Shubman Gill: ଶୁଭମାନ ଗିଲ କ'ଣ ପାଇଁ ଦେଲେ ଏପରି ବୟାନ? ରାହୁଲ ଦ୍ରାବିଡଙ୍କୁ କହିଲେ- ପାପା ଖୁସି ହେବେନି
Advertisement

Shubman Gill: ଶୁଭମାନ ଗିଲ କ'ଣ ପାଇଁ ଦେଲେ ଏପରି ବୟାନ? ରାହୁଲ ଦ୍ରାବିଡଙ୍କୁ କହିଲେ- ପାପା ଖୁସି ହେବେନି

Shubman Gill: ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଶୁଭମାନ ଗିଲ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ସେ ଗତ ୬ଟି ଦିନିକିଆରେ ୩ଟି ଶତକ ହାସଲ କରିଛନ୍ତି । ସେ ରୋହିତ ଶର୍ମାଙ୍କ ନୂତନ ଓପନିଂ ପାର୍ଟନର ହୋଇପାରିଛନ୍ତି ଓ ODI ବିଶ୍ୱକପ ୨୦୨୩ରେ ଖେଳିବାକୁ ଏକ ଦୃଢ଼ ପ୍ରତିଯୋଗୀ ଅଟନ୍ତି । 

Shubman Gill: ଶୁଭମାନ ଗିଲ କ'ଣ ପାଇଁ ଦେଲେ ଏପରି ବୟାନ? ରାହୁଲ ଦ୍ରାବିଡଙ୍କୁ କହିଲେ- ପାପା ଖୁସି ହେବେନି

Shubman Gill India vs New Zealand ODI Series: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ (IND vs NZ ODI Series) ରେ ଶୁଭମାନ ଗିଲ (Shubman Gill) ଦମଦାର୍ ଶତକ ହାସଲ କରିଛନ୍ତି । ଏହାସହ ଶୁଭମାନ ଗିଲ ଏକ ଦ୍ୱିଶତକ ଇନିଂସ ମଧ୍ୟ ଖେଳିଛନ୍ତି । ଶୁଭମାନ ଗିଲ ଏହି ସିରିଜରେ ମୋଟ ୩୬୦ ରନ୍ ସ୍କୋର କରି ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଛନ୍ତି । ତାଙ୍କ କାରଣରୁ ଟିମ୍ ଇଣ୍ଡିଆ (Team India) ର ବିଜୟ ବାଟ ସହଜ ହୋଇଥିଲା । ଶୁଭମାନ ଗିଲ୍ ଦମଦାର୍ ଫର୍ମରେ ନଜରକୁ ଆସିଛନ୍ତି । 

ସେପଟେ ମ୍ୟାଚ୍ ପରେ ଶୁଭମାନ ଗିଲ (Shubman Gill) ଭାରତୀୟ କୋଚ୍ (Indian Coach) ରାହୁଲ ଦ୍ରାବିଡ (Rahul Dravid) ଙ୍କ ସହ କଥା ହୋଇଛନ୍ତି ଓ ଏକ ବଡ଼ ବୟାନ ଦେଇଛନ୍ତି । ଇନ୍ଦୌରରେ ଖେଳାଯାଇଥିବା ସିରିଜରେ ତୃତୀୟ ତଥା ଶେଷ ଦିନିକିଆରେ ଏକ ଶତକୀୟ ଇନିଂସ ଖେଳିବା ପରେ ଶୁଭମାନ ଗିଲ କହିଛନ୍ତି ଯେ, "ମୋତେ ଲାଗୁ ନାହିଁ ବାପା ବହୁତ ଖୁସି ହେବେ । ସେ ନିଶ୍ଚିତ ଭାବରେ ମୋତେ କହିବେ ଯେ ଶତକ ପରେ ମୁଁ ଏକ ବଡ଼ ଇନିଂସ ଖେଳିବାର ଆବଶ୍ୟକତା ଥିଲା ।" ଏହା ଶୁଣି ରାହୁଲ ଦ୍ରାବିଡ ହସିଲେ ଓ କହିଛନ୍ତି ଯେ ଆପଣଙ୍କ ବାପାଙ୍କ ଆଶା ପୂରଣ କରିବା ଅତ୍ୟନ୍ତ କଷ୍ଟକର ।

ଟିମ୍ ଇଣ୍ଡିଆର କୋଚ୍ (Team India Coach) ରାହୁଲ ଦ୍ରାବିଡ (Rahul Dravid) ଶୁଭମାନ ଗିଲ (Shubman Gill) ଙ୍କୁ କହିଛନ୍ତି ଯେ, "ଆପଣ ODI କ୍ରିକେଟରେ ଦୁଇ ବଡ଼ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ପାଇଛନ୍ତି । ଯେତେବେଳେ ରୋହିତ ଶର୍ମା (Rohit Sharma) ଆଉଟ ହୁଅନ୍ତି ତ ଆପଣ ବିରାଟ କୋହଲି (Virat Kohli) ଙ୍କ ସହ ଖେଳିବାକୁ ଆସନ୍ତି । ଏପରି ପରିସ୍ଥିତିରେ ଆପଣ ତାଙ୍କ ଚିନ୍ତାଧାରା ଓ ଖେଳିବାର ପଦ୍ଧତିରୁ ଶିଖିବା ଆବଶ୍ୟକ ।" 

ଅଧିକ ପଢ଼ନ୍ତୁ:-ବଡ଼ ଖୁସି ଖବର: ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଜାରି ହେଲା ବିଜ୍ଞପ୍ତି!

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲ-ଆଥିଆଙ୍କୁ ବାହାଘରରେ ବିରାଟ କୋହଲି ଦେଲେ ଏହି ମହଙ୍ଗା ଗିଫ୍ଟ, ନବ ଦମ୍ପତିଙ୍କୁ ଧୋନିଙ୍କଠୁ ମିଳିଲା ଖାସ୍ ଉପହାର

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର, ICC ଦେଲୋ ଏହି ବଡ଼ ଉପହାର

 

ଏହା ଉପରେ ଶୁଭମାନ ଗିଲ (Shubman Gill) କହିଛନ୍ତି ଯେ, "ରୋହିତ-ବିରାଟଙ୍କ ସହ ଖେଳିବା ମୋ ପାଇଁ ଅତ୍ୟନ୍ତ ଖାସ୍ । ମୁଁ ଏହି ଦୁଇ ଖେଳାଳିଙ୍କ ଖେଳ ଦେଖି ବଡ଼ ହୋଇଛି । ମୁଁ ସେମାନଙ୍କଠାରୁ ଶିଖିବାକୁ ଚେଷ୍ଟା କରେ ।" ସେପଟେ ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଶୁଭମାନ ଗିଲ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ସେ ଗତ ୬ଟି ଦିନିକିଆରେ ୩ଟି ଶତକ ହାସଲ କରିଛନ୍ତି । ସେ ରୋହିତ ଶର୍ମାଙ୍କ ନୂତନ ଓପନିଂ ପାର୍ଟନର ହୋଇପାରିଛନ୍ତି ଓ ODI ବିଶ୍ୱକପ ୨୦୨୩ରେ ଖେଳିବାକୁ ଏକ ଦୃଢ଼ ପ୍ରତିଯୋଗୀ ଅଟନ୍ତି । ତାଙ୍କ ପାଖରେ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିବାର କ୍ଷମତା ଅଛି ।