ନୂଆ ପିଚରେ ଡେବ୍ୟୁ କରିବେ ରାଇନା... ରବି ଶାସ୍ତ୍ରୀ ବି କରିବେ କମ୍ ବ୍ୟାକ୍
Advertisement

ନୂଆ ପିଚରେ ଡେବ୍ୟୁ କରିବେ ରାଇନା... ରବି ଶାସ୍ତ୍ରୀ ବି କରିବେ କମ୍ ବ୍ୟାକ୍

୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ (IPL) ପାଇଁ ଉଭୟ ରବି ଓ ରାଇନା, କମେଣ୍ଟେଟର ଭୂମିକାରେ ଅବତୀର୍ଣ୍ଣ ହେବେ । ଆଇପିଏଲ ପ୍ରସାରଣ ଅଧିକାର ପାଇଥିବା ଷ୍ଟାରସ୍ପୋର୍ଟସ୍ ଇଣ୍ଡିଆ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।

ନୂଆ ପିଚରେ ଡେବ୍ୟୁ କରିବେ ରାଇନା... ରବି ଶାସ୍ତ୍ରୀ ବି କରିବେ କମ୍ ବ୍ୟାକ୍

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଏବେ ନଜର ଆସିବେ ନୂଆ ରୋଲରେ । ଅବଶ୍ୟ ଏ ରୋଲରେ ସେ ପୂର୍ବରୁ ମଧ୍ୟ କାମ କରି ସାରିଛନ୍ତି । ହେଲେ ଭାରତୀୟ ଦଳର କୋଚ୍ ହେବା ପରେ ଏବେ ପୁଣି ସେ ପୂର୍ବ ରୋଲକୁ ଫେରିବା ନିଶ୍ଚିତ ହୋଇଯାଇଛନ୍ତି । ଖାଲି ରବି ଶାସ୍ତ୍ରୀ ନୁହନ୍ତି, ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ତଥା ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ସର୍ବାଧିକ ରନ୍ ସ୍କୋର କରିଥିବା ସୁରେଶ ରାଇନା ମଧ୍ୟ ରବିଙ୍କ ସାଙ୍ଗରେ ନୂଆ ରୋଲରେ ଡେବ୍ୟୁ କରିବେ ।

୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ (IPL) ପାଇଁ ଉଭୟ ରବି ଓ ରାଇନା, କମେଣ୍ଟେଟର ଭୂମିକାରେ ଅବତୀର୍ଣ୍ଣ ହେବେ । ଆଇପିଏଲ ପ୍ରସାରଣ ଅଧିକାର ପାଇଥିବା ଷ୍ଟାରସ୍ପୋର୍ଟସ୍ ଇଣ୍ଡିଆ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଉଭୟ ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଥିବା ସୂଚନା ମିଳିଛି । ସେହିପରି ଆକାଶ ଚୋପ୍ରା, ଇର୍ଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥୀବ ପଟେଲଙ୍କ ପରି ପୂର୍ବଚନ ଖେଳାଳିମାନଙ୍କୁ ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ସ୍ଥାନ ମିଳିଛି ।

ସେହିପରି ଇଂରାଜୀ କମେଣ୍ଟେଟର ଭାବେ ସୁନୀଲ ଗାଭାସ୍କର (Sunil Gavaskar), ହର୍ଷା ଭୋଗଲେଙ୍କ ସହ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଓ ମୁରଲୀ କାର୍ତ୍ତିକ ପ୍ରମୁଖଙ୍କୁ ସ୍ଥାନ ଦିଆଯାଇଛି । ବିଦେଶୀ କମେଣ୍ଟେଟର ଆଲାନ୍ ୱିଲକିନ୍ସ, ସାଇମନ ଡୋଲ, ମାଥ୍ୟୁ ହେଡେନ ଓ ଡାନି ମୋରିସନଙ୍କ ପରି ଭେଟେରାନଙ୍କୁ ପ୍ୟାନଲରେ ସ୍ଥାନ ଦିଆଯାଇଛି । କମେଣ୍ଟ୍ରି ପ୍ୟାନେଲଙ୍କ ଉପରେ ଆଇପିଏଲ (IPL) ର ସଫଳତା ଅନେକ ମାତ୍ରାରେ ନିର୍ଭର କରୁଥିବାରୁ ଏହାକୁ ସର୍ବଦା ଗୁରୁତ୍ୱ ଦେଇଥାଏ ପ୍ରସାରଣ ସଂସ୍ଥା । ଏଥର ମଧ୍ୟ ହେଭିୱେଟମାନଙ୍କୁ ନେଇ ଜବରଦସ୍ତ କମେଣ୍ଟେଟର ପ୍ୟାନେଲ ଗଠନ କରାଯାଇଛି ।

ଇଂରାଜୀ ପ୍ୟାନେଲ୍ : ହର୍ଷା ଭୋଗଲେ, ସୁନୀଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକ୍ରିଷ୍ଣନ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ଅଞ୍ଜୁମ ଚୋପ୍ରା, ଇଆନ ବିଶୋପ, ଆଲାନ୍ ୱିଲକିନ୍ସ, ପମି ବାଙ୍ଗୱା, ନିକ୍ ନାଇଟ୍, ଡାନି ମମୋରିସନ, ସାଇମନ ଡୋଲ୍, ମାଥ୍ୟୁ ହେଡେନ୍, କେଭିନ୍ ପିଟରସନ୍

ହିନ୍ଦୀ ପ୍ୟାନେଲ୍ : ଆକାଶ ଚୋପ୍ରା, ଇର୍ଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥୀବ ପଟେଲ, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରନ ମୋରେ, ଯତୀନ ସପ୍ରୁ, ସୁରେନ ସୁନ୍ଦରମ, ରବି ଶାସ୍ତ୍ରୀ, ସୁରେଶ ରାଇନା

ଡଗ୍ ଆଉଟ୍ ପ୍ୟାନେଲ୍ : ଅନନ୍ତ ତ୍ୟାଗୀ, ନେରୋଲି ମିଡୋଜ୍, ସ୍କଟ୍ ଷ୍ଟାଇରିସ୍, ଗ୍ରେମ ସ୍ୱାନ୍

ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ (CSK) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯିବ । ମୁମ୍ୱାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୭୪ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି ।