ବୁମ୍ରାଙ୍କ ଆଘାତକୁ ନେଇ ଆସିଲା ନୂଆ ଅପଡେଟ୍, ଟି-୨୦ ବିଶ୍ୱକପରୁ ହୋଇପାରନ୍ତି ଆଉଟ!
Advertisement

ବୁମ୍ରାଙ୍କ ଆଘାତକୁ ନେଇ ଆସିଲା ନୂଆ ଅପଡେଟ୍, ଟି-୨୦ ବିଶ୍ୱକପରୁ ହୋଇପାରନ୍ତି ଆଉଟ!

Jasprit Bumrah injury update: ଜସପ୍ରୀତ ବୁମ୍ରାଙ୍କ ପୁରୁଣା ଆଘାତ ସମସ୍ୟା ପୁଣିଥରେ ସାମ୍ନାକୁ ଆସିଛି । ଏହା ସମାନ ଆଘାତ ଯାହା ତାଙ୍କୁ ୨୦୨୯ ରେ ବହୁତ ଅସୁବିଧାରେ ପକାଇଥିଲା । ଯଦି ଜସପ୍ରୀତ ବୁମ୍ରା ଟି-୨୦ ବିଶ୍ୱକପରୁ ବାଦ ପଡନ୍ତି, ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ ଝଟକା ହେବ ।

ସୌ: ସୋସିଆଲ ମିଡିଆ

Jasprit Bumrah health update: ଭାରତୀୟ ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କ (Jasprit Bumrah) ଆଘାତ ଟିମ୍ ଇଣ୍ଡିଆର (Team India) ଟେନସନକୁ ବଢ଼ାଇ ଦେଇଛି । ଏସିଆ କପରୁ (Asia Cup) ସେ ବାହାରିବା ପରେ ଏବେ ଟି-୨୦ ବିଶ୍ୱକପ ୨୦୨୨ ରେ (T20 World Cup 2022) ତାଙ୍କର ଖେଳିବା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । କୁହାଯାଉଛି ଯେ ଜସପ୍ରୀତ ବୁମ୍ରାଙ୍କ ପୁରୁଣା ଆଘାତ ଦେଖାଦେଇଛି । ଏହା ସମାନ ଆଘାତ ଯାହା ତାଙ୍କୁ ୨୦୧୯ ରେ ବହୁତ ଅସୁବିଧାରେ ପକାଇଥିଲା । ଏହି ଆଘାତ ଯୋଗୁଁ ଯଦି ଜସପ୍ରୀତ ବୁମ୍ରା ଟି-୨୦ ବିଶ୍ୱକପରୁ ବାଦ ପଡନ୍ତି, ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ ଝଟକା ହେବ ।

ଜସପ୍ରୀତ ବୁମ୍ରାଙ୍କ ଆଘାତ ବିଷୟରେ ଇନସାଇଡ୍ ସ୍ପୋର୍ଟସକୁ ଏକ ଅପଡେଟ ପ୍ରଦାନ କରି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ହଁ ଏହା ଏକ ଚିନ୍ତାର ବିଷୟ । ସେ ପୁନଃ ଚିକିତ୍ସା ପାଇଁ ଫେରି ଆସିଛନ୍ତି ଓ ତାଙ୍କୁ ଉପଲବ୍ଧ ସର୍ବୋତ୍ତମ ଚିକିତ୍ସା ପରାମର୍ଶ ମିଳିବ । ସମସ୍ୟା ହେଉଛି ଯେ ତାଙ୍କ ଆଘାତ ପୁରୁଣା ଓ ଏହା ଚିନ୍ତାର କାରଣ । ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ୨ ମାସ ବାକି ଅଛି ଓ ଏହି ଆଘାତ ସେ ସବୁଠୁ ଖରାପ ସମୟରେ ପାଇଛନ୍ତି । ଆମେ ତାଙ୍କ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛୁ । ସେ ହେଉଛନ୍ତି ଶ୍ରେଷ୍ଠ ବୋଲର ଓ ବର୍ତ୍ତମାନ ସାବଧନତା ଓ ସ୍ଥିତିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି ।"

ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଏସିଆ କପରେ ଭାରତୀୟ ବୋଲିଂ ଆକ୍ରମଣ ସାଧାରଣ ଦେଖାଯାଉଛି । ଭୁବନେଶ୍ୱର କୁମାରଙ୍କ ବ୍ୟତୀତ କୌଣସି ଅଭିଜ୍ଞ ଦ୍ରୁତ ବୋଲର ନାହାଁନ୍ତି । ଅନ୍ୟ ଦ୍ରୁତ ବୋଲର ଭାବରେ ଅର୍ଶଦୀପ ସିଂ ଓ ଆବେଶ ଖାନ ଦଳରେ ସ୍ଥାନ ପାଇଛନ୍ତି । କହିରଖୁଛୁ ଯେ ଆହତ କାରଣରୁ ଏସିଆ କପ୍ ଦଳରେ ହର୍ଷଲ ପଟେଲଙ୍କୁ ମଧ୍ୟ ଚୟନ କରାଯାଇ ନାହିଁ ।

ଏସିଆ କପ୍ ୨୦୨୨ ପାଇଁ ଭାରତୀୟ ଦଳ - ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ୟ୍ଯକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ୍ଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆବେଶ ଖାନ ।

ବ୍ୟାକଅପ୍ ଖେଳାଳୀ - ଶ୍ରେୟସ୍ ଆୟର, ଅକ୍ଷର ପଟେଲ ଓ ଦୀପକ ଚହର ।

ଏହା ବି ପଢ଼ନ୍ତୁ: ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବି…ଡାର୍ଲିଙ୍ଗ୍

ଏହା ବି ପଢ଼ନ୍ତୁ: ଯେତେବେଳେ ତେଜସ୍ୱୀ ବାପାଙ୍କୁ ଖ୍ରୀଷ୍ଟିଆନ ଗର୍ଲଫ୍ରେଣ୍ଡ ବିଷୟରେ କହିଥିଲେ, ଜାଣନ୍ତୁ ଲାଲୁଙ୍କ....