)
Rohit Sharma ODI Ranking: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଭାରତୀୟ ଓପନର ରୋହିତ ଶର୍ମା ବୁଧବାର ଅର୍ଥଆତ୍ ୨୯ ଅକ୍ଟୋବର ୨୦୨୫ରେ ଇତିହାସ ରଚିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ସଦ୍ୟତମ ODI ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ୍ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ୩୮ ବର୍ଷୀୟ ଏହି ଖେଳାଳି ICC ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ସବୁଠାରୁ ବୟସ୍କ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। ରୋହିତ ଶର୍ମା ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି।
ରୋହିତ ଶର୍ମାଙ୍କ ୩୬ ରେଟିଂ ପଏଣ୍ଟ ବୃଦ୍ଧି ପାଇ ୭୮୧ ରେ ପହଞ୍ଚିଛି। ରୋହିତ ନିଜ ସାଥୀ ଖେଳାଳି ଏବଂ ଭାରତୀୟ ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଶର୍ମା ପୂର୍ବରୁ ୨୦୧୯ ବିଶ୍ୱକପ୍ ସମୟରେ କ୍ୟାରିୟରର ଶ୍ରେଷ୍ଠ ୮୮୨ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ। ରୋହିତ ୨୦୧୯ ଦିନିକିଆ ବିଶ୍ୱକପ୍ରେ ପାଞ୍ଚଟି ଶତକ ମାରି ରେକର୍ଡ କରିଥିଲେ।

ରୋହିତ ସାତ ମାସ ପରେ ଏକଦିବସୀୟ କ୍ରିକେଟକୁ ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ନିକଟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସର୍ବାଧିକ ରନ ସ୍କୋରର ଥିଲେ। ସେ ତିନୋଟି ଇନିଂସରେ ୧୦୧ ହାରରେ ୨୦୨ ରନ କରିଥିଲେ। ଯେଉଁଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।
ଏହି ଚମତ୍କାର ପ୍ରଦର୍ଶନ ବଳରେ ରୋହିତ ଶର୍ମା ICC ODI ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିଡନୀରେ ଅନୁଷ୍ଠିତ ତୃତୀୟ ODIରେ ରୋହିତ ତାଙ୍କର ୩୩ ତମ ODI ଶତକ ଏବଂ ୫୦ ତମ ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ରୋହିତଙ୍କ ଶତକ ଭାରତକୁ ତୃତୀୟ ODIରେ ଅଷ୍ଟ୍ରେଲିଆକୁ ନଅ ୱିକେଟରେ ପରାସ୍ତ କରିବାରେ ସାହାଯ୍ୟ କରିଥିଲା।