Advertisement
Article Detail0/zeeodisha/odisha2549665
Zee OdishaOdisha SportsU19 Asia Cup Final: ବାଂଲାଦେଶ ଭାଙ୍ଗିଲା ଭାରତର ନବମ ଟ୍ରଫି ଜିତିବାର ସ୍ୱପ୍ନ, ଟିମ୍ ଇଣ୍ଡିଆ ୫୯ ରନରେ ହାରିଲା ଏସିଆ କପ୍ ଫାଇନାଲ

U19 Asia Cup Final: ବାଂଲାଦେଶ ଭାଙ୍ଗିଲା ଭାରତର ନବମ ଟ୍ରଫି ଜିତିବାର ସ୍ୱପ୍ନ, ଟିମ୍ ଇଣ୍ଡିଆ ୫୯ ରନରେ ହାରିଲା ଏସିଆ କପ୍ ଫାଇନାଲ

U19 Asia Cup Final Highlights: ଅଣ୍ଡର-୧୯ ଏସିଆ କପ୍ ୨୦୨୪ ଫାଇନାଲରେ ଭାରତକୁ ୫୯ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ମ୍ୟାଚକୁ ଜିତି ବାଂଲାଦେଶୀ ଏହି ଟାଇଟଲକୁ ପୁଣି ଥରେ କବଜା କରିନେଇଛି।

 

U19 Asia Cup Final Highlights
U19 Asia Cup Final Highlights

U19 Asia Cup 2024 Final: ବାଂଲାଦେଶ ରବିବାର ଅଣ୍ଡର-୧୯ ଏସିଆ କପ୍ ୨୦୨୪ ଟାଇଟଲ୍ ଜିତିଛି। ଦୁବାଇରେ ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଭାରତକୁ ୫୯ ରନରେ ପରାସ୍ତ କରି ଟାଇଟଲ ଜିତି ନେଇଥିଲା। ଏହା ସମେତ ନବମ ଥର ଟ୍ରଫି ଜିତିବାର ଭାରତର ସ୍ୱପ୍ନ ଧ୍ୱଂସ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସବୁଠାରୁ ସଫଳ ଦଳ ଏବଂ ଆଠ ଥର ଟ୍ରଫି ଜିତିଛି। ଫାଇନାଲରେ ଭାରତ ଟସ୍ ଜିତି ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୪୯.୧ ଓଭରରେ ବାଂଲାଦେଶ ୧୯୮ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ମହମ୍ମଦ ଅମନଙ୍କ ନେତୃତ୍ୱରେ ଭାରତୀୟ ଦଳ ୩୫.୨ ଓଭରରେ କେବେଳ ୧୩୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା।

ଫାଇନାଲ ମ୍ୟାଚରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରାୟ ସମସ୍ତ ବୋଲରମାନେ ଇକୋନୋମି ଦୃଷ୍ଟିରୁ ଭଲ ବୋଲିଂ କରିଥିଲେ ଏବଂ ବାଂଲାଦେଶକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ। ଯେତେବେଳେ କି ଯୁଦ୍ଧଜିତ୍ ଗୁହା ୯.୧ ଓଭରରେ ୨୯ ରନ୍ ଖର୍ଚ୍ଚ କରି ୨ଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଚେତନ ଶର୍ମା ମଧ୍ୟ ୨ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ରାଜଙ୍କୁ ମଧ୍ୟ ୨ ଟି ସଫଳତା ପାଇଥିଲେ।

fallback

Add Zee News as a Preferred Source

ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ୧୯୯ ରନ୍‌ର ଛୋଟ ଟାର୍ଗେଟକୁ ପିଛା କରିବାକୁ ଯାଇ ଫ୍ଲପ୍ ହୋଇଥିଲେ। ୩୫.୨ ଓଭରରେ ଟିମ୍ ଇଣ୍ଡିଆ ୧୩୯ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତ ପାଇଁ ମହମ୍ମଦ ଅମାନ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୬୫ ବଲରେ ୨୬ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ହାର୍ଦ୍ଦିକ ରାଜ ୨୧ ରନ୍ ସ୍କୋର କରିଥିଲେ। ବଡ଼ ପାର୍ଟନରସିପ ବା ସ୍କୋର କରିବାରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସକ୍ଷମ ହୋଇନଥିଲେ।

ଯେଉଁଥିପାଇଁ ଫାଇନାଲରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୁର୍ଯ୍ୟବଂଶୀଏବଂ ଆୟୁଷ ମଥ୍ରେ ମଧ୍ୟ ଫ୍ଲପ୍ ହୋଇଥିଲେ। ଏହି ଟୁର୍ନାମେଣ୍ଟରେ ଦୁହେଁ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ଫାଇନାଲରେ ଭଲ ବ୍ୟାଟିଂ କରିପାରିନଥିଲେ। ମାଥ୍ରେ ଗୋଟିଏ ରନ୍ ସଂଗ୍ରହ କରିଥିବାବେଳେ ସୂର୍ଯ୍ୟବଂଶୀ ୭ ବଲରେ ୯ ରନ୍ କରି ଆଉଟ୍ ହୋଇଥିଲେ।

Also Read: IND vs AUS: ଆଡିଲେଡରେ ଭାରତକୁ ୧୦ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ, ଜାଣନ୍ତୁ ପରାଜୟର ୩ଟି ବଡ଼ କାରଣ

About the Author