Advertisement
Article Detail0/zeeodisha/odisha2770159
Zee OdishaOdisha SportsAngelo Mathews: ଟେଷ୍ଟ କ୍ରିକେଟରୁ ଅବସର ନେବେ ଏହି ମହାନ ଖେଳାଳି, ଜୁନରେ ଖେଳିବେ ନିଜର ଶେଷ ମ୍ୟାଚ୍

Angelo Mathews: ଟେଷ୍ଟ କ୍ରିକେଟରୁ ଅବସର ନେବେ ଏହି ମହାନ ଖେଳାଳି, ଜୁନରେ ଖେଳିବେ ନିଜର ଶେଷ ମ୍ୟାଚ୍

Angelo Mathews News: ଜୁନ ମାସରେ ବାଂଲାଦେଶ ଦଳର ଶ୍ରୀଲଙ୍କା ଗସ୍ତ ସମୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବା ପରେ ୩୭ ବର୍ଷୀୟ ମାଥ୍ୟୁସ୍ ଏହି ଫର୍ମାଟକୁ ଅଲବିଦା କହିବେ। 

 

Angelo Mathews Test Retirement News
Angelo Mathews Test Retirement News

Angelo Mathews Retirement: ଆଉ ଜଣେ ଭେଟେରାନ୍ ଖେଳାଳି  ବର୍ତ୍ତମାନ ଟେଷ୍ଟ ଫର୍ମାଟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ହେଉଛନ୍ତି ପୂର୍ବତନ ଶ୍ରୀଲଙ୍କା ଦଳର ଅଧିନାୟକ ତଥା ଚମତ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍। ଜୁନ ମାସରେ ବାଂଲାଦେଶ ଦଳର ଶ୍ରୀଲଙ୍କା ଗସ୍ତ ସମୟରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବା ପରେ ୩୭ ବର୍ଷୀୟ ମାଥ୍ୟୁସ୍ ଏହି ଫର୍ମାଟକୁ ଅଲବିଦା କହିବେ। ଏକ ବୟାନ ଜାରି କରି ମାଥ୍ୟୁସ୍ କହିଛନ୍ତି ଯେ ଟେଷ୍ଟ କ୍ରିକେଟ୍ ଛାଡିବା ପାଇଁ ଏହା ତାଙ୍କ ପାଇଁ ସଠିକ୍ ସମୟ, ଯେଉଁଥିରେ ଆଗାମୀ ପିଢ଼ି ଏହି ଦାୟିତ୍ୱ ନେଇପାରିବେ ଏବଂ ସେ ସୀମିତ ଓଭର ଫର୍ମାଟରେ ଖେଳିବା ଜାରି ରଖିବେ।

ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ସମ୍ପର୍କରେ ଆଞ୍ଜେଲୋ ମାଥ୍ୟୁସ୍ ନିଜ ବିବୃତ୍ତିରେ କହିଛନ୍ତି, "ଜୁନ୍‌ରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ଏହି ଫର୍ମାଟରେ ତାଙ୍କର ଶେଷ ମ୍ୟାଚ୍ ହେବ। ଯଦିଓ ମୁଁ ଏହି ଫର୍ମାଟକୁ ବିଦାୟ ଦେଉଛି, ଚୟନକର୍ତ୍ତାଙ୍କ ସହ ଆଲୋଚନା ପରେ, ଦଳକୁ ଯେତେବେଳେ ମୋର ଆବଶ୍ୟକତା ପଡ଼ିବ ମୁଁ ସୀମିତ ଓଭର ଫର୍ମାଟରେ ଖେଳିବା ପାଇଁ ଉପଲବ୍ଧ ହେବି। ମୁଁ ବିଶ୍ୱାସ କରେ ଯେ ବର୍ତ୍ତମାନ ଆମ ଟେଷ୍ଟ ଦଳରେ ଅଭିଜ୍ଞ ଏବଂ ଯୁବ ଖେଳାଳି ଉଭୟ ଅଛନ୍ତି ଏବଂ ଏହା ନୂତନ ଯୁବ ଖେଳାଳିମାନଙ୍କ ପାଇଁ ଚମକ ଦେଖାଇବା ପାଇଁ ଏକ ଭଲ ସୁଯୋଗ। ମୋ ପାଇଁ ଏହା ମୋର ପ୍ରିୟ କ୍ରିକେଟ ଫର୍ମାଟ୍ କିନ୍ତୁ ଏବେ ଏହାକୁ ବିଦାୟ ଦେବାର ସମୟ ଆସିଛି। ଗତ ୧୭ ବର୍ଷ ଧରି ଶ୍ରୀଲଙ୍କା ପାଇଁ ଏହି ଫର୍ମାଟରେ ଖେଳିବା ମୋ ପାଇଁ ସମ୍ମାନ ଏବଂ ଗର୍ବର ବିଷୟ।"

fallback

Add Zee News as a Preferred Source

ଟେଷ୍ଟ କ୍ରିକେଟରେ ଆଞ୍ଜେଲୋ ମାଥ୍ୟୁସଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ସେ ୧୧୮ ମ୍ୟାଚ୍‌ରୁ ୪୪.୬୨ ହାରରେ ୮୧୬୭ ରନ୍ କରିଛନ୍ତି> ଯେଉଁଥିରେ ୧୬ ଶତକ ଏବଂ ୪୫ ଅର୍ଦ୍ଧଶତକୀୟ ଇନିଂସ ଅନ୍ତର୍ଭୁକ୍ତ ରହିଛି। ମ୍ୟାଥ୍ୟୁସ୍ ଜୁନ୍ ୧୭ରୁ ଆରମ୍ଭ ହେଉଥିବା ବାଂଲାଦେଶ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ଶେଷ ଥର ପାଇଁ ହ୍ୱାଇଟ୍ ଜର୍ସି ପିନ୍ଧିବେ ଏବଂ ତାଙ୍କ ପାଖରେ ବିରାଟ କୋହଲିଙ୍କୁ ପଛରେ ପକାଇ ଘରୋଇ ମାଟିରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର ହେବାର ସୁଯୋଗ ରହିବ। ଯାହାଠାରୁ ସେ ମାତ୍ର ୧୩ ରନ୍ ଦୂରରେ ଅଛନ୍ତି। ଦୁଇଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ବାଂଲାଦେଶ ଦଳକୁ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ।

Also Read: Patanjali Electric Scooter: ପତଞ୍ଜଳି ମାତ୍ର ୧୪୦୦୦ ଟଙ୍କାରେ ଲଞ୍ଚ କଲା ଇଲେକ୍ଟ୍ରିକ୍ ସ୍କୁଟର? ଜାଣନ୍ତୁ ସତ୍ୟତା

 

About the Author