Team India: 'T20 ବିଶ୍ୱକପ ୨୦୨୪ ପାଇଁ ଏହି ଖେଳାଳୀଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ'
Advertisement

Team India: 'T20 ବିଶ୍ୱକପ ୨୦୨୪ ପାଇଁ ଏହି ଖେଳାଳୀଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ'

Team India: ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଅଭିଯାନ ସେମିଫାଇନାଲରେ ଶେଷ ହୋଇଯାଇଥିଲା । ​ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଯାହା ପରେ ଭାରତୀୟ ଦଳକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି ।

Team India: 'T20 ବିଶ୍ୱକପ ୨୦୨୪ ପାଇଁ ଏହି ଖେଳାଳୀଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ'

Krishnamachari Srikkanth On Team India T20 World Cup 2024: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଟିମ୍ ଇଣ୍ଡିଆ (Team India) ର ପ୍ରଦର୍ଶନ ଏତେ ଭଲ ନ ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ (Indian Team) ର ଅଭିଯାନ ସେମିଫାଇନାଲରେ ଶେଷ ହୋଇଯାଇଥିଲା । ​ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଯାହା ପରେ ଭାରତୀୟ ଦଳକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଟିମ୍ ଇଣ୍ଡିଆର ସିନିୟର ଖେଳାଳିଙ୍କୁ ଅବସର ନେବାକୁ ଦାବି କରାଯାଉଛି । 

ଏହି ସମୟରେ ଭାରତର ପୂର୍ବତନ ବିସ୍ଫୋରକ ଓପନର୍ କୃଷ୍ଣମାଚାରୀ ଶ୍ରୀକାନ୍ତ (Krishnamachari Srikkanth) ଜଣେ ଷ୍ଟାର ଖେଳାଳିଙ୍କୁ ଅଧିନାୟକ କରିବାକୁ ଦାବି କରିଛନ୍ତି । ଷ୍ଟାର ସ୍ପୋର୍ଟସର ଏକ କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ଭେଟେରାନ କୃଷ୍ଣମାଚାରୀ ଶ୍ରୀକାନ୍ତ କହିଛନ୍ତି ଯେ, "ଯଦି ମୁଁ ଚୟନ କମିଟିର ଅଧ୍ୟକ୍ଷ ଥାଆନ୍ତି, ତେବେ ମୁଁ କହିଥାନ୍ତେ ଯେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୨୦୨୪ ବିଶ୍ୱକପ (T20 World Cup 2024) ପାଇଁ ଅଧିନାୟକ ହେବା ଉଚିତ । ମୁଁ ସିଧାସଳଖ ଏହି ନିଷ୍ପତ୍ତି ନେଇଥାନ୍ତି । ଦଳର ପୁନଃ ଗଠନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବା ଉଚିତ୍ । ଏହି କାର୍ଯ୍ୟ ନ୍ୟୁଜିଲ୍ୟାଣ୍ଡ ସିରିଜ (India vs New Zealand T20 Series) ରୁ ଆରମ୍ଭ ହେବା ଉଚିତ ଯାହା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ।"

କୃଷ୍ଣମାଚାରୀ ଶ୍ରୀକାନ୍ତ ଆଗକୁ କହିଛନ୍ତି ଯେ, "ଆପଣଙ୍କୁ ଆଜିଠାରୁ ଆରମ୍ଭ କରିବାକୁ ପଡ଼ିବ । ବିଶ୍ୱକପ ପାଇଁ ପ୍ରସ୍ତୁତ ହେବାକୁ ହେଲେ ଆପଣଙ୍କୁ ବିଷୟ ବୁଝିବାକୁ ପଡ଼ିବ । ଦୁଇ ବର୍ଷ ପୂର୍ବରୁ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ । ତେଣୁ ଆପଣ ଯାହା କରିବାକୁ ଚାହାଁନ୍ତି, ଏହା ଏକ ପ୍ରକାର ପରୀକ୍ଷଣ ହେଉ କିମ୍ବା ଆଉ କିଛି, ତାହାକୁ ଏକ ବର୍ଷ ମଧ୍ୟରେ କରନ୍ତୁ । ତା’ପରେ ୨୦୨୩ ସୁଦ୍ଧା ଦଳ ପ୍ରସ୍ତୁତ କରନ୍ତୁ ଓ ନିଶ୍ଚିତ କରନ୍ତୁ ଯେ ଏହି ଦଳ ବିଶ୍ୱକପରେ ଖେଳିବ ।" 

"ଆପଣଙ୍କୁ ଅଧିକ ଦ୍ରୁତ ବୋଲିଂ ଅଲରାଉଣ୍ଡର ଆବଶ୍ୟକ । ଆପଣ ୧୯୮୩ ବିଶ୍ୱକପ୍, ୨୦୧୧ ବିଶ୍ୱକପ୍ ଏବଂ ୨୦୦୭ ଟି-20 ବିଶ୍ୱକପକୁ ଦେଖନ୍ତୁ । ଆମେ କାହିଁକି ଏଥିରେ ଜିତିଲୁ, କାରଣ ଆମର ଅଧିକ ଦ୍ରୁତ ବୋଲିଂ ଅଲରାଉଣ୍ଡର ଥିଲେ ଓ ଏପରି କିଛି ଖେଳାଳି ଥିଲେ ଯେଉଁମାନେ ବ୍ୟାଟ୍ ସହିତ ବୋଲିଂ କରିପାରୁଥିଲେ । ଏଥିପାଇଁ ଏପରି ଖେଳାଳିଙ୍କୁ ଚିହ୍ନଟ କରନ୍ତୁ, ଯେପରି ଦୀପକ ହୁଡ୍ଡା । ତାଙ୍କ ପରି ଅନ୍ୟ ଅନେକ ଖେଳାଳି ମଧ୍ୟ ଅଛନ୍ତି", ବୋଲି କୃଷ୍ଣମାଚାରୀ ଶ୍ରୀକାନ୍ତ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଜେଲରୁ ମୁକୁଳିବା ପରେ ରଙ୍ଗ ବଦଳାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଓ ରବିଚନ୍ଦ୍ରନ

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ଖେଳାଳିଙ୍କ ଖୋଲିବ ଭାଗ୍ୟ! ରୋହିତ ଶର୍ମା ଟି-20 ବିଶ୍ୱକପରେ ଦେଇ ନଥିଲେ ସୁଯୋଗ

ଅଧିକ ପଢ଼ନ୍ତୁ:-ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଯୁବକ, କିଛି ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କର ମୃତ୍ୟୁ

 

ଏଠାରେ କହି ରଖୁଛୁ ଯେ, ଶୁକ୍ରବାର ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଭାରତ ୩ଟି ଟି-20 ଅନ୍ତର୍ଜାତୀୟ ଓ ଏତିକି ହିଁ ଏକ ଦିବସୀୟ (ODI) ମ୍ୟାଚ୍ ଖେଳିବ । ରୋହିତ ଶର୍ମା (Rohit Sharma) ଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଛୋଟ୍ ଫର୍ମାଟରେ ଦଳର ନେତୃତ୍ୱ ନେବେ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବ । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।