'RCB ଛାଡ଼ି ଏହି ଟିମ୍ ପାଇଁ IPL ଖେଳିବେ କୋହଲି'
Advertisement

'RCB ଛାଡ଼ି ଏହି ଟିମ୍ ପାଇଁ IPL ଖେଳିବେ କୋହଲି'

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ଆଇପିଏଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ଭେଟେରାନ ବୋଲର ଡେଲ୍ ଷ୍ଟେନ୍ କହିଛନ୍ତି ଯେ ଯଦି ସେ ଆରସିବି ଛାଡନ୍ତି ତେବେ ଏକ ଦଳ କୋହଲିଙ୍କୁ ସ୍ୱାଗତ କରିପାରେ । 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ଆଇପିଏଲରେ (IPL) ନିଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ୨୦୦ ଟି ମ୍ୟାଚ୍ ଖେଳିଛନ୍ତି । ଏହି ଆଇପିଏଲ ସିଜନ ପରେ କୋହଲି ଆରସିବି ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ କୋହଲିଙ୍କୁ ଅନେକ କଳ୍ପନାଜଳ୍ପନା ହେଉଛି ଯେ ସେ ଆଗାମୀ ସିଜନରେ ଆରସିବି ଛାଡ଼ି ଓ ଏକ ନୂଆ ଦଳ ପାଇଁ ଆଇପିଏଲ ଖେଳିବେ ।

ଏହି ଦଳ ପାଇଁ ଆଇପିଏଲ୍ ଖେଳିପାରନ୍ତି କୋହଲି!
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ଆଇପିଏଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ଭେଟେରାନ ବୋଲର ଡେଲ୍ ଷ୍ଟେନ୍ (Dale Steyn) କହିଛନ୍ତି ଯେ ଯଦି ସେ ଆରସିବି ଛାଡନ୍ତି ତେବେ ଏକ ଦଳ କୋହଲିଙ୍କୁ ସ୍ୱାଗତ କରିପାରନ୍ତି । ସେହି ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟତୀତ ଆଉ କେହି ନୁହେଁ । ESPN Cricinfo ସହିତ କଥାବାର୍ତ୍ତା କରି ଡେଲ ଷ୍ଟେନ୍ କହିଛନ୍ତି, 'ଆପଣ କେତେ ବଡ଼ ଖେଳାଳି, ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆପଣ ନିଜକୁ ଆଗକୁ ବଢୁଥିବା ଦେଖିପାରିବେ । ଆମେ ଦେଖିଛୁ କ୍ରିସ୍ ଗେଲ୍ ଦଳ ଛାଡିଛନ୍ତି ।

ଅଧିକ ପଢ଼ନ୍ତୁ: ୧ ଅକ୍ଟୋବରରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ପେମେଣ୍ଟ କରିବାର ପଦ୍ଧତି, ଜାଣନ୍ତୁ ଡିଟେଲ୍ସ

କୋହଲିଙ୍କୁ ନେଇ ହେଲା ଭବିଷ୍ୟବାଣୀ
ଡେଲ ଷ୍ଟେନ କହିଛନ୍ତି, 'ଆମେ ଦେଖିଛୁ ଯେ ଡେଭିଡ ବେକହମ ମଞ୍ଚେଷ୍ଟର ଛାଡିଛନ୍ତି । ଏହି ସମସ୍ତ ବଡ ଖେଳାଳିମାନେ ଦୀର୍ଘ ସମୟ ଧରି ସେମାନଙ୍କ କ୍ଲବ ପାଇଁ ଖେଳିଥିଲେ ଓ ପରେ ସେଠାରୁ ଚାଲିଗଲେ । ବିରାଟ କୋହଲି ଦିଲ୍ଲୀର ଅଧିବାସୀ ଓ ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଅଛି ଓ ସେମାନେ କହିପାରନ୍ତି ଯେ ଆମ ସହିତ ଆସି ଶେଷ କର ।"

ଅଧିକ ପଢ଼ନ୍ତୁ: ବଡ଼ ଷଡ଼ଯନ୍ତ୍ରରେ ଲିପ୍ତ ଅଛି ଚୀନ୍! ରାତ୍ରି ସମୟରେ ଭାରତୀୟ ସୀମା ନିକଟରେ କରୁଛି ଯୁଦ୍ଧଭ୍ୟାସ

୬୦୦୦ ରୁ ଅଧିକ ଆଇପିଏଲ୍ ରନ୍ ସ୍କୋର କରିଛନ୍ତି କୋହଲି 
ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ୬୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ଓ ୨୦୧୩ ରୁ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଏହି ଦଳର ଅଧିନାୟକ ରହିଆସିଛନ୍ତି । ସୋମବାର କେକେଆର୍ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ଆରସିବି ଦଳ ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ୯୨ ରନ୍ ସଂଗ୍ରହ କରିଥିଲା । ଏହା ପରେ କେକେଆର ଦଳ ଏହାର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଏବଂ ଭେଙ୍କଟେଶ ଆୟରଙ୍କ ଉତ୍କୃଷ୍ଟ ବ୍ୟାଟିଂ ଯୋଗୁଁ ୧୦ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା ।