Advertisement
Article Detail0/zeeodisha/odisha3037820
Zee OdishaOdisha SportsIND vs SA: ବ୍ୟର୍ଥ ଗଲା ତିଲକଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ଟି-୨୦କୁ ୫୧ ରନରେ ଜିତିନେଲା ଦକ୍ଷିଣ ଆଫ୍ରିକା

IND vs SA: ବ୍ୟର୍ଥ ଗଲା ତିଲକଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ଟି-୨୦କୁ ୫୧ ରନରେ ଜିତିନେଲା ଦକ୍ଷିଣ ଆଫ୍ରିକା

India vs South Africa 2nd T20I: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୧୦୧ ରନର ଏକତରଫା ବ୍ୟବଧାନରେ ବିଜୟୀ ହୋଇଥିଲା। ଯେତେବେଳେ କି ଗୁରୁବାର ଖେଳାଯାଇଥଇବା ଦ୍ୱିତୀୟ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି।

 

South Africa won by 51 runs
South Africa won by 51 runs

India vs South Africa 2nd T20I: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୧୦୧ ରନର ଏକତରଫା ବ୍ୟବଧାନରେ ବିଜୟୀ ହୋଇଥିଲା। ଯେତେବେଳେ କି ଗୁରୁବାର ଖେଳାଯାଇଥଇବା ଦ୍ୱିତୀୟ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଦକ୍ଷିଣ ଆଫ୍ରିକା ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟି୨୦ ମ୍ୟାଚ୍ କୁ ୫୧ ରନରେ ଜିତି ସିରିଜକୁ ୧-୧ ରେ ବରାବର କରିନେଇଛି।

ଏହି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା। ଯେଉଁଥିରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୩ ରନ କରିଥିଲା। ଯାହାର ଜବାବରେ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଦର୍ଶନ ବହୁତ ଖରାପ ନଜର ଆସିଥିଲା ଏବଂ ପୂରା ଟିମ୍ ୧୯.୧ ଓଭରରେ ୧୬୨ ରନରେ ଅଲଆଉଟ୍ ହୋଇଯାଇଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆର ଆରମ୍ଭ ଏକ ବିପର୍ଯ୍ୟୟପୂର୍ଣ୍ଣ ହୋଇଥିଲା। ପ୍ରଥମ ଓଭରରେ ଶୁବମନ ଗିଲଙ୍କୁ ଲୁଙ୍ଗି ଏଙ୍ଗିଡି ବିନା ସ୍କୋରରେ ଆଉଟ୍ କରିଥିଲେ। ଅଭିଷେକ ଶର୍ମା ୧୭ ରନ କରିବା ପରେ ଦ୍ୱିତୀୟ ଓଭରରେ ମାର୍କୋ ଜାନସେନଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଇନିଂସ ଖେଳିବେ ବୋଲି ଆଶା କରାଯାଉଥିଲା କିନ୍ତୁ ସେ ମଧ୍ୟ ୪ ବଲରୁ ୫ ରନ କରି ଆଉଟ ହୋଇଥିଲେ। ପ୍ରଥମ ୬ ଓଭର ଶେଷରେ ଟିମ୍ ଇଣ୍ଡିଆ ତିନୋଟି ୱିକେଟ ହରାଇଥିଲା ଏବଂ ସ୍କୋର ମାତ୍ର ୫୧ ରନ କରିଥିଲା। ଟିମ୍ ଇଣ୍ଡିଆ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲଙ୍କ ରୂପରେ ୬୭ ରନରେ ଚତୁର୍ଥ ୱିକେଟ ହରାଇଥିଲା। ଅକ୍ଷର ପଟେଲ ୨୧ ବଲରୁ ୨୧ ରନ କରିଥିଲେ।

ତିଲକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହିଠାରୁ ଟିମ୍ ଇଣ୍ଡିଆର ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଯାହାଦ୍ୱାରା ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଯାଇପାରିବ। ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୪୧ ବଲ୍‌ରେ ୫୧ ରନ୍‌ର ପାର୍ଟନରସିପ୍ ହୋଇଥିଲା। ଯେତେବେଳେ କି ମନେ ହେଉଥିଲା ଯେ ହାର୍ଦ୍ଦିକଙ୍କ ବ୍ୟାଟ୍‌ରୁ ଆଉ ଏକ ବଡ଼ ଇନିଂସ୍ ଦେଖାଯିବ। ଏହି ସମୟରେ ସେ ଲୁଥୋ ସିମ୍ପଲାଙ୍କ ଶିକାର ହୋଇ ୨୦ ରନ୍‌ର ବ୍ୟକ୍ତିଗତ ସ୍କୋରରେ ପ୍ୟାଭିଲିୟନ୍ ଫେରିଥିଲେ। ତିଲକ ବର୍ମା ଗୋଟିଏ ପାର୍ଶ୍ୱରୁ ଶୀଘ୍ର ରନ୍ ସଂଗ୍ରହ କରିବାର ଦାୟିତ୍ୱ ବଜାୟ ରଖିଥିଲେ କିନ୍ତୁ ସେ ଟିମ୍ ଇଣ୍ଡିଆକୁ ବିଜୟ ଦେବାରେ ସଫଳ ହୋଇପାରି ନଥିଲେ। ଏହି ମ୍ୟାଚ୍‌ରେ ତିଲକଙ୍କ ବ୍ୟାଟ୍‌ରୁ ୬୨ ରନ୍‌ର ଇନିଂସ୍ ଦେଖିବାକୁ ମିଳିଥିଲା। ବୋଲିଂର  ଆଫ୍ରିକା ପକ୍ଷରୁ ଓଟନିଏଲ୍ ବାର୍ଟମ୍ୟାନ୍ ସର୍ବାଧିକ ଚାରୋଟି ୱିକେଟ୍ ନେଇଥିଲେ।

ଟିମ୍ ଇଣ୍ଡିଆ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାର ପ୍ରଭାବଶାଳୀ ବିଜୟ ସହିତ ଏକ ରେକର୍ଡ କରିଛି। ଦଳ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ପଛରେ ପକାଇ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ଏବେ ଟି-୨୦ରେ ଭାରତ ବିପକ୍ଷରେ ସର୍ବାଧିକ ବିଜୟର ରେକର୍ଡ ରଖିଛି। ଏହି ବିଜୟ ଦକ୍ଷିଣ ଆଫ୍ରିକାର ୧୩ତମ ଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଏହି ଫର୍ମାଟରେ ଭାରତ ବିପକ୍ଷରେ ପ୍ରତ୍ୟେକେ ୧୨ଟି ଲେଖାଁଏ ମ୍ୟାଚ୍ ଜିତିଛନ୍ତି।

About the Author