Advertisement
Article Detail0/zeeodisha/odisha3089761
Zee OdishaOdisha SportsIND vs NZ: ଭାରତର ଲଜ୍ଜାଜନକ ପରାଜୟ

IND vs NZ: ଭାରତର ଲଜ୍ଜାଜନକ ପରାଜୟ

  ନୂଆଦିଲ୍ଲୀ: ଆଜି ବିଶାଖାପାଟଣାର ଡ.

IND vs NZ: ଭାରତର ଲଜ୍ଜାଜନକ ପରାଜୟ

IND vs NZ:  ନୂଆଦିଲ୍ଲୀ: ଆଜି ବିଶାଖାପାଟଣାର ଡ. ୱାଇଏସ ରାଜାଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ଟି୨୦ ସିରିଜର ଚତୁର୍ଥ ମ୍ୟାଚରେ ଭାରତର ଲଜ୍ଜାଜନକ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୧୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ବ୍ୟାଟିଂ କରି ୧୬୫ ରନ କରି ଅଲ ଆଉଟ ହୋଇଯାଇଥିଲା। 

ଭ୍ରମଣକାରୀ ନ୍ୟୁଜିଲାଣ୍ଡର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡର ଘାତକ ବୋଲିଂ କରି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ୨ ଓଭର ମଧ୍ୟରେ ଦୁଇ ବ୍ୟାଟସମ୍ୟାନଙ୍କୁ ହରାଇଥିଲା ଭାରତ। ଅଭିଷେକ ଶର୍ମା (୦) ଓ ସୂର୍ଯ୍ୟକୁମାର ଯାଦବ ୮ ରନ କରି ଆଉଟ ହୋଇଥିଲେ। ତେବେ ଶିବମ ଦୁବେ ୬୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଭାରତ ବିଜୟ ହାସଲ କରିପାରିନଥିଲା। ସଞ୍ଜୁ ସାମସନ ୨୪ ଓ ରିଙ୍କୁ ସିଂ ୩୯ ରନ ସଂଗ୍ରହ କରିଥିଲେ। ରବି ବିଷ୍ଣୋଇ ୧୦ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ସର୍ବାଧିକ ୩ଟି ୱିକେଟ ନେଇଥିଲେ।  ଇଶ ସୋଢୀ ଓ ଜାକବ ଡଫି ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମ୍ୟାଟ ହେନରି ଓ ଜ୍ୟାକ ଫୋଲକିସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

ଭ୍ରମଣକାରୀ ଦଳର ଡେଭନ କନୱେ ଓ ଟିମ ସେଇଫର୍ଟ ପାଳି ଆରମ୍ଭ କରିଥିଲେ। ଉଭୟ ଦଳ ପାଇଁ ବେଶ ଭଲ ଆରମ୍ଭ କରିଥିଲେ। ଓପନର ଯୋଡ଼ି ପ୍ରଥମ ୱିକେଟରେ ୧୦୦ ରନ ଯୋଡ଼ିଥିଲେ। ଦଳ ପକ୍ଷରୁ ଟିମ ସେଇଫର୍ଟ ଅର୍ଦ୍ଧଶତକୀୟ (୬୨) ଇନିଂସ ଖେଳିଥିଲେ। ସେହିପରି ଡେଭନ ମଧ୍ୟ ୪୪ ରନର ବଡ଼ ଇନିଂସ ଖେଳିଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ ଡାରିଲ ମିଚେଲ ୩୯ ରନ କରି ଅପରାଜିତ ରହିଥିଲେ। ସେହିପରି ଗ୍ଲେନ ଫିଲିପ ୨୪, ମିଚେଲ ସାଣ୍ଟନର ୧୧, ଓ ଜ୍ୟାକ ଫଲକେଶ ୧୩ ରନ କରି ଆଉଟ ହୋଇଥିଲେ। ଦଳ ଧାର୍ଯ୍ୟ ଓଭରରେ ୭ ୱିକେଟ ହରାଇ ୨୧୫ ରନ କରିଥିଲା। 

Add Zee News as a Preferred Source

ଭାରତୀୟ ଦଳ ପକ୍ଷରୁ ଅର୍ଶଦୀପ ସିଂହ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜଶପ୍ରିତ ବୁମରା ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

About the Author