୪ ଲକ୍ଷ ନୁହେଁ, ପ୍ରତି ମାସରେ ଭରଣପୋଷଣ ପାଇଁ ଦରକାର ୧୦ ଲକ୍ଷ ଟଙ୍କା, SC ରେ ଦ୍ୱାରସ୍ଥ ହେଲେ ଶାମିଙ୍କ ପତ୍ନୀ

Written ByJagdish Barik
Published: Nov 07, 2025, 04:06 PM IST|Updated: Nov 07, 2025, 04:10 PM IST

Hasin Jahan vs Mohammed Shami: କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାଁ ସୁପ୍ରିମକୋର୍ଟରେ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ପାଇଁ ଏକ ଆବେଦନ ଦାଖଲ କରିଛନ୍ତି। ପୂର୍ବରୁ ସେ ୪ ଲକ୍ଷ ଟଙ୍କା ପାଉଥିଲେ। ଏ ସମ୍ପର୍କରେ କୋର୍ଟ ନୋଟିସ୍ ଜାରି କରିଛନ୍ତି।

 

Hasin Jahan vs Mohammed Shami: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ନିଜ ଏବଂ ତାଙ୍କ ଝିଅ ପାଇଁ ବର୍ତ୍ତମାନର ୪ ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କା ମାସିକ ଭରଣପୋଷଣ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁପ୍ରିମକୋର୍ଟ ଶାମି ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ହାସିନ ଜାହାଁ ବହୁ ବର୍ଷ ଧରି ମହମ୍ମଦ ଶାମିଙ୍କଠାରୁ ଅଲଗା ରହୁଛନ୍ତି ଏବଂ ତାଙ୍କ ଝିଅ ମଧ୍ୟ ତାଙ୍କ ସହିତ ରହୁଛନ୍ତି।