)
World Continental Bronze: କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍ରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ୧୩.୭୪ ସେକେଣ୍ଡର ଟାଇମିଂ ସହ ପ୍ରଜ୍ଞା ପ୍ରଥମ ହୋଇଛନ୍ତି । ପୁରୁଷ ୧୦୦ ମିଟରରେ ଲାଲୁ ଭୋଇ ୧୦.୫୪ ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ମହିଳା ୧୦୦ ମିଟରରେ ୧୧.୮୬ ସେକେଣ୍ଡ ସହ ଶ୍ରାବଣୀ ନନ୍ଦ ପଞ୍ଚମ ସ୍ଥାନରେ ରହିଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ୧୭ ଦେଶର ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୧୮ଟି ଇଭେଣ୍ଟରେ ଅନେକ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ଦିନିକିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ଆଶା ସହ ଟୋକିଓ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ଆଥଲେଟଙ୍କର ଲକ୍ଷ ରହିଛି। ପ୍ରଥମଥର ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଣ୍ଟିନେଣ୍ଟାଲ ଟୁର୍ ଆୟୋଜିତ ହୋଇଛି ।
Also Read- ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ, ବୁଡିଗଲେ ୩ ଯୁବକ