)
ଭୁବନେଶ୍ୱର: ପୁଣି ୨ ଆଇପିଏସ୍ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବାକୁ ମନ ବଳାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ କମିଟି ଏହି ଦୁଇ ଅଧିକାରୀଙ୍କ ନାଁକୁ ତାଲିକାଭୁକ୍ତ କରିଛି। ଆଜି ଏହାଙ୍କ ସହ ୨୦ ଜଣ ଅଧିକାରୀଙ୍କ ନିବେଦନକୁ ତାଲିକାଭୁକ୍ତ କରାଯାଇଛି।
ଏ ଦୁଇ ଅଧିକାରୀ ରାଜ୍ୟର ବରିଷ୍ଠ ଅଧିକାରୀ ଭାବେ ପରିଚିତ। ଅନୁପ ବିଜୁ ପଟ୍ଟନାୟକ ତାଲିମ ପ୍ରତିଷ୍ଠାନର ଆଇଜିପି ଭାବେ କାମ କରୁଥିବା ବେଳେ ଅତିକିକ୍ତ ଡିଜି ଅଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏହି ଦୁଇ ଅଧିକାରୀ ବିଶେଷ କ୍ଷମତାପନ୍ନ ଥିଲେ।
କିଛିଦିନ ପୂର୍ବରୁ ଓଡ଼ିଶା କ୍ୟାଡର ଅଧିକାରୀ ରବିକାନ୍ତ, ଡିଏସ୍ କୁଟ୍ଟେ ଏବଂ ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦ୍ର ସରକାର ସୀମା ସୁରକ୍ଷାବଳରେ ନିଯୁକ୍ତି ପ୍ରଦାନ କରିଥିଲେ। ରବିକାନ୍ତ ଏବଂ କୁଟ୍ଟେ ଆଇଜି ପାହ୍ୟା ଅଧିକାରୀ ହୋଇଥିବାବେଳେ ମିତ୍ରଭାନୁ ଡିଆଇଜି ପାହ୍ୟାର ଅଧିକାରୀ।