)
Cricket News: ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ରୋସନାରା ପରୱିନ୍ ଅବସର ଘୋଷଣା କରିଛନ୍ତି । T20 ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଥମ ମହିଳା କ୍ରିକେଟର୍ ହେଉଛନ୍ତି ରୋସନାରା । ୨୦୧୨ ଏସିଆ କପ୍ ଚମ୍ପିଆନ୍ ଟିମ୍ର ସଦସ୍ୟ ରହିଥିଲେ ରୋସନାରା । ଦେଶ ପାଇଁ ଗୋଟିଏ ଦିନିକିଆ ଓ ୨ଟି T20 ମ୍ୟାଚ୍ରେ ପ୍ରତିନିଧିତ୍ବ କରିଥିଲେ ।
ରୋସନାରା ପରୱିନଙ୍କ କ୍ରିକେଟ କ୍ୟାରିୟର ରାଜ୍ୟ ଏବଂ ରାଦ୍ୟ ବାହାରର ଯୁବ ଖେଳାଳିମାନଙ୍କୁ ବେଶ୍ ଅନୁପ୍ରାଣିତ କରିଥିଲା। ଓଡ଼ିଶାରୁ ଜାତୀୟ ସ୍ତରରେ ମହିଳା କ୍ରିକେଟ ପାଇଁ ରୋସନାରାଙ୍କ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ସେ ପ୍ରତିବନ୍ଧକ ଏଡାଇ ମହିଳା କ୍ରିକେଟରଙ୍କ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ। ସେ ନିଜେ ଖୁବ କଠିନ ପରିଶ୍ରମ କରିଥିଲେ ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ତାଙ୍କ ପ୍ରତି ଥିଲା । ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ ରାଜ୍ୟ ପ୍ରତି ରୋସାନାରାଙ୍କ ଅବଦାନକୁ ପ୍ରଶଂସା କରିଥିଲା ।
ରୋସାନାରାଙ୍କ ଅବସର ଓଡ଼ିଶା ମହିଳା କ୍ରିକେଟରେ ଏକ ଯୁଗର ଅନ୍ତ ଘଟାଇଛି। ସେ ସାହସ, ଉତ୍କର୍ଷତା ଏବଂ ପ୍ରେରଣାର ଏକ ଐତିହ୍ୟ ଛାଡିଯାଇଛନ୍ତି। ପ୍ରଶଂସକ ଏବଂ ସାଥୀ ଖେଳାଳିମାନେ ତାଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି। ତାଙ୍କ କାହାଣୀ ଭବିଷ୍ୟତ ପିଢ଼ିର କ୍ରିକେଟରମାନଙ୍କୁ ନିଶ୍ଚେ ପ୍ରେରଣା ଦେବ ।