IPL 2025 Qualifier 1 Highlights: ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନର ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି। ୧୦୨ ରନର ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ୬୦ ବଲ ବାକି ଥାଇ ବିଜୟୀ ହୋଇଛି।
Trending Photos
)
IPL 2025 Qualifier 1 Highlights: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ IPL 2025 ର ଫାଇନାଲରେ ପହଞ୍ଚିଛି। ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ, ବାଙ୍ଗାଲୋର ଇତିହାସ ସୃଷ୍ଟି କରିଛି ଏବଂ ଚତୁର୍ଥ ଥର ପାଇଁ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କଲା। ଏହି ମ୍ୟାଚ୍ ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୦୧ ରନ୍ କରିଥିଲା। ଫିଲ୍ ସଲ୍ଟଙ୍କ ଚତ୍ମକାର ଅର୍ଦ୍ଧଶତକ ଯୋଗୁଁ RCB ସହଜରେ ୧୦୨ ରନ୍ ଟାର୍ଗେଟ ହାସଲ କରି ଟାଇଟଲ୍ ମ୍ୟାଚ୍ ପାଇଁ ନିଜ ସ୍ଥାନ ସୁରକ୍ଷିତ କରି ନେଇଥିଲା।
୧୦୨ ରନର ଟାର୍ଗେଟ ପିଛା କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଚତୁର୍ଥ ଓଭରରେ ପ୍ରଥମ ଝଟକା ଲାଗିଲା। ବିରାଟ କୋହଲି ୧୨ ବଲରୁ ୧୨ ରନ କରି ଆଉଟ ହୋଇଥିଲେ। ମୟଙ୍କ ଅଗ୍ରୱାଲ ୧୩ ବଲରୁ ୧୯ ରନ କରି ଆଉଟ ହୋଇଥିଲେ। ମୁଶିର ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଫିଲ ସଲ୍ଟ ୨୭ ବଲରୁ ୫୬ ରନ କରି ଅପରାଜିତ ଫେରିଥିଲେ। ଅଧିନାୟକ ରଜତ ପାଟିଦାର ୮ ବଲରୁ ୧୫ ରନ କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ କିଙ୍ଗ୍ସ ଦଳକୁ ଦ୍ୱିତୀୟ ଓଭରରେ ପ୍ରଥମ ଝଟକା ମିଳିଥିଲା। ଓପନର ପ୍ରିୟାଂଶ ଆର୍ଯ୍ୟ ୫ ବଲରୁ ୭ ରନ କରି ଆଉଟ ହୋଇଥିଲେ। ୟଶ ଦୟାଲ ତାଙ୍କୁ କୃଣାଳ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇଥିଲେ। ପ୍ରଭସିମରନ ସିଂହ ୧୦ ବଲରୁ ୧୮ ରନ କରି ଆଉଟ ହୋଇଥିଲେ। ଭୁବନେଶ୍ୱର କୁମାର ତାଙ୍କୁ ଆଉଟ କରିଥିଲେ। ଜୋଶ ହାଜେଲଉଡ୍ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟାସ ଆୟରଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଶ୍ରେୟାସ ତିନି ବଲରୁ ଦୁଇ ରନ କରି ଥିଲେ।
ଜୋଶ ଇଙ୍ଗଲିସ୍ ୭ ବଲରୁ କେବଳ ୪ ରନ କରି ପାରିଥିଲେ। ନେହାଲ ୱାଧେରାଙ୍କୁ ୟଶ ଦୟାଲ ଆଉଟ କରିଥିଲେ। ସେ ୧୦ ବଲ୍ ରେ ୮ ରନ୍ କରିଥିଲେ। ମୁଶିର ଖାନ ତାଙ୍କ ଖାତା ଖୋଲିପାରି ନଥିଲେ। ସେ ସୁୟାଶଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ମାର୍କସ୍ ଷ୍ଟାଇନ୍ସଙ୍କୁ ଆଉଟ୍ କରି ସୁୟାଶ ତୃତୀୟ ସଫଳତା ପାଇଥିଲେ। ହରପ୍ରୀତ ୧୧ ବଲ୍ ରେ ୪ ରନ୍ କରିଥିଲେ। ବାଙ୍ଗାଲୋର ପକ୍ଷରୁ ଜୋଶ ହାଜେଲଉଡ୍ ଏବଂ ସୁୟାଶ ଶର୍ମା ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ଯେତେବେଳେ କି ୟଶ ଦୟାଲ ଦୁଇଟି ୱିକେଟ୍ ନେଇଥିଲେ। ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।