• ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ସଂଗ୍ରାମ କେଶରୀ ମହାପାତ୍ର
  • ସ୍ବଚ୍ଛତା ଓ କୋଭିଡ ପରିଚାଳନା ଉପରେ ଗୁରୁତ୍ୱ
  • ପ୍ରଦୀପ ମାଝୀଙ୍କ କଂଗ୍ରେସ ଛାଡିବା ପ୍ରସଙ୍ଗ
  • ପ୍ରଦୀପଙ୍କ ଉପରେ ବର୍ଷିଲେ ବିଧାୟକ ସୁରେଶ ରାଉତରାୟ
  • 'ମନ ସ୍ଥିର ନଥିବା ଲୋକ ଗୋଟିଏ ଦଳରେ ରହିପାରିବ ନାହିଁ'
  • 'କଂଗ୍ରେସ ପ୍ରଦୀପଙ୍କୁ ସାଂସଦ କରିଛି, ବିଭିନ୍ନ କମିଟିରେ ସ୍ଥାନ ଦେଇଛି'
  • 'ଟଙ୍କା ଓ ପାୱାର ଆଶାରେ ସ୍ୱାର୍ଥ ପାଇଁ ଦଳ ଛାଡୁଛନ୍ତି'
  • 'ବହୁ ନେତା ଦଳ ଛାଡିଛନ୍ତି, ଦଳ ଉପରେ କିଛି ବି ପ୍ରଭାବ ପଡ଼ିନାହିଁ'
  • 'ପ୍ରଦୀପ ମାଝୀଙ୍କ ଇସ୍ତଫା ବିଜେଡିର ଚତୁର ଗୋଟିଚାଳନା'
  • ଶିକ୍ଷୟିତ୍ରୀ ହତ୍ୟା ମାମଲାରୁ ନଜର ହଟାଇବାକୁ ବିଜେଡିର ଚାଲ- କଂଗ୍ରେସ

ଭାରତୀୟ କ୍ରିକେଟକୁ ନେଇ ସମ୍ବେଦନଶୀଳ ଖୁଲାସା, ଡୋପ ଟେଷ୍ଟରେ ଫେଲ୍ ହେଲେ ଏହି ମହିଳା କ୍ରିକେଟର

ଅଂଶୁଲା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଯିଏ ଡୋପ ଟେଷ୍ଟରେ ଫେଲ୍ ହୋଇ ନିଲମ୍ବିତ ହୋଇଛନ୍ତି ।  

ଭାରତୀୟ କ୍ରିକେଟକୁ ନେଇ ସମ୍ବେଦନଶୀଳ ଖୁଲାସା, ଡୋପ ଟେଷ୍ଟରେ ଫେଲ୍ ହେଲେ ଏହି ମହିଳା କ୍ରିକେଟର
(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଡୋପିଂର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହିଳା କ୍ରିକେଟରଙ୍କୁ ଡୋପ ଟେଷ୍ଟରେ ଫେଲ୍ ହେବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଅନସୁଲା ରାଓ ଡୋପ୍ ଟେଷ୍ଟରେ ଫେଲ୍
ଭାରତୀୟ ମହିଳା କ୍ରିକେଟର ଅଂଶୁଲା ରାଓ (Anshula Rao) ଡୋପ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏହା ପରେ ନାଡା (Nada) ପ୍ୟାନେଲ ତାଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରିଛି । ଅଂଶୁଲା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର (First Indian women's cricketer) ଯିଏ ଡୋପ ଟେଷ୍ଟରେ ଫେଲ୍ ହେବାରୁ ନିଲମ୍ବିତ ହୋଇଛନ୍ତି । ମଧ୍ୟପ୍ରଦେଶର (Madhya Pradesh) ଏହି ଖେଳାଳିଙ୍କ ଉଭୟ ନମୁନା ଯାଞ୍ଚ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖେଳାଳିଙ୍କ ବି ସେମ୍ପୁଲ ଯାଞ୍ଚରେ ଆସିଥିବାରୁ ତାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ: LAC ଆରପଟରେ ଚୀନ୍ ସୃଷ୍ଟି କଲା ଭାରତ ପାଇଁ ଏକ ନୂଆ ସମସ୍ୟା

୪ ବର୍ଷ ପାଇଁ ନିଲମ୍ବିତ 
ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (Nada) ପ୍ୟାନେଲ ଏହି ଖେଳାଳିଙ୍କ ଉପରେ ୪ ବର୍ଷର ପ୍ରତିବନ୍ଧକ ଲଗାଇଛି । ମଧ୍ୟପ୍ରଦେଶର ତରଫରୁ ବିଭିନ୍ନ ଟୁର୍ନାମେଣ୍ଟରେ ଭାଗ ନେଇଥିବା ଅଂଶୁଲା ରାଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ନିଷିଦ୍ଧ ପଦାର୍ଥ ଗ୍ରହଣ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।ସେ ଶେଷ ଥର ପାଇଁ ୨୦୧୯-୨୦ ରେ ଅଣ୍ଡର-୨୩ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ । ନିଷିଦ୍ଧ ପଦାର୍ଥ ଖାଇଥିବାରୁ ତାଙ୍କୁ ଗତ ବର୍ଷ ମାର୍ଚ୍ଚରେ ମଧ୍ୟ ସସ୍ପେଣ୍ଡ କରାଯାଇଥିଲା । ଖେଳାଳି ଏହି ପ୍ରସଙ୍ଗରେ ସଠିକ୍ ସୂଚନା ଦେଇପାରି ନ ଥିଲେ ।

ଅଧିକ ପଢ଼ନ୍ତୁ: କୋରୋନା ଟିକା ନେଇଥିବା ଲୋକଙ୍କୁ Pizza ଅର୍ଡରରେ ମିଳୁଛି ବଡ ରିହାତି, ରେସ୍ତୋରାଁ ବିଲ୍ ଛାଡ!

ପୃଥ୍ଵୀ ଶ'ଙ୍କୁ ମଧ୍ୟ କରାଯାଇଥିଲା ନିଲମ୍ବିତ
ସୂଚନାଯୋଗ୍ୟ, ଡୋପ ଟେଷ୍ଟରେ ଫେଲ୍ ହେବାରୁ ଭାରତୀୟ କ୍ରିକେଟର ତଥା ଓପନର୍ ପୃଥ୍ଵୀ ଶ'ଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ୨୦୧୯ ମସିହାରେ ଏକ ଘରୋଇ ଟୁର୍ଣ୍ଣାମେଣ୍ଟ ସମୟରେ କାଶ ସିରପ ନେବା ପରେ ସେ ଡୋପ ଟେଷ୍ଟରେ ଧରାପଡିଥିଲେ । ଏହା ପରେ ବିସିସିଆଇ ମଧ୍ୟ ତାଙ୍କ ଉପରେ ୮ ମାସର ପ୍ରତିବନ୍ଧକ ଲଗାଇଥିଲା । ତେବେ ପରେ ଖେଳାଳି ଖୁଲାସା କରିଥିଲେ ଯେ ସେ କାଶରେ ପୀଡିତ ଥିଲେ ଓ ତାଙ୍କ ପିତାଙ୍କୁ ପଚାରିବା ପରେ ସିରପ ନେଇଥିଲେ ।