Advertisement
Article Detail0/zeeodisha/odisha2768484
Zee OdishaOdisha StateOdisha News: ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ୨ଲକ୍ଷରୁ ଅଧିକ ଟଙ୍କା ଲୁଟ୍

Odisha News: ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ୨ଲକ୍ଷରୁ ଅଧିକ ଟଙ୍କା ଲୁଟ୍

Odisha News: ବୋମା ମାଡ଼ କରି ୨ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସରେଇ ନିକଟରେ ବୋମା ଫୁଟାଇ ଦୁଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । 

Odisha News: ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ୨ଲକ୍ଷରୁ ଅଧିକ ଟଙ୍କା ଲୁଟ୍

Odisha News: ବୋମା ମାଡ଼ କରି ୨ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସରେଇ ନିକଟରେ ବୋମା ଫୁଟାଇ ଦୁଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । କରଞ୍ଜିଆ ସରକାରୀ ସ୍ବୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଦୋକାନ ବନ୍ଦ କରି ଦୋକାନର ୨ଜଣ କର୍ମଚାରୀ ଦିନେଶ ପ୍ରସାଦ ଓ ଅଶ୍ବୀନି କର, ସ୍କୁଟି ଡିକିରେ ଦୋକାନରେ ବିକ୍ରି ଟଙ୍କା ଧରି ଦୋକାନ ମାଲିକଙ୍କ ଘରକୁ ଯାଉଥିବା ବେଳେ, ସରେଇ ଆମ୍ଵବଗିଚା ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ବୋମା ମାଡ଼ କରିଥିଲେ। ଟଙ୍କା ଲୁଟିନେଇ ପୁଣି କରଞ୍ଜିଆ ରାସ୍ତା ଦେଇ ଫେରାର୍ ହେଇଯାଇଥିଲେ । ଗତକାଲି ବିଳମ୍ୱିତ ରାତିରେ ଘଟଣା ଘଟିଥିବା ବେଳେ,ଆଜି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Add Zee News as a Preferred Source
About the Author