ଆସିଲା Good News, ପୁଣିଥରେ ବାପା ହେବାକୁ ଯାଉଛନ୍ତି MS Dhoni
Advertisement

ଆସିଲା Good News, ପୁଣିଥରେ ବାପା ହେବାକୁ ଯାଉଛନ୍ତି MS Dhoni

ଧୋନିଙ୍କ ଧର୍ମପତ୍ନୀ ସାକ୍ଷୀ ଗର୍ଭବତୀ ଥିବା ଖବର କ୍ରିକେଟ ଖେଳାଳି ତଥା ଧୋନିଙ୍କ ଘନିଷ୍ଠ କୁହାଯାଉଥିବା ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା କହିଛନ୍ତି । 

ଆସିଲା Good News, ପୁଣିଥରେ ବାପା ହେବାକୁ ଯାଉଛନ୍ତି MS Dhoni

ନୂଆଦିଲ୍ଲୀ: ପବିତ୍ର ଦଶହରାରେ ଆଇପିଏଲ ଟ୍ରଫି ଜିତି କ୍ରିକେଟ ପ୍ରେମୀଙ୍କୁ ଦଶହରା ଭେଟି ଦେଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ । ଦୁବାଇରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଚେନ୍ନାଇ ୨୭ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚାମ୍ପିୟନ୍ ହୋଇସାରିଛି । ଗୋଟେ ପଟେ ଆଇପିଏଲ ଟାଇଟଲ ଜିତିବା ପରେ ମହେନ୍ଦ୍ର ସିଂ ଧୋନି ଏବେ ଆଉ ଏକ ଖୁସି ଖବର ଦେଇଛନ୍ତି। ତାହା ହେଉଛି ଯେ, ମହେନ୍ଦ୍ର ସିଂ ଧୋନି ପୁଣି ଥରେ ବାପା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି ।

ଧୋନି (MS Dhoni) ଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି  (Sakhi Singh Dhoni) ୪ ମାସର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ଦ୍ୱିତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଧୋନିଙ୍କ ଧର୍ମପତ୍ନୀ ସାକ୍ଷୀ ଗର୍ଭବତୀ ଥିବା ଖବର କ୍ରିକେଟ ଖେଳାଳି ତଥା ଧୋନିଙ୍କ ଘନିଷ୍ଠ କୁହାଯାଉଥିବା ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା କହିଛନ୍ତି । ଅନ୍ୟପଟେ ପୂର୍ବରୁ ଧୋନିଙ୍କର ଗୋଟିଏ କନ୍ୟା ସନ୍ତାନ ଜିଭା ରହିଛନ୍ତି। ଜିଭା (Ziva )ଙ୍କ ବୟସ ଏବେ ୬ ବର୍ଷ। 

Also Read: ରଣଭୀର ନିଜ ଫ୍ୟାମିଲି ପ୍ଲାନିଂ ସହିତ ସର୍ଟଲିଷ୍ଟ କରୁଛନ୍ତି ପିଲାର ନାମ, କହିଲେ କେବେ ହେବେ ବାପା?

ଗତକାଲି ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଆଇପିଏଲ ଟ୍ରଫି (IPL Trophy) ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ସେଲିବ୍ରେଟ କରିଥିଲେ। ଏପରି କି ଚେନ୍ନାଇ ବିଜୟୀରେ ସାକ୍ଷୀ ଖୁସିରେ କାନ୍ଦିବା ସହ ଡ୍ୟାନ୍ସ ମଧ୍ୟ କରିଥିବାର ଭିଡିଓ ବି ଏବେ  ସୋସିଆଲ ମିଡିଆ (Social Media) ରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଗତକାଲି ପଡ଼ିଆରେ ଧୋନିଙ୍କ ସହ ଫଟୋ ଉଠାଇବା ସମୟରେ ସାକ୍ଷୀଙ୍କ ଶାରିରୀକ ଗଠନରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଅର୍ଥାତ୍ ସାକ୍ଷୀ ସିଂ ଧୋନି ଗର୍ଭବତୀ ଥିବା ଜଣାପଡ଼ିଥିଲା। 

Also Read: କେବଳ ଟିଭି ଦେଖି ରୋଜଗାର କରନ୍ତୁ ମାସିକ ଲକ୍ଷ ଲକ୍ଷ ଟଙ୍କା...

ସାକ୍ଷୀ ଗର୍ଭବତୀ ଥିବା ରୈନାଙ୍କ ପତ୍ନୀ ସ୍ପଷ୍ଟ କରିଥିବା ବେଳେ  ଏ ବାବଦରେ ଧୋନି କିମ୍ବା ସାକ୍ଷୀ ଔପଚାରିକ ଭାବେ ମୁହଁ ଖୋଲି ନାହାଁନ୍ତି।