Tokyo Olympics 2020: ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ଅନନ୍ୟ କଳାକୃତି, ଥାଳିରେ ଆଙ୍କିଲେ ଓଡ଼ିଶା ଖେଳାଳିଙ୍କ ଚିତ୍ର

ଦୌଡ଼ରାଣୀ ଦୂତି ଚାନ୍ଦ । ସେହିପରି ପାରା ଅଲମ୍ପିଆନ ପ୍ରମୋଦ ଭାଗବତ, ମହିଳା ହକି ଖେଳାଳୀ ଦିପ ଗ୍ରେସ ଏକ୍କା, ନମିତା ଟପ୍ପୋ, ପୁରୁଷ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା, ଓ ଅମିତ ରୋହିଦାସ ସାମିଲ ହୋଇଛନ୍ତି ।

Tokyo Olympics 2020: ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ଅନନ୍ୟ କଳାକୃତି, ଥାଳିରେ ଆଙ୍କିଲେ ଓଡ଼ିଶା ଖେଳାଳିଙ୍କ ଚିତ୍ର

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଚାଲିଛି ଅଲମ୍ପିକ୍ସ ଗେମ୍ସ । ଏଥିରେ ମୋଟ ଏଗାର ହଜାର ୩୨୬ ଆଥଲେଟ ଯୋଗ ଦେଇଥିବା ବେଳେ ଏହି ଅଲମ୍ପିକ୍ସ ଗେମ ୨୩ ଜୁଲାଇରୁ ଆରମ୍ଭ ହୋଇଛି ଓ ଶେଷ ହେବ ୮ ଅଗଷ୍ଟରେ । ତେବେ ଆମ ରାଜ୍ୟ ଓଡ଼ିଶାରୁ ପ୍ରାୟ୬ ଜଣ ଖେଳାଳୀ ଏହି ଅଲମ୍ପିକ୍ସ ମହାକୁମ୍ଭରେ ଯୋଗ ଦେଇଛନ୍ତି । ସେମାନେ ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ସେହିପରି ପାରା ଅଲମ୍ପିଆନ ପ୍ରମୋଦ ଭାଗବତ, ମହିଳା ହକି ଖେଳାଳୀ ଦିପ ଗ୍ରେସ ଏକ୍କା, ନମିତା ଟପ୍ପୋ, ପୁରୁଷ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା, ଓ ଅମିତ ରୋହିଦାସ ସାମିଲ ହୋଇଛନ୍ତି ।

ତେବେ ଏହି ଖେଳାଳୀ ମାନେ ନିଜ ରାଜ୍ୟର ଗୌରବ ବଢାଇବା ସହ ଦେଶର ନାଁକୁ ଗର୍ବିତ କରିବା ପାଇଁ ଆମେ ମାନେ ପ୍ରାର୍ଥନା କରୁଛୁ । ଅନ୍ୟପଟେ ବିଶିଷ୍ଟ ଯୁବ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ (Priyanka Sahani) ସେମାନଙ୍କ ମନୋବଳ ବଢାଇବା ପାଇଁ ଏକ ଷ୍ଟିଲ ଥାଳି (Steel Plate) ରେ ଓଡ଼ିଶାର ଏହି ଖେଳାଳୀଙ୍କ ପାଇଁ ଏକ ସୁନ୍ଦର କଳାକୃତି ତିଆରି କରିଛନ୍ତି । 

ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ଅନନ୍ୟ କଳାକୃତି

Also Read: ବରିଷ୍ଠ IAS ସ୍ତରରେ ଅଦଳବଦଳ; କାହାକୁ, କେଉଁଠି ମିଳିଲା ଦାୟିତ୍ୱ?

ପ୍ରିୟଙ୍କା କହିଛନ୍ତି ଯେ, ଏହି ଚିତ୍ରଟି ସେ ସାତ ଦିନ ଅର୍ଥାତ୍ ଟୋକିଓ ଅଲମ୍ପିକ (Tokyo Olympics 2020) ଆରମ୍ଭ ଅର୍ଥାତ୍ ୨୩ ଜୁଲାଇରେ ହିଁ କରିଥିଲେ । ହେଲେ ଏହାକୁ ସୋସିଆଲ ମିଡିଆ (Social Media) ରେ କିଛି କାରଣରୁ ପୋଷ୍ଟ କରିପାରିନଥିଲେ। ଏହି ସୁନ୍ଦର ଚିତ୍ରକୁ ଆମ ରାଜ୍ୟର ଗୌରବ ବଢାଇଥିବା ଖେଳାଳୀଙ୍କ ପ୍ରତି ସମର୍ପିତ କରି ତିଆରି କରିଛନ୍ତି ପ୍ରିୟଙ୍କା ସାହାଣୀ ।