)
Rivaba Jadeja's Controversial Statement: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ (Ravindra Jadeja) ପତ୍ନୀ ତଥା ଗୁଜୁରାଟ ସରକାରଙ୍କ ମନ୍ତ୍ରୀ ରିବାବା ଜାଡେଜା (Rivaba Jadeja) ତାଙ୍କ ବୟାନ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରକାଶିତ ଏକ ଭିଡିଓରେ ରିଭାବା କହିଛନ୍ତି ଯେ ବିଦେଶ ଗସ୍ତ ସମୟରେ ଅନେକ କ୍ରିକେଟର ଅନୁପଯୁକ୍ତ କାର୍ଯ୍ୟକଳାପରେ ଲିପ୍ତ ଥାଆନ୍ତି। ଏହି ବୟାନ ଏକ ନୂତନ ବିବାଦ ସୃଷ୍ଟି କରିଛି।
ଭିଡିଓରେ ରିବାବା ଜାଡେଜା କହୁଥିବାର ଦେଖାଯାଉଛି ଯେ ଯେତେବେଳେ ଖେଳାଳିମାନେ ବିଦେଶ ଯାତ୍ରା କରନ୍ତି, ସେମାନେ ପ୍ରାୟତଃ ସେମାନଙ୍କର ଦାୟିତ୍ୱ ଭୁଲିଯାଆନ୍ତି। ସେ ତାଙ୍କ ସ୍ୱାମୀ ରବିନ୍ଦ୍ର ଜାଡେଜାଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ସବୁବେଳେ ନିଜକୁ ଏପରି ଜିନିଷରୁ ଦୂରରେ ରଖନ୍ତି ଏବଂ ଜଣେ ବୃତ୍ତିଗତ କ୍ରିକେଟର ଭାବରେ ତାଙ୍କର ଦାୟିତ୍ୱକୁ ବୁଝିଥାନ୍ତି।
ରିବାବା ଏହା ମଧ୍ୟ କହିଛନ୍ତି ଲେ ଯେ ତାଙ୍କ ସ୍ୱାମୀ ମଧ୍ୟ ସମାନ କରିବାର ସୁଯୋଗ ପାଇପାରିଥାନ୍ତେ କିନ୍ତୁ ସେ କେବେ ସେହି ରାସ୍ତା ବାଛି ନଥିଲେ। ଯଦିଓ ରିବାବା ତାଙ୍କ ବୟାନରେ କୌଣସି କ୍ରିକେଟରଙ୍କ ନାମ ନେଇ ନଥିଲେ। ଯାହା ଫଳରେ ସେ କେଉଁ ଖେଳାଳିଙ୍କ କଥା କହୁଛନ୍ତି ସେ ବିଷୟରେ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା ଚାଲିଛି।
ରବିନ୍ଦ୍ର ଜାଡେଜାଙ୍କୁ ଭାରତୀୟ କ୍ରିକେଟର ସର୍ବୋତ୍ତମ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ତାଙ୍କର ଫିଲ୍ଡିଂ, ବୋଲିଂ ଓ ବ୍ୟାଟିଂ ପାଇଁ ମଧ୍ୟ ଜଣାଶୁଣା। ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ଜାଡେଜା, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହିତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଆଇପିଏଲ ବିଷୟରେ କହିବାକୁ ଗଲେ ନିକଟରେ ଖେଳାଳିଙ୍କ ଟ୍ରେଡିଂ ହୋଇଛି। ଫଳସ୍ୱରୂପ ରବିନ୍ଦ୍ର ଜାଡେଜା ଏବେ ଚେନ୍ନାଇ ସୁପର କିଙ୍ଗସ୍ ବଦଳରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ। ରିଟେନସନ୍ ତାଲିକା ପ୍ରକାଶିତ ହେବା ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ୍ ଜାଡେଜା ଏବଂ ସାମ କରାନଙ୍କୁ ରାଜସ୍ଥାନ ରୟାଲ୍ସକୁ ପଠାଇଥିଲା। ସେମାନଙ୍କ ସ୍ଥାନରେ ସଞ୍ଜୁ ସାମସନ ଚେନ୍ନାଇ ସୁପର କିଙ୍ଗସ୍ରେ ଯୋଗ ଦେଇଛନ୍ତି।
ରିବାବା ଜାଡେଜାଙ୍କ ବୟାନ ପରେ ଏହି ପ୍ରସଙ୍ଗ ସୋସିଆଲ ମିଡିଆରେ ବିତର୍କର ବିଷୟ ପାଲଟିଛି। କେତେକ ତାଙ୍କ ବୟାନକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହାକୁ ଏକ ଅଯଥା ଅଭିଯୋଗ ଭାବରେ ଦେଖୁଛନ୍ତି।