)
କଟକ/ବାରିପଦା: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ଫଳରେ ନଦୀ ଗୁଡିକର ଜଳସ୍ତର ବଢିବା ସହ ସ୍ତ୍ରୋତ ମଧ୍ୟ ଅଧିକ ରହିଛି । ଫଳରେ ବିଭିନ୍ନ ସ୍ଥାନରୁ ଅଘଟଣ ସାମ୍ନାକୁ ଆସୁଛି । ଆଜି ନଦୀରେ ଗାଧୋଇବା ସମୟରେ ଭାସି ନିଖୋଜ ହୋଇଛନ୍ତି ୨ଜଣ ବ୍ୟକ୍ତି ।
ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ମହାନଦୀ ଘାଟରେ ବୁଡ଼ି ଜଣେ ନିଖୋଜ ହୋଇଛନ୍ତି । ଗାଧୋଇବା ବେଳେ ଭାସି ନିଖୋଜ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଆରମ୍ଭ ହୋଇଛି । ନିଖୋଜ ବ୍ୟକ୍ତି ଜଣଙ୍କ ବାଙ୍କୀ ଚର୍ଚ୍ଚିକାସାହିର ବୋଲି ସୂଚନା ମିଳିଛି ।
ଅନ୍ୟପଟେ, ବୁଢାବଳଙ୍ଗ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନାର୍ଖା ବ୍ରିଜ୍ ତଳେ ଗାଧୋଇବା ବେଳେ ଭାସିଯାଇଥିଲେ ଯୁବକ । ବାଲେଶ୍ୱରର ୩ ସାଙ୍ଗଙ୍କ ସହ ଆସି ନଦୀରେ ଗାଧୋଉଥିଲେ । ବୈଶିଙ୍ଗା ପୋଲିସ୍ ଓ ଅଗ୍ନିଶମ ଟିମ୍ ନଦୀରେ ଖୋଜାଖୋଜି ଜାରି ରଖିଛି ।