WTC Final: ଶେଷ ଦିନରେ କ’ଣ ରହିବ ନ୍ୟୁଜିଲ୍ୟାଣ୍ଡର ପ୍ଲାନ, ସାଉଦି କଲେ ଖୁଲାସା
Advertisement
Article Detail0/zeeodisha/odisha926694

WTC Final: ଶେଷ ଦିନରେ କ’ଣ ରହିବ ନ୍ୟୁଜିଲ୍ୟାଣ୍ଡର ପ୍ଲାନ, ସାଉଦି କଲେ ଖୁଲାସା

WTC Final, India vs New Zealand: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲର ଆଜି (ବୁଧବାର) ଶେଷ ଦିନ । ମ୍ୟାଚ୍ ଜିତିବା ପାଇଁ ଉଭୟ ଦଳ ଯଥାସମ୍ଭବ ଚେଷ୍ଟା କରିବେ । ଏହି ସମୟରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି (Tim Southee) ଦଳର ଶେଷ ଦିଆନର ପ୍ଲାନକୁ ନେଇ ବଡ଼ ଖୁଲାସା କରିଛନ୍ତି ।

 

(ଫଟୋ:AP)

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରୁ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ (World Test Championship title) ଜିତିବ, ଏହାର ଫଳାଫଳକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ପଞ୍ଚମ ଦିନ ଶେଷ ସୁଦ୍ଧା ଭାରତ (India) ନ୍ୟୁଜିଲ୍ୟାଣ୍ଡ ଉପରେ ୩୨ ରନର ଅଗ୍ରଣୀ ହାସଲ କରିଛି । ଶେଷ ଦିନରେ କିୱି ଦଳର ପ୍ଲାନ କ’ଣ ହେବ ଏହାକୁ ନେଇ ଦ୍ରୁତ ବୋଲର ଟିମ୍ ସାଉଦି (Tim Southee) ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ କଠିନ ପରିସ୍ଥିତିରୁ ବାହାରିବା ପରେ ପ୍ରଥମ ଇନିଂସରେ ଆମେ ଯେଉଁଭଳି ଅଗ୍ରଣୀ ହାସଲ କରିଥିଲୁ, ତାହା ଚମତ୍କାର ଥିଲା । ବର୍ତ୍ତମାନ ଶେଷ ଦିନର ପ୍ରଥମ ସେସନ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ସମୟରେ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ, ସେହି ଦଳ ମ୍ୟାଚର ଅଗ୍ରଣୀ ଲାଭ କରିବ ।

ପଞ୍ଚମ ଦିନର ଖେଳ ଶେଷ ହେବା ପରେ ସାଉଦି କହିଛନ୍ତି ଯେ ଆମେ ୫୦ ରନରୁ ଅଧିକ ରନ୍‌ର ଅଗ୍ରଣୀ ହାସଲ କରିବାକୁ ଚାହୁଁଥିଲୁ । କିନ୍ତୁ ଭାରତୀୟ ବୋଲରମାନେ ଭଲ ବୋଲିଂ କରି ଆମକୁ ଚାପରେ ରଖିଥିଲେ । ଏହା ସତ୍ତ୍ୱେ ଆମେ ୩୦ ରନରୁ ଅଧିକ ରନ୍‌ର ଅଗ୍ରଣୀ ନେବାକୁ ସକ୍ଷମ ହୋଇଥିଲୁ, ଯାହା ଦଳ ପାଇଁ ଉତ୍ସାହଜନକ ଥିଲା । ଯଦିଓ ଆପଣ ଏକ ଦଳ ଭାବରେ ଅଧିକ ରନ ଚାହାଁନ୍ତି । ମୁଁ ଆନ୍ତରିକତାର ସହିତ ଆଶା କରୁଛି ଯେ ଲୋକମାନେ ଶେଷ ଦିନରେ ରୋମାଞ୍ଚକର କ୍ରିକେଟ୍ ଦେଖିବାକୁ ପାଇବେ ।

ଅଧିକ ପଢ଼ନ୍ତୁ: WTC Final: ଟାୱେଲ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଶାମି, ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଶେଷ ଦିନରେ ମ୍ୟାଚ୍ ରୋମାଞ୍ଚକର ହେବ: ସାଉଦି 
ସାଉଦି ଆହୁରି କହିଛନ୍ତି ଯେ ଭାରତୀୟ ବ୍ୟାଟିଂ ଚମତ୍କାର ଅଟେ । ଭାରତର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଓ ଚେତେଶ୍ୱର ପୂଜାରା (Cheteshwar Pujara) ବର୍ତ୍ତମାନ କ୍ରିଜରେ ଉପସ୍ଥିତ ଅଛନ୍ତି । ଏଭଳି ପରିସ୍ଥିତିରେ ଆମକୁ ଶେଷ ଦିନରେ ଆମର ସର୍ବୋତ୍ତମ ଖେଳ ଦେଖାଇବାକୁ ପଡିବ । ଏହି ପରିସ୍ଥିତିରେ ଉଭୟ ଦଳ ପାଇଁ ପ୍ରଥମ ଦୁଇ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ଓ ଏହି ସମୟ ମଧ୍ୟରେ ଖେଳର ଗତି ସ୍ଥିର କରିବ । ଆମେ ସକାଳେ ପିଚ୍ ଓ ପାଣିପାଗକୁ ଦେଖିବୁ ଓ ଏହାପରେ ଆମେ କିପରି ଖେଳିବୁ ତା'ର ପ୍ଲାନ ପ୍ରସ୍ତୁତ କରିବୁ । ତଥାପି, ଆମେ ଜାଣୁ ଯେ ଆମକୁ ଏକ କଠିନ ଦିନ ଅପେକ୍ଷା କରିଛି । ଯେଉଁ ମୋଡରେ ମ୍ୟାଚ୍ ରହିଛି । ସେଥିରୁ ତିନୋଟି ଫଳାଫଳ ଆସିପାରେ ।

ଅଧିକ ପଢ଼ନ୍ତୁ: ଭାବବିହ୍ୱଳ ହେଲେ ଚିରାଗ ପାସୱାନ; ପ୍ରଥମ ଥର ପାଇଁ BJP ବିଷୟରେ ଏହା କହିଲେ

ଭାରତ ୩୨ ରନରେ ଅଗ୍ରଣୀ 
ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ଭାରତ ନ୍ୟୁଜିଲ୍ୟାଣ୍ଡ ଉପରେ ୩୨ ରନର ଅଗ୍ରଣୀ ହାସଲ କରିଛି । ବିରାଟ କୋହଲି (୮) ଓ ଚେତେଶ୍ୱର ପୂଜାରା (୧୨) ରନ୍ କରି ଖେଳୁଛନ୍ତି । ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଭାରତର ୨୧୭ ରନର ଜବାବରେ ପ୍ରଥମ ଇନିଂସରେ ୨୪୯ ରନ ସ୍କୋର କରିଥିଲା । ଏଥିରେ ଟିମ୍ ସାଉଥୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ନିଜ ଦଳ ପାଇଁ ୩୦ ରନ୍ ଯୋଡିଥିଲେ । ପ୍ରଥମ ଇନିଂସ ଆଧାରରେ ନ୍ୟୁଜିଲ୍ୟାଣ୍ଡ ଭାରତ ଉପରେ ୩୨ ରନ୍ ଅଗ୍ରଣୀ ହାସଲ କରିଥିଲା । ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଇନିଂସରେ ଭାରତ ଦୁଇଟି ୱିକେଟ୍ ହରାଇ ୬୪ ରନ୍ ସଂଗ୍ରହ କରିଛି । ରୋହିତ ଶର୍ମା (୩୦) ଓ ଶୁଭମନ ଗିଲ (୮) କରି ଆଉଟି ହୋଇଯାଇଛନ୍ତି । ଉଭୟଙ୍କ ୱିକେଟ୍ ଟିମ୍ ସାଉଦି ନେଇଥିଲେ ।