ଚଟି ମ୍ୟାଚ୍ ପରେ ଅରେଞ୍ଜ କ୍ୟାପ୍ ଦୌଡ଼ରେ କିଏ ଆଗରେ ଅଛି ଏବଂ କିଏ  ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ପାଇଛି। 

 

IPL 2025: ଇଶାନ ହାତେଇଛନ୍ତି ଅରେଞ୍ଜ କ୍ୟାପ୍, ଏହି ଖତରନାକ୍ ସ୍ପିନରଙ୍କ ପାଖରେ ରହିଛି ପର୍ପଲ କ୍ୟାପ୍
IPL 2025: ଇଶାନ ହାତେଇଛନ୍ତି ଅରେଞ୍ଜ କ୍ୟାପ୍, ଏହି ଖତରନାକ୍ ସ୍ପିନରଙ୍କ ପାଖରେ ରହିଛି ପର୍ପଲ କ୍ୟାପ୍

IPL 2025 Orange Cap and Purple Cap Holder: ଇଣ୍ଡିଆନ ପ୍ରିମିୟର ଲିଗ୍ ଅର୍ଥାତ୍ IPLର ୫ଟି ମ୍ୟାଚ୍ ଖେଳାଯାଇଛି। ସମସ୍ତ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି। ଜାଣନ୍ତି କି ଏହି ପାଞ୍ଚଟି ମ୍ୟାଚ୍ ପରେ ଅରେଞ୍ଜ କ୍ୟାପ୍ ଦୌଡ଼ରେ କିଏ ଆଗରେ ଅଛି ଏବଂ କିଏ  ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ପାଇଛି। ଆଗାମୀ ସମୟରେ ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ପାଇଁ ରେସ୍ ଆକର୍ଷଣୀୟ ହୋଇଯିବ। ତଥାପି ପାଞ୍ଚଟି ମ୍ୟାଚ୍ ପରେ ଭଲ କଥା ହେଉଛି ଯେ ଅରେଞ୍ଜ କ୍ୟାପ୍ ରେସରେ ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଅଛନ୍ତି। ପର୍ପଲ କ୍ୟାପ୍ ଦୌଡ଼ରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଅଛନ୍ତି।

IPL 2025 ର ଅରେଞ୍ଜ କ୍ୟାପ୍ ପାଇଁ ରେସ୍ ବିଷୟରେ କହିବାକୁ ଗଲେ ଶ୍ରେଷ୍ଠ ୫ ରେ ତିନି ଜଣ ଭାରତୀୟ ଖେଳାଳି ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ଇଶାନ କିଶାନ ଶତକ ସହିତ ଶୀର୍ଷରେ ଅଛନ୍ତି। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୦୬ ରନର ଏକ ଇନିଂସ ଖେଳିଥିଲେ। ଶ୍ରେୟସ ଆୟର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଶ୍ରେୟସ ଗୁଜରାଟ ବିପକ୍ଷରେ ୯୭ ରନ କରିଥିଲେ। ତାଲିକାରେ ତୃତୀୟ ନାମ ହେଉଛି ନିକୋଲାସ ପୁରନ୍। ଯିଏ ଦିଲ୍ଲୀ ବିପକ୍ଷରେ ୭୫ ରନର ଇନିଂସ ଖେଳିଥିଲେ। ତାଲିକାର ତୃତୀୟ ଭାରତୀୟ ହେଉଛନ୍ତି ସାଇ ସୁଦର୍ଶନ ଯିଏ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ପଞ୍ଜାବ ବିପକ୍ଷରେ ୭୪ ରନ କରିଥିଲେ। ମିଚେଲ ମାର୍ଶ ପଞ୍ଚମ ସ୍ଥାନରେ ଅଛନ୍ତି। ସେ ୭୨ ରନର ଏକ ଇନିଂସ ଖେଳିଥିଲେ।

Also Read: IPL ଇତିହାସରେ ସର୍ବାଧିକ ରନ୍ ସ୍କୋର କରିଥିବା ୧୦ ଖେଳାଳି କିଏ? ଜାଣନ୍ତୁ...

Add Zee News as a Preferred Source

IPL 2025 ଅରେଞ୍ଜ କ୍ୟାପ୍ ପାଇଁ ରେସରେ ଥିବା ଖେଳାଳି
୧. ଇଶାନ କିଷାନ – ୧୦୬ ରନ
୨. ଶ୍ରେୟସ ଆୟର - ୯୭ ରନ
୩. ନିକୋଲାସ ପୁରନ - ୭୫ ରନ
୪. ସାଇ ସୁଦର୍ଶନ – ୭୪ ରନ
୫. ମିଚେଲ ମାର୍ଶ - ୭୨ ରନ

IPL 2025 ର ପର୍ପଲ କ୍ୟାପ୍ ପାଇଁ ରେସ୍ ବିଷୟରେ କହିବାକୁ ଗଲେ ନୁର ଅହମ୍ମଦ ଏଥିରେ ଶୀର୍ଷରେ ଅଛନ୍ତି। ଯିଏ ଏଥର ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳୁଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଥିବା ଅନ୍ୟ ଚାରି ଜଣ ଖେଳାଳି କେବଳ ୩ଟି ଲେଖାଏଁ ୱିକେଟ୍ ପାଇଛନ୍ତି। ଏଥିରେ ଖଲିଲ ଅହମ୍ମଦ, କୃଣାଲ ପାଣ୍ଡ୍ୟା, ଆର ସାଇ କିଶୋର ଏବଂ ଭିଗ୍ନେଶ ପୁଥୁରଙ୍କ ନାମ ଅନ୍ତର୍ଭୁକ୍ତ। ସମସ୍ତ ଖେଳାଳି କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି।

Also read: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଛି କେତୋଟି IPL ମ୍ୟାଚ୍? ଜାଣନ୍ତୁ ଡିଟେଲ୍ସ

IPL 2025 ପର୍ପଲ କ୍ୟାପ୍ ପାଇଁ ରେସରେ ଥିବା ଖେଳାଳି
୧. ନୁର ଅହମ୍ମଦ - ୪ ୱିକେଟ୍
୨. ଖଲିଲ ଅହମ୍ମଦ - ୩ ୱିକେଟ୍
୩. କୃଣାଲ ପାଣ୍ଡ୍ୟା – ୩ ୱିକେଟ୍
୪. ଆର ସାଇ କିଶୋର - ୩ ୱିକେଟ୍
୫. ଭିଗ୍ନେଶ ପୁଥୁର - ୩ ୱିକେଟ୍

About the Author