• ବଣାଇ ସହର ଭିତରେ ପଶିଲେ 2ଟି ଦନ୍ତା ହାତୀ
  • ଗତ ୮ ଦିନ ଧରି ୨ଟି ଦନ୍ତାଙ୍କ ଉତ୍ପାତ ପାଇଁ ଲୋକେ ଭୟଭୀତ
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ରାଜ୍ୟରେ ଦିନକରେ ଆଉ ୪୪୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର ବିନ୍ଦୁସାଗରକୁ ଡେଇଁ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
  • ମୃତ ଛାତ୍ର ସାଇ ଶ୍ରୀ ଜ୍ୟୋତି ପ୍ରକାଶ
  • ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର
  • ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧି
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି

ଟି-୨୦ ପରେ ଦିନିକିଆର ମଧ୍ୟ ଅଧିନାୟକତ୍ୱ ଛାଡିବେ ବିରାଟ କୋହଲି? ଶୀଘ୍ର ନିଆଯିବ ନିଷ୍ପତ୍ତି!

ବିରାଟ କୋହଲି ଆଇସିସି ଟି-୨୦ ବିଶ୍ୱକପ ପରେ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଯଦି କୋହଲି ସେନା ବିଶ୍ୱକପରେ ଭଲ ପ୍ରଦର୍ଶନ ନକରନ୍ତି ତେବେ ତାଙ୍କ ODI ଅଧିନାୟକତ୍ୱ ମଧ୍ୟ ବିପଦରେ ।

ଟି-୨୦ ପରେ ଦିନିକିଆର ମଧ୍ୟ ଅଧିନାୟକତ୍ୱ ଛାଡିବେ ବିରାଟ କୋହଲି? ଶୀଘ୍ର ନିଆଯିବ ନିଷ୍ପତ୍ତି!
(ଫାଇଲ ଫଟୋ)

ନୂଆଦିଲ୍ଲୀ: ୧୭ ଅକ୍ଟୋବରରୁ ୟୁଏଇରେ ଆଇସିସି ଟି-୨୦ ବିଶ୍ୱକପ (T20 World Cup) ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ମାତ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ଟି-୨୦ ର ଅଧିନାୟକତ୍ୱ ଛାଡିବେ । ସେ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ କୋହଲିଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ଆଜି ପର୍ଯ୍ୟନ୍ତ କୌଣସି ଆଇସିସି ଟ୍ରଫି ଜିତି ନାହିଁ, ଯେଉଁଥିପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା ଓ ବର୍ତ୍ତମାନ ସେ ଏପରି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି ।

କାହିଁକି କୋହଲିଙ୍କୁ ଅଧିନାୟକତ୍ୱ ଛାଡିବାକୁ ପଡିଲା?
ବିରାଟ କୋହଲି ଟି-୨୦ ର ଅଧିନାୟକତ୍ୱ ଘୋଷଣା କରିବା ପରଠାରୁ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସେ କାହିଁକି ଏହି ନିଷ୍ପତ୍ତି ନେଲେ? ତାଙ୍କ ଉପରେ କୌଣସି ଚାପ ଥିଲା କି? କିମ୍ବା କାର୍ଯ୍ୟ ଭାର ହେତୁ ସେ ପ୍ରକୃତରେ ଏହି ନିଷ୍ପତ୍ତି ନେଇଛନ୍ତି କି? ଏଠାରେ ଅନେକ ପ୍ରଶ୍ନ ଉଠିଛି କିନ୍ତୁ କେହି ଜାଣି ନାହାଁନ୍ତି ସତ୍ୟତା କ’ଣ? ଯଦିଓ ଟି-୨୦ ର ଅଧିନାୟକତ୍ୱ ତାଙ୍କ ପରେ ରୋହିତଙ୍କୁ ହସ୍ତାନ୍ତର କରାଯାଇପାରେ, ଏହା ପ୍ରାୟ ନିଶ୍ଚିତ ଅଟେ । ଆଠ ବର୍ଷ ପୂର୍ବେ ଯେତେବେଳେ ବିରାଟ କୋହଲିଙ୍କୁ ପଚରାଯାଇଥିଲା ଯେ ତାଙ୍କର ଓ ଏମଏସ ଧୋନିଙ୍କ ବ୍ୟତୀତ ଭାରତ ଦଳର ନେତୃତ୍ୱ ନେବାର କ୍ଷମତା କାହା ପାଖରେ ଅଧିକ ଅଛି । ସେ କହିଥିଲେ, 'ରୋହିତ ଶର୍ମାଙ୍କ ପାଖରେ ଏକ ଜବରଦସ୍ତ କ୍ରିକେଟ୍ ଜ୍ଞାନ ଅଛି । ସେ ଅଧିନାୟକ ହେବାକୁ ଯୋଗ୍ୟ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଏହିପରି ହେବ ଟିମ୍ ଇଣ୍ଡିଆର ପ୍ଲେଇଂ 11! ବାହାରେ ବସିବେ ଏହି ବଡ଼ ଖେଳାଳି?

ODI ଅଧିନାୟକ ପଦରୁ ଇସ୍ତଫା ଦେବେ କୋହଲି!
ନଭେମ୍ବର ୨୦୧୯ ଠାରୁ ବିରାଟ କୋହଲି କୌଣସି ଗୋଟିଏ ଶତକ ମାରିବାରେ ସଫଳ ହୋଇନାହାଁନ୍ତି । ଅଧିନାୟକଙ୍କ ଚାପ ଏତେ ଯେ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବା ଆରମ୍ଭ କରିଛି । ଏପରି ପରିସ୍ଥିତିରେ ଯଦି ଦେଖାଯାଏ, ତେବେ କୋହଲି କେବଳ ଟି-୨୦ ନୁହେଁ ODI ର ଅଧିନାୟକତ୍ୱ ମଧ୍ୟ ଛାଡି ପାରନ୍ତି । ବିସିସିଆଇ ସୂତ୍ରରୁ ପ୍ରକାଶ, “ବିରାଟ ଜାଣିଛନ୍ତି ଯେ ଯଦି ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଦଳ ଭଲ ପ୍ରଦର୍ଶନ ନକରେ, ତେବେ ତାଙ୍କୁ ସୀମିତ ଓଭର ଅଧିନାୟକତ୍ୱରୁ ହଟାଇ ଦିଆଯାଇ ପାରେ । ଯଦି ସୀମିତ ଓଭର ଅଧିନାୟକତ୍ୱ ବିଷୟରେ କୁହାଯାଏ ତେବେ ସେ ଭଲ ପ୍ରଦର୍ଶନ କରିଛନ୍ତି ।"

ଅଧିକ ପଢ଼ନ୍ତୁ: ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଯାଉଛି ଆଉ ଏକ ଗୁଡ଼ ନ୍ୟୁଜ! ବଢ଼ିବ ଦରମା

ରୋହିତଙ୍କ ଉଜ୍ଜ୍ୱଳ ଭାଗ୍ୟ
ଦିନକୁ ଦିନ ରୋହିତଙ୍କ ଭାଗ୍ୟ ଉଜ୍ଜ୍ୱଳମୟ ହେବାରେ ଲାଗିଛି । ରୋହିତ ନିଜ ସାଥୀ ଖେଳାଳିଙ୍କ ମଧ୍ୟରେ ଜଣେ ଶକ୍ତିଶାଳୀ ଅଧିନାୟକ ଭାବରେ ନିଜକୁ ଆକଳନ କରିଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ତାଙ୍କର ଦବଦବା ଏହା ପ୍ରମାଣ କରେ । ତେବେ ଜାତୀୟ ସ୍ତରରେ ସେ ଅଧିନାୟକତ୍ୱ ପାଇଁ ଅଧିକ ସୁଯୋଗ ପାଇନାହାଁନ୍ତି । ଆଗାମୀ ଟି-୨୦ ବିଶ୍ୱକପ ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବାକୁ କୋହଲି ଘୋଷଣା କରିବା ପରେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ମନକୁ ଆସିଥିବା ପ୍ରଥମ ପ୍ରଶ୍ନ କିଏ ପରବର୍ତ୍ତୀ ଅଧିନାୟକ ହେବ? ଓ ବିନା କୌଣସି ସନ୍ଦେହରେ ରୋହିତ ଅଧିନାୟକ ହେବାକୁ ପ୍ରାର୍ଥୀ ତାଲିକାରେ ଶୀର୍ଷରେ ଅଛନ୍ତି ।

ଅଧିକ ପଢ଼ନ୍ତୁ: ବେକାରୀ ଭତ୍ତା ଚାହୁଁଥିଲେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ;ଏହା ହେଉଛି ପକ୍ରିୟା, ତୁରନ୍ତ ମିଳିବ ଲାଭ

ଏହି ୩୪ ବର୍ଷୀୟ ଓପନର୍ ଦଳର ଅନ୍ୟତମ ଅଭିଜ୍ଞ ଖେଳାଳି ଓ ସୀମିତ ଓଭର ଦଳର ଉପ-ଅଧିନାୟକ ମଧ୍ୟ ଅଟନ୍ତି । ରୋହିତଙ୍କ ଆଇପିଏଲରେ ଏକ ଜବରଦସ୍ତ ରେକର୍ଡ ରହିଛି, ଯାହା ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚଟି ଆଇପିଏଲ ଟାଇଟଲରେ ଜିତାଇବାରେ ସଫଳତା ଦେଇଛି । ରୋହିତ ୧୦ ଟି ଦିନିକିଆରେ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ସେ ୮ ଟି ମ୍ୟାଚରେ ଜିତିଛନ୍ତି ଓ ୧୯ ଟି ଟି-୨୦ ମ୍ୟାଚରେ ଅଧିନାୟକତ୍ୱ କରି ସେ ୧୫ ଟି ମ୍ୟାଚରେ ବିଜୟର ସ୍ୱାଦ ଚାଖିଛନ୍ତି ।