KL Rahul Century: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର ୬୦ ତମ ମ୍ୟାଚ୍ରେ କେଏଲ ରାହୁଲ ୬୦ ବଲ୍ରେ ନିଜର ଶତକ ହାସଲ କରିଥିଲେ। ସେ ଦିଲ୍ଲୀ ଇନିଂସ୍ ଓପନ୍ କରିବାକୁ ଆସିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।
Trending Photos
KL Rahul 100: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର ୬୦ ତମ ମ୍ୟାଚ୍ରେ କେଏଲ ରାହୁଲ ୬୦ ବଲ୍ରେ ନିଜର ଶତକ ହାସଲ କରିଥିଲେ। ସେ ଦିଲ୍ଲୀ ଇନିଂସ୍ ଓପନ୍ କରିବାକୁ ଆସିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଏହା ରାହୁଲଙ୍କ ୫ମ ଶତକ। ଏହି ଶତକ ସହିତ ସେ ତିନୋଟି ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ ଖେଳି ଶତକ ହାସଲ କରିବାରେ ପ୍ରଥମ ଏବଂ ଏକମାତ୍ର ବ୍ୟାଟସମ୍ୟାନ୍ ହୋଇଯାଇଛନ୍ତି। ଏହି ଇନିଂସ ଯୋଗୁଁ ସେ ଆହୁରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।
୩ଟି ଫ୍ରାଞ୍ଚାଇଜି ପାଇଁ ଶତକ
ପ୍ରଥମେ ପଞ୍ଜାବ କିଙ୍ଗ୍ସସ ଏହାପରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଓ ଏବେ ଦିଲ୍ଲୀ କ୍ୟାପିଟାଲ୍ସ। କେଏଲ ରାହୁଲ ତିନୋଟି ଦଳ ପାଇଁ ଶତକ ମାରିଛନ୍ତି ଏବଂ ଆଇପିଏଲ ଇତିହାସରେ ୩ ଫ୍ରାଞ୍ଚାଇଜ୍ ପାଇଁ ଶତକ ମାରିଥିବା ଏକମାତ୍ର ବ୍ୟାଟସମ୍ୟାନ୍ ହୋଇଛନ୍ତି। ରବିବାର ମ୍ୟାଚରେ ୧୪ ଚୌକା ଏବଂ ୪ ଛକା ସହାୟତାରେ ୧୧୨ ରନର ଅପରାଜିତ ଇନିଂସ ଖେଳିଥିଲେ।
ଦିଲ୍ଲୀ ପାଇଁ ସୃଷ୍ଟି ହେଲା ଇତିହାସ
୨୦୨୦ ପରେ ଦିଲ୍ଲୀ ପାଇଁ କୌଣସି ବ୍ୟାଟସମ୍ୟାନ ଶତକ ମାରିପାରିଛନ୍ତି। କେଏଲ ରାହୁଲଙ୍କ ପୂର୍ବରୁ ଦିଲ୍ଲୀ ପାଇଁ ଶେଷ ଶତକ ଶିଖର ଧାୱନ ୨୦୨୦ ମସିହାରେ ମାରିଥିଲେ। ଏହା ପରେ କେହି ଦିଲ୍ଲୀ ପାଇଁ ଶତକ ମାରିଛନ୍ତି। କେବଳ ଏତିକି ନୁହେଁ ସେ ଦିଲ୍ଲୀ କ୍ୟାପିଟାଲ୍ସର ଇତିହାସରେ ପ୍ରଥମ ଓପନର ହୋଇଥିଲେ ଯିଏ ଓପନିଂ ସମୟରେ ଶେଷ ବଲ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଏବଂ ଶତକ ହାସଲ କରିଥିଲେ।
ଟି-୨୦ରେ ସର୍ବାଧିକ ଶତକ ଲଗାଇଥିବା ଭାରତୀୟ ଖେଳାଳି
ଏହା ରାହୁଲଙ୍କ ଟି-୨୦ କ୍ରିକେଟରେ ୭ମ ଶତକ। ସେ ସର୍ବାଧିକ ଟି-୨୦ ଶତକ ହାସଲ କରିବାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ୍ ହୋଇଥିଲେ। ତାଙ୍କଠାରୁ ଅଧିକ ବିରାଟ କୋହଲି ୯ଟି ଶତକ, ରୋହିତ ଶର୍ମା ଏବଂ ଅଭିଷେକ ଶର୍ମା ୭ଟି ଶତକ ମାରିଛନ୍ତି।
IPLରେ ସର୍ବାଧିକ ଶତକ
ଏହା IPLରେ କେଏଲ ରାହୁଲଙ୍କ ୫ମ ଶତକ। ସେ ଆଇପିଏଲରେ ସର୍ବାଧିକ ଶତକ ହାସଲ କରିବାରେ ଚତୁର୍ଥ ବ୍ୟାଟସମ୍ୟାନ୍ ମଧ୍ୟ ହୋଇଥିଲେ। ବିରାଟ କୋହଲି ୮ଟି ଶତକ, ଜସ୍ ବଟଲର୍ ୭ଟି, କ୍ରିସ୍ ଗେଲ୍ ୬ଟି ଏବଂ କେଏଲ ରାହୁଲ ୫ ଟି ଶତକ ମାରିଛନ୍ତି।