Rohit Sharma: ରୋହିତ ଶର୍ମାଙ୍କ ହାତରେ ହିଁ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ୨୦୨୩ ପାଇଁ ଚୂଡ଼ାନ୍ତ ହେଲା ୨୦ ଖେଳାଳିଙ୍କ ନାମ
Advertisement

Rohit Sharma: ରୋହିତ ଶର୍ମାଙ୍କ ହାତରେ ହିଁ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ୨୦୨୩ ପାଇଁ ଚୂଡ଼ାନ୍ତ ହେଲା ୨୦ ଖେଳାଳିଙ୍କ ନାମ

Rohit Sharma: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧିକାରୀମାନଙ୍କୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ କୌ ଣସି ସମସ୍ୟା ନାହିଁ । ରୋହିତ ଶର୍ମା ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଧିନାୟକତ୍ୱ କରୁଛନ୍ତି । ଏହି ଦୁଇ ଫର୍ମାଟରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବିସିସିଆଇର ବୈଠକରେ କୌଣସି ଆଲୋଚନା କରାଯାଇଛି । ରୋହିତ ଶର୍ମାଙ୍କ ଦିନିକିଆ ଓ ଟେଷ୍ଟରେ ତାଙ୍କର ରେକର୍ଡ ବହୁତ ଭଲ ରହିଛି । 

Rohit Sharma: ରୋହିତ ଶର୍ମାଙ୍କ ହାତରେ ହିଁ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ୨୦୨୩ ପାଇଁ ଚୂଡ଼ାନ୍ତ ହେଲା ୨୦ ଖେଳାଳିଙ୍କ ନାମ

BCCI Review Meeting: ଦିନିକଆ ଓ ଟେଷ୍ଟ କ୍ରିକେଟରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଉଥିବାର ନଜରକୁ ଆସିବେ ।  ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ କୌଣସି ବିପଦ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଅଧିକାରୀମାନଙ୍କୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ କୌ ଣସି ସମସ୍ୟା ନାହିଁ । ରୋହିତ ଶର୍ମା ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଧିନାୟକତ୍ୱ କରୁଛନ୍ତି । ଏହି ଦୁଇ ଫର୍ମାଟରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବିସିସିଆଇର ବୈଠକରେ କୌଣସି ଆଲୋଚନା କରାଯାଇଛି । ରୋହିତ ଶର୍ମାଙ୍କ ଦିନିକିଆ ଓ ଟେଷ୍ଟରେ ତାଙ୍କର ରେକର୍ଡ ବହୁତ ଭଲ ରହିଛି । 

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ରେ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ରୋଡମ୍ୟାପ୍ ଏବଂ ଅନ୍ୟାନ୍ୟ ଚିନ୍ତା ଉପରେ ଆଲୋଚନା କରାଯାଇଛି । 

ମୁମ୍ବାଇର ବିସିସିଆଇ କାର୍ଯ୍ୟାଳୟରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିସିସିଆଇ ଅଧ୍ୟକ୍ଷ (BCCI President) ରୋଜର ବିନ୍ନି (Roger Binny), ସଚିବ ଜୟ ଶାହ (Jai Shah), ଭାରତୀୟ ଅଧିନାୟକ  (Indian Captain) ରୋହିତ ଶର୍ମା (Rohit Sharma), ମୁଖ୍ୟ କୋଚ୍ (Head Coach) ରାହୁଲ ଦ୍ରାବିଡ (Rahul Dravid), ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ (VVS Laxman) ଏବଂ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା (Chetan Sharma) ଉପସ୍ଥିତ ଥିଲେ । ଏହି ବୈଠକରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ନଥିଲେ ।

୨୦୨୨ ମସିହାରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ଟି-20 ବିଶ୍ୱକପ ୨୦୨୨ରେ ମିଳିଥିବା ପରାଜୟ ଉପରେ ବୈଠକରେ ଆଲୋଚନା କରାଯାଇଛି । ଏହା ସହିତ କାର୍ଯ୍ୟଭାର ପରିଚାଳନା, ଫିଟନେସ୍ ପାରାମିଟର ଏବଂ ODI ବିଶ୍ୱକପ୍ ୨୦୨୩ ପାଇଁ ରୋଡ୍ ମ୍ୟାପ୍ ଲାଗି ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ବିସିସିଆଇ ବୈଠକରେ ଦିନିକିଆ ବିଶ୍ୱକପ ୨୦୨୩ (World Cup 2023) ପାଇଁ ୨୦ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ଏହା ମଧ୍ୟ ସ୍ଥିର କରାଯାଇଛି କି ଏହି ୨୦ ଖେଳାଳିଙ୍କ ପୁଲକୁ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ରୋଟେଟ କରିବାର ଅଛି । ଜୟ ଶାହ କହିଛନ୍ତି ଯେ, ବିସିସିଆଇ ୨୦ ଖେଳାଳିଙ୍କୁ ଚୟନ କରିଛି, ଯେଉଁମାନଙ୍କୁ ୫୦ ଓଭରର ବିଶ୍ୱକପ ପର୍ଯ୍ୟନ୍ତ ରୋଟେଟ୍ କରାଯିବ ।

ଅଧିକ ପଢ଼ନ୍ତୁ:-IPL ୨୦୨୩ରୁ ଦୂରେଇ ରହିବ ରୋହିତ-କୋହଲି ଏବଂ ହାର୍ଦ୍ଦିକ! BCCI ବୈଠକରେ ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଲା BCCI, ଅଧିନାୟକ ହାର୍ଦ୍ଦିକ ପୂରା ଟି-20 ସିରିଜରେ ରଖିବେ ବାହାର!

ଅଧିକ ପଢ଼ନ୍ତୁ:-ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

ଆପଣଙ୍କୁ କହି ରଖୁଛୁ ଯେ, ଏହି ବୈଠକକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଉଥିଲା  । କାରଣ ଟି-20 ବିଶ୍ୱକପ ୨୦୨୨ର ପରାଜୟ ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନର ଲକ୍ଷଣ ଦେଖାଦେଇଥିଲା । ଟି-20 ଦଳର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଥିବାବେଳେ ରୋହିତ ଶର୍ମାଙ୍କୁ ODI ଓ ଟେଷ୍ଟର କମାଣ ଦିଆଯାଇଛି ।