Advertisement
Article Detail0/zeeodisha/odisha2672202
Zee OdishaOdisha StateOdisha News: ରାଜ୍ୟରେ ଖୋଲିବ ଅଧୂକ ଶସ୍ୟ ଏଟିଏମ୍

Odisha News: ରାଜ୍ୟରେ ଖୋଲିବ ଅଧୂକ ଶସ୍ୟ ଏଟିଏମ୍

ଭୁବନେଶ୍ଵର: ରାଜ୍ୟରେ ଖୋଲିବ ଶସ୍ୟ ଏଟିଏମ। ଲାଭ ଉଠାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ଏଲିଜାବେଥଙ୍କ ସହିତ ଆଲୋଚନା ପରେ ଏହି ସୂଚନା ପ୍ରଦାନ କରିଛନ୍ତି।  ଶ୍ରୀ ପାତ୍ର କହିଛନ୍ତି କି  ଜନ ପୋଷଣ କେନ୍ଦ୍ର ମାଧ୍ୟମରେ

Odisha News: ରାଜ୍ୟରେ ଖୋଲିବ ଅଧୂକ ଶସ୍ୟ ଏଟିଏମ୍

Odisha News: ଭୁବନେଶ୍ଵର: ରାଜ୍ୟରେ ଖୋଲିବ ଶସ୍ୟ ଏଟିଏମ। ଲାଭ ଉଠାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ଏଲିଜାବେଥଙ୍କ ସହିତ ଆଲୋଚନା ପରେ ଏହି ସୂଚନା ପ୍ରଦାନ କରିଛନ୍ତି। 

ଶ୍ରୀ ପାତ୍ର କହିଛନ୍ତି କି  ଜନ ପୋଷଣ କେନ୍ଦ୍ର ମାଧ୍ୟମରେ ପୁଷ୍ଟିଯୁକ୍ତ ଶସ୍ୟ ଯୋଗାଣ, ସରକାରୀ ସୁଲଭ ମୂଲ୍ୟ ଦୋକାନଗୁଡିକର ସୁଦୃଢ଼ୀକରଣ କରାଯିବ। ଖାଦ୍ୟ ସୁରକ୍ଷା ଦିଗରେ ଆହୁରି ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। 

ତେବେ ମନ୍ତ୍ରୀ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧ ଏଲିଜାବେଥ ଫୋରେଙ୍କ ସହ ସାକ୍ଷାତ ବେଳେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟରେ ଖାଦ୍ୟ ନିରାପତ୍ତା ଓ ଉତ୍ତମ ପୋଷଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ହିତାଧିକାରୀଙ୍କ ପାଇଁ ଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଅବଗତ କରାଇଥିଲେ। 

Add Zee News as a Preferred Source
About the Author