Pak social media handles: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନର ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଥିଲା। ତଥାପି ଏବେ ସୋଏବ ଅଖତରଙ୍କ ସମେତ ଅନେକ ପାକିସ୍ତାନୀ କ୍ରିକେଟର ଏବଂ ସେଲିବ୍ରିଟିଙ୍କ ଆକାଉଣ୍ଟ ଭାରତରେ ପୁଣି ଆକ୍ଟିଭ୍ ହୋଇଛି।
Trending Photos
)
Pak social media handles: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ବନ୍ଦ ହୋଇଥିବା ପାକିସ୍ତାନର ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ପୁଣି ଆଖ ହୋଇଛି। ପ୍ରାୟ ତିନି ମାସ ପରେ ଭାରତରେ ପୁଣି ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ ଦେଖାଯାଉଛି। ଯଦିଓ ଭାରତ ସରକାର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି। ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଆକ୍ଟିଭ ହୋଇଛି। ତାଙ୍କ ବ୍ୟତୀତ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି, ବାସିତ ଅଲି ଏବଂ ରସିଦ ଲତିଫଙ୍କ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଦେଖାଯାଉଛି। ଶାହିଦଙ୍କୁ ଭାରତୀୟ ସେନା ବିରୁଦ୍ଧରେ ବିଷ ଓଗାଳିବାର ଦେଖାଯାଇଥିଲା। ଅପରେସନ ସିନ୍ଦୁର ସମୟରେ ସେ ଶିଖର ଧାୱନଙ୍କ ସହ ମଧ୍ୟ ଝଗଡ଼ା କରିଥିଲେ।
୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହା ପରେ ସରକାର ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରିଥିଲେ। ୨୮ ଏପ୍ରିଲରେ ଦେଶ, ସେନା ଓ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ପ୍ରଚାର ଏବଂ ଭୁଲ ସୂଚନା ପ୍ରସାରଣ କରିବା ପାଇଁ ସରକାର ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରିଥିଲେ। ଯାହାଙ୍କ ମୋଟ ପ୍ରାୟ ୬୩.୦୮ ନିୟୁତ ସବସ୍କ୍ରାଇବର୍ ଅଛନ୍ତି। ଏହି ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ସୁପାରିଶ ଉପରେ ଆଧାରିତ। ସରକାର ଦ୍ୱାରା ବ୍ୟାନ୍ କରାଯାଇଥିବା ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରୁ କୌଣସିଟି ଏପର୍ଯ୍ୟନ୍ତ ଆକ୍ଟିଭ୍ ହୋଇନାହିଁ।
ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍ ଓ ସବା କମରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଏବେ ଭାରତରେ ଦେଖାଯାଉଛି। ମଙ୍ଗଳବାର ଦିନ ଅନେକ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀ ରିପୋର୍ଟ କରିଥିଲେ ଯେ ସେମାନେ ଏମାନଙ୍କ ପ୍ରୋଫାଇଲ୍ ଦେଖିପାରୁଛନ୍ତି। ମାହିରା ଖାନ, ହାନିଆ ଆମିର, ଫୱାଦ ଖାନ ଏବଂ ଆତିଫ୍ ଅସଲମ ଭଳି ଅନ୍ୟ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଏବଂ ପୂର୍ବତନ କ୍ରିକେଟର ତନବୀର ଅହମ୍ମଦଙ୍କ ୟୁଟ୍ୟୁବ୍ ଆକାଉଣ୍ଟ୍ ଆକ୍ଟିଭ୍ ହୋଇନାହିଁ।
ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ୧୬ଟି ପାକିସ୍ତାନୀ YouTube ଚ୍ୟାନେଲ: ଡନ୍ ନ୍ୟୁଜ୍ ଟିଭି, ଇରଶାଦ ଭଟ୍ଟି, ସାମା ଟିଭି, ଏଆରୱାଇ ନ୍ୟୁଜ୍, ବିଓଏଲ ନ୍ୟୁଜ୍, ରାଫଟର୍ ଟିଭି, ଦି ପାକିସ୍ତାନ ରେଫରେନ୍ସ, ଜିଓ ନ୍ୟୁଜ୍, ସାମା ସ୍ପୋର୍ଟ, ଜିଏନଏନ, ଉଜୈର କ୍ରିକେଟ୍, ଉମର ଚିମା ଏକ୍ସକ୍ଲୁସିଭ୍, ଅସମା ଶିରାଜି, ମୁନିବ ଫାରୁକ୍, ସୁନୋ ନ୍ୟୁଜ୍ ଏଚ୍ଡି, ରାଜି ନାମା।