)
Odisha News: ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଜାତୀୟ ରାଜପଥ ୬୦ ନମ୍ବରରେ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକ କୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଜଳେଶ୍ୱରରେ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଏକ ଧାନ ବୋଝେଇ ଟ୍ରକ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କ୍ୟାବିନ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି। ଘଟଣାସ୍ଥଳରେ ହେଲପର ନରସିଂହ ଖଟୁଆଙ୍କ ଓ ଡ୍ରାଇଭର ସେକ ଅବଦୁଲ ଙ୍କ ମୃତ୍ୟୁ ହୋଇଛି । ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବ ସୂଚନା ମିଳିଛି।