under 19 Women World Cup: ୧୯ ବର୍ଷରୁ କମ ବିଶ୍ୱକପ: ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଦାୟିତ୍ୱ ତୁଲାଇବେ ଏହି ଖେଳାଳି
Advertisement

under 19 Women World Cup: ୧୯ ବର୍ଷରୁ କମ ବିଶ୍ୱକପ: ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଦାୟିତ୍ୱ ତୁଲାଇବେ ଏହି ଖେଳାଳି

୧୯ ବର୍ଷରୁ କମ ଦ୍ୱିପାକ୍ଷିକ ମହିଳା ଟି୨୦ ସିରିଜ (Women T20 Series) ପାଇଁ ଭାରତୀୟ ଦଳ (Indian Team) ଘୋଷଣା କରାଯାଇଛି। ଅଖିଳ ଭାରତୀୟ ମହିଳା ଚୟନ ସମିତି ଏହି ଦଳ ଘୋଷଣା କରିଛି। 

ପ୍ରତିକାତ୍ମକ ଫଟୋ

Under 19 Women World Cup: ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଦ୍ୱିପାକ୍ଷିକ ମହିଳା ଟି୨୦ ସିରିଜ (Women T20 Series) ପାଇଁ ଭାରତୀୟ ଦଳ (Indian Team) ଘୋଷଣା କରାଯାଇଛି। ଅଖିଳ ଭାରତୀୟ ମହିଳା ଚୟନ ସମିତି ଏହି ଦଳ ଘୋଷଣା କରିଛି। ଅଖିଳ ଭାରତୀୟ ମହିଳା ଚୟନ ସମିତି ଦକ୍ଷିଣ ଆଫ୍ରିକା ବିପକ୍ଷ ୧୯ ବର୍ଷରୁ କମ ଏବଂ ଏହା ପରେ ଆୟୋଜିତ ହେବାକୁ ଥିବା ଆଇସିସି ୧୯ ବର୍ଷରୁ କମ ମହିଳା ବିଶ୍ୱକପ (Under 19 Women Cricket World Cup) ପାଇଁ ଭାରତୀୟ ଦଳ ଚୟନ କରିଛି। ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ଏବଂ ପରବର୍ତ୍ତୀ ୧୯ ବର୍ଷରୁ କମ ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତର ମହିଳା ସିନିୟର ଦଳର ଓପନର୍ ଶେଫାଲୀ ବର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। 

ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ ମହିଳା ବିଶ୍ୱକପ ଖେଳାଯିବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଜାନୁଆରୀ ୧୪ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଦକ୍ଷିଣ ଆଫ୍ରିକା, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସ୍କଟଲ୍ୟାଣ୍ଡ ସହିତ ଭାରତ ଗ୍ରୁପ୍ ଡିରେ ସ୍ଥାନ ପାଇଛି। ପ୍ରତ୍ୟେକ ଦଳ ୬ଟି ରାଉଣ୍ଡ ଖେଳିବେ। ପରେ ସେଠାରୁ ସୁପର ସିକ୍ସ ଦଳ ଘୋଷଣା ହେବ। ଏହି ସୁପର ସିକ୍ସ ଟିମକୁ ଦୁଇଟି ଗ୍ରୁପରେ ରଖାଯିବ। ସେହିପରି ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଟିମ ସେମିଫାଇନାଲରେ ପ୍ରବେଶ କରିବେ। ୨୭ ଜାନୁଆରୀରେ ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ୨୯ ଜାନୁଆରୀରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି। 

ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଦଳ:
ଶେଫାଳୀ ବର୍ମା (ଅଧିନାୟକ), ଶ୍ୱେତା ସେହରାଓ୍ୱତ(ଉପଅଧିନାୟକ), ଋଚା ଘୋଷ(ଓ୍ୱିକେଟ କିପର), ଜୀ ତୃଷ୍ଣା, ସୌମ୍ୟା ତିଓ୍ୱାରୀ, ସୋନିଆ ମେହଦିଆ, ହର୍ଲି ଗାଲା, ଋଷିତା ବାସୁ, ସୋନମ ଯାଦବ, ମନ୍ନତ କଶ୍ୟପ, ଅର୍ଚ୍ଚନା ଦେବୀ, ପାର୍ଶ୍ୱି ଚୋପଡ଼ା, ତିସ୍ତା ସଧୁ, ଫଳକ ନାଜ, ଶବନମ

ଷ୍ଟାଣ୍ଡବାୟ: ଶିଖା, ନଜଲା ସିଏମସି, ୟଶଶ୍ରୀ

୧୯ ବର୍ଷରୁ କମ ଟି୨୦ କ୍ରୀଡ଼ାସୂଚୀ
୨୭.୧୨.୨୦୨୨: ଦକ୍ଷିଣ ଆଫ୍ରିକା ବନାମ ଭାରତ (ଟୁକ୍ସ ଓଭାଲ, ପ୍ରିଟୋରିଆ)
୨୯.୧୨.୨୦୨୨: ଦକ୍ଷିଣ ଆପ୍ରିକା ବନାମ ଭାରତ (ଟୁକ୍ସ ଓଭାଲ, ପ୍ରିଟୋରିଆ)
୩୧.୧୨.୨୦୨୨: ଦକ୍ଷିଣ ଆପ୍ରିକା ବନାମ ଭାରତ (ଟୁକ୍ସ ଓଭାଲ, ପ୍ରିଟୋରିଆ)
୦୨.୦୧.୨୦୨୨:  ଦକ୍ଷିଣ ଆପ୍ରିକା ବନାମ ଭାରତ (ଟୁକ୍ସ ଓଭାଲ, ପ୍ରିଟୋରିଆ)
୦୪.୦୧.୨୦୨୨:  ଦକ୍ଷିଣ ଆପ୍ରିକା ବନାମ ଭାରତ (ଟୁକ୍ସ ଓଭାଲ, ପ୍ରିଟୋରିଆ)

Also Read: Puri Jagannath Temple: ହେ କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣି, 'ଏ ନିର୍ବୋଦ୍ଧର ସବୁ ପାପକୁ କ୍ଷମା କର'

Also Read: Barack Obama: ୪ ବର୍ଷର ଶିଶୁକୁ ସାମ୍ନାରେ ଦେଖି କାହିଁକି ନିଜର ଭାଷଣ ବନ୍ଦ କରିଦେଲେ ଓବାମା

Also Read: Team India: ୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!