ଦ୍ୱନ୍ଦ୍ୱରେ ଦୂତୀ! 'ଲେଖିବି ନା ଲେଖିବିନି'
Advertisement

ଦ୍ୱନ୍ଦ୍ୱରେ ଦୂତୀ! 'ଲେଖିବି ନା ଲେଖିବିନି'

ରବିବାର ଅପରାହ୍ନ ପ୍ରାୟ ୧୧ଟା ବେଳେ ଅଲମ୍ପିଆନ ଆଉ ଜାତୀୟ ରେକର୍ଡଧାରୀ ଦୂତୀ ଚାନ୍ଦ (Dutee Chand) ଙ୍କ ଅଫିସିଆଲ ଫେସବୁକ୍ ପେଜରେ ଏକ ପୋଷ୍ଟ ସେୟାର କରାଯାଇଥିଲା। ନିଶ୍ଚିତଭାବେ ସେ ନିଜେ ଏହି ପୋଷ୍ଟ କରିଥିବେ। ଦୂତୀଙ୍କ ପୋଷ୍ଟରେ ଗୋଟିଏ ସରକାରୀ ଚିଠି ଥିଲା। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ପୁଣି ଥରେ ଦୁଃସାହସିକତା ଦେଖାଇଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ। ମାର୍ଚ୍ଚରେ ଅନୁଦାନ ଆଉ ଏବେ ଉଠାଇଛନ୍ତି ଜାଗା ପ୍ରସଙ୍ଗ। ଏଥର କେବଳ ନିଜ ପାଇଁ ନୁହଁ ରାଜ୍ୟର ପାଞ୍ଚ ଜଣ ବିଶିଷ୍ଟ କ୍ରୀଡାବିତଙ୍କ ନିମନ୍ତେ ସ୍ୱର ଉଠାଇଛନ୍ତି। ଫେସବୁକ ପୋଷ୍ଟ ମାଧ୍ୟମରେ ସରକାରଙ୍କୁ ଛଅ ବର୍ଷ ତଳର ପ୍ରତିଶ୍ରୁତି ମନେ ପକାଇଦେଇଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଦୂତୀ ସେହି ପୋଷ୍ଟକୁ ଡିଲିଟ୍ ମଧ୍ୟ କରିଦେଇଛନ୍ତି। 

ରବିବାର ଅପରାହ୍ନ ପ୍ରାୟ ୧୧ଟା ବେଳେ ଅଲମ୍ପିଆନ ଆଉ ଜାତୀୟ ରେକର୍ଡଧାରୀ ଦୂତୀ ଚାନ୍ଦ (Dutee Chand) ଙ୍କ ଅଫିସିଆଲ ଫେସବୁକ୍ ପେଜରେ ଏକ ପୋଷ୍ଟ ସେୟାର କରାଯାଇଥିଲା। ନିଶ୍ଚିତଭାବେ ସେ ନିଜେ ଏହି ପୋଷ୍ଟ କରିଥିବେ। ଦୂତୀଙ୍କ ପୋଷ୍ଟରେ ଗୋଟିଏ ସରକାରୀ ଚିଠି ଥିଲା। ଆଉ ଚିଠି ସହ ଦୂତୀ ଲେଖିଥିଲେ, 'ଦେଇଥିବା ପ୍ରତିଶ୍ରୁତି ସବୁ ସ୍ମୃତି ହୋଇ ରହିଗଲା। ଅଲମ୍ପିଆନଙ୍କୁ ଭୁବନେଶ୍ୱରରେ ଖାଣ୍ଡେ ଜାଗାଟିଏ ଦେବେ ବୋଲି ସାତ ବର୍ଷ ହୋଇଗଲାଣି, ତଥାପି ଆମମାନଙ୍କୁ ଖଣ୍ଡେ ଜାଗାଟିଏ ଭୁବନେଶ୍ୱରରେ ମିଳିପାରୁ ନାହିଁ। ଆଉ କେତେ ଦିନ ପର୍ଯ୍ୟନ୍ତ ଏମିତି ଅପେକ୍ଷା।'

Also Read: ବିଦେଶ ଯାଇ ବଦଳିଗଲେ ଦୂତୀ ଚାନ୍ଦ! ରାଜ୍ୟ ସରକାରଙ୍କୁ ପ୍ରଥମେ ନଚାଇଲେ, ପରେ ପ୍ରଶଂସା କଲେ

ଦୂତୀ ସେୟାର କରିଥିବା ଚିଠିଟି ଆଜକୁ ୬ ବର୍ଷ ପୂର୍ବେ ୨୦୧୬ ମସିହା ମେ ୧୧ ତାରିଖରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଜାରି କରାଯାଇଥିଲା। ଚିଠିରେ ରାଜ୍ୟର ପାଞ୍ଚ ଜଣ ବିଶିଷ୍ଟ କ୍ରୀଡାବିତଙ୍କୁ ରାଜଧାନୀ ଭୁବନେଶ୍ୱର ଠାରେ ସରକାରୀ ଜମି ଦେବାକୁ କୁହାଯାଇଥିଲା। ଏନେଇ ଜି.ଏ ବିଭାଗର ଯୁଗ୍ମ ସଚିବଙ୍କୁ ଉପ ସଚିବ, ପିକେ ସାହୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଜାଗା ଦେବାକୁ ନିମ୍ନ କ୍ରୀଡ୍ରବିତଙ୍କୁ ସରକାର ଚୟନ କରିଥିଲେ-

୧. ପୂର୍ଣ୍ଣିମା ହେମ୍ବ୍ରମ (ଦୌଡ଼କୁଦ)
୨. ଦୂତୀ ଚାନ୍ଦ (ଦୌଡ଼କୁଦ)
୩. ଜୌନା ମୁର୍ମୁ (ଦୌଡ଼କୁଦ)
୪. ଅମିୟ କୁମାର ମଲ୍ଲିକ (ଦୌଡ଼କୁଦ)
୫. ଶ୍ରାବଣୀ ନନ୍ଦ (ଦୌଡ଼କୁଦ)

କ୍ରୀଡାବିତଙ୍କୁ ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ ସରକାର କରିଥିବା ଘୋଷଣାକୁ ଛଅ ବର୍ଷ ବିତିଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ୫ ଜଣ କ୍ରୀଡାବିତଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଜାଗା ଖଣ୍ଡେ ମିଳିପାରି ନାହିଁ। ଆଉ ଏହାକୁ ନେଇ ରବିବାର ଦୌଡରାଣୀ ଦୂତୀ ଚାନ୍ଦ, କ୍ରୀଡାପ୍ରେମୀ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି। ଛଅ ବର୍ଷରୁ ନାଭିରେ ତେଲ ଦେଇ ନିଘୋଡ ନିଦରେ ଶୋଇଥିବା ଓଡିଶା ସରକାରଙ୍କୁ ଫେସବୁକ ନୋଟିଫିକେସନରେ ଚେତାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ କୌଣସି ଚାପରେ ପଡି ସେହି ଫେସବୁକ ପୋଷ୍ଟକୁ ଡିଲିଟ କରିଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ତାଙ୍କର ଫ୍ୟାନମାନେ ଡିଲିଟ ପୂର୍ବରୁ ସ୍କ୍ରିନସଟ୍ ନେଇ ସାରିଥିଲେ।

fallback

କ୍ରୀଡାପ୍ରେମୀ ରୁଦ୍ର ପ୍ରସନ୍ନ ରଥ କହିଛନ୍ତି ଯେ, ଗତ ଛଅ ବର୍ଷ ଭିତରେ ଗୋଟିଏ ଅଲମ୍ପିକ୍ସ, ଗୋଟିଏ କମନୱେଲଥ ଆଉ ଗୋଟିଏ ଏସିଆଡ ଖେଳ ସରିଯାଏ। ଏହି ଖେଳରେ ସରକାର ପ୍ରସ୍ତୁତି ପାଇଁ କୋଟି କୋଟି ଖର୍ଚ୍ଚ କରନ୍ତି। ଯାହା ଦେଖାଯାଏ ବା ପ୍ରଚାର କରାଯାଏ ତାହା ଅବଶ୍ଯ ସମୁଦ୍ରକୁ ଶଙ୍ଖେ। ଯେଉଁମାନେ ସରକାରଙ୍କ ଜାଗା ତାଲିକାରେ ଥିଲେ ସେମାନେ ଓଡିଶା କ୍ରୀଡା ପାଇଁ ଅନେକ କିଛି କରିଛନ୍ତି। ତଥାପି ସେମାନଙ୍କ ପାଇଁ କହିବାକୁ କେହି ନାହିଁ। ଦୂତୀ ବେଶ ସାହାସ ଦେଖାଇ ମୁହଁ ଖୋଲିଛନ୍ତି। ତାଙ୍କୁ ଆଗାମୀ ଦିନରେ ଏ ପ୍ରକାର ସ୍ବାଧୀନତା ପାଇଁ ବେଶ୍ ମୂଲ୍ଯଦେବାକୁ  ପଡିବ ବୋଲି ଆଶଙ୍କା କରାଯାଉଛି।

Also Read: Sunil Gavaskar Controversy : ବିରାଟ ପରେ ଏହି କ୍ରିକେଟରଙ୍କ ପତ୍ନୀ ଉପରେ ଅଶ୍ଳୀଳ କମେଣ୍ଟ୍ରୀ..

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ World Indoor Athletics Meetରେ ଭାଗନେବାକୁ ଯାଇ ଦୂତୀ ସର୍ବିଆରୁ ରାଜ୍ୟ ସରକାରଙ୍କ କ୍ରୀଡା ପ୍ରେମ ଉପରେ ତେର୍ଚ୍ଛା ବାଣ ମାରିଥିଲେ। ଦୂତୀ ଫେସବୁକରେ ଲେଖିଥିଲେ, 'ଓଡ଼ିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି। ଆପଣ ଖାଲି ସେହି ହକି ଇଣ୍ଡିଆକୁ ଧରି ନାଚୁଥାନ୍ତୁ, ବାକି ଖେଳ ବିଭାଗ ଚୁଲିକୁ ଯାଉ। ହକି ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି, କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ। ଏହି ହକି ବାଡି କେତେ ଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ। ସବୁ ପ୍ରହସନ!' ପରେ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ।

ନିରନ୍ତର ସୋସଆଲ ମିଡିଆ ପୋଷ୍ଟ ଡିଲିଟ୍ କରିଥିବା ଦୂତୀ ନିକଟରେ ରିଲାଏନ୍ସ ଫେଡେରେସନ ଉପରେ ବର୍ଷିଥିଲେ। ସେ କହିଥିଲେ, 'ସରକାର ଏସବୁ କଣ ଲୋକାଲ୍ ମିଟରେ ମେଡାଲ ଜିତିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ରିଲାଏନ୍ସ ପିଲାଙ୍କ ପିଛା ବା* ଟ୍ରେନିଂ ସେଣ୍ଟର ଚଲାଇଛ ଓଡିଶାରେ। ଶ* ୪ ବର୍ଷ ହେଲାଣି ଗୋଟେ ଇଣ୍ଟରନ୍ୟାସନାଲ ପିଲା ବାହାର କରିପାରିଲନି ଏସବୁ ଫାସିଲିଟି ପାଇକି। ଇଣ୍ଡିଆ ଗ୍ରାଣ୍ଡ ଫିକ୍ସରେ ବ୍ରୋଞ୍ଚ ମେଡାଲ ଜିତୁଛ, ଲାଜ ଲାଗୁନି। ଶ* ସ୍ପର୍ଟ୍ସ ନାଁରେ ଓଡିଶା ସରକାରର ପଇସା ଖାଇକି ପୁରା ଖୋଳ କରି ସାରିଲଣି। ଗୋଟେ ଧନ୍ଦା ଚଲାଇଛ ଏଇଠି।'