Advertisement
Article Detail0/zeeodisha/odisha2692352
Zee OdishaOdisha StateOdisha News: ଅଙ୍ଗନବାଡ଼ି କେନ୍ଦ୍ରର ଛତୁଆ ଖାଇ ୨ ଶିଶୁ ମୃତ, ଦୁଇ ଗୁରୁତର

Odisha News: ଅଙ୍ଗନବାଡ଼ି କେନ୍ଦ୍ରର ଛତୁଆ ଖାଇ ୨ ଶିଶୁ ମୃତ, ଦୁଇ ଗୁରୁତର

Odisha News: (ପ୍ରେମାନନ୍ଦ ପୂଜାରୀ) ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରସାଶନର ନିଦ ଭାଙ୍ଗିଥିଲା, ଏବଂ ପ୍ରକୃତ ଛତୁଆ ପ୍ରସ୍ତୁତି ର କେଳେଙ୍କାରୀ ଗୁମର ଖୋଲିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତବାରସିଂ ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ତତ୍କାଳୀନ ଉପଜିଲ୍ଲାପାଳ ପହଞ୍ଚି ଯାଞ୍ଚ କରିବା ପରେ ସମ୍ପୃକ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ବନ୍ଦ କରିଥିଲେ। 

Odisha News: ଅଙ୍ଗନବାଡ଼ି କେନ୍ଦ୍ରର ଛତୁଆ ଖାଇ ୨ ଶିଶୁ ମୃତ, ଦୁଇ ଗୁରୁତର

Odisha News: ଅଙ୍ଗନବାଡ଼ି କେନ୍ଦ୍ର ର ଛତୁଆ ଖାଇ ୨ ଶିଶୁ ମୃତ, ଦୁଇ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ରାମଗିରି ଗ୍ରାମର ତୁଳସୀ ନଗରରେ । ଗୋଟିଏ ପରିବାରର ୨ ଭଉଣୀ ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକ ଦୁଇ ଭଉଣୀ ହେଲେ ରାମଗିରି ଗ୍ରାମ ନିକଟସ୍ତ ତୁଳସୀ ନଗର ଦୁଇ ଶିଶୁ କନ୍ୟା ତୁଳସୀ ବଡମୁଣ୍ଡି (୬) ଏବଂ ଗୁଣବତୀ ବଡମୁଣ୍ଡି (୩)। ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଛତୁଆ ଖାଇ ୨ ଶିଶୁକନ୍ୟା ପ୍ରାଣ ହରାଇଥିବା ବେଳେ ଆଉ ୨ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଭାବେ ସୁମିତ୍ରା ବଡ଼ମୁଣ୍ଡି (୧୨) ଓ ତାଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି(୪୬) ଚିକିତ୍ସିତ ହୋଇଛନ୍ତି। 

ମିଳିଥିବା ସୂଚନା ପ୍ରକାରେ ଶିବଶଙ୍କର ବଡ଼ମୁଣ୍ଡି ଓ ତାଙ୍କ ପତ୍ନୀ ରବିବାର ଅପରାହ୍ଣ ସାଢ଼େ ଗୋଟାଏ ରେ ତୁଳସୀ ଓ ଗୁଣବତୀଙ୍କୁ ଅସୁସ୍ଥ ଅବସ୍ଥାରେ ରାମଗିରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଢ଼େ ୪ଟାରେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଶିଶୁକନ୍ୟାଙ୍କ ଏଭଳି ଅବସ୍ଥା ଦେଖି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କର ଏହାର କାରଣ ଜାଣିବାକୁ ଚାହିଁଥିଲେ ପଚରାଉଚରା ପରେ ପରିବାରର ୪ଜଣ ଛତୁଆ ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସୁମିତ୍ରା ଓ ତାଙ୍କ ବାପା ଅର୍ଜୁନଙ୍କୁ ମଧ୍ୟ ରାମଗିରି ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ସମସ୍ତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ରାତି ସାଢ଼େ ୯ଟାରେ ଗୁଣବତୀଙ୍କ ମୃତ୍ୟୁ ଘଟିଥିଲା ଏବଂ ସୁମିତ୍ରା ଓ ଅର୍ଜୁନଙ୍କୁ ରାତିରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି।

 ଗତ ଗୁରୁବାର ଦିନ ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆକୁ ପରିବାରବର୍ଗ ଖାଇଥିବା ଜଣାପଡ଼ିଛି। ତେବେ ପ୍ରକୃତରେ ଛତୁଆ ଖାଇ ନା’ ଅନ୍ୟ କୌଣସି ବିଷକ୍ରିୟାରୁ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି, ଏନେଇ ସ୍ପଷ୍ଟ ହୋଇପାରିନି ରାମଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିଗତ ଜୁଲାଇ ମାସ 2021 ମସିହାରେ ରାମଗିରି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଣ ହେଉଥିବା ଛତୁଆ ର ପ୍ରସ୍ତୁତି ,ଗୁଣବତ୍ତା ଓ ଓଜନରେ ଅନିୟମିତତାକୁ ନେଇ ଆମେ ଜୀଓଡିଶା ନ୍ୟୁଜରେ ଖବର ପ୍ରକାଶ କରିଥିଲୁ। ସେତେବେଳେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରସାଶନର ନିଦ ଭାଙ୍ଗିଥିଲା, ଏବଂ ପ୍ରକୃତ ଛତୁଆ ପ୍ରସ୍ତୁତି ର କେଳେଙ୍କାରୀ ଗୁମର ଖୋଲିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତବାରସିଂ ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ତତ୍କାଳୀନ ଉପଜିଲ୍ଲାପାଳ ପହଞ୍ଚି ଯାଞ୍ଚ କରିବା ପରେ ସମ୍ପୃକ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ବନ୍ଦ କରିଥିଲେ। 

Add Zee News as a Preferred Source

ଏଥି ସହ ଜଣେ ଅଙ୍ଗନବାଡି କର୍ମୀକୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଛତୁଆ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କେତେକ ରାଜନୈତିକ ବ୍ୟକ୍ତିଙ୍କ ଦ୍ବାରା ଚାପ ପକାଇ ପୁନଃ ଚାଲୁ କରାଯାଇଥିଲା। ସେତେବେଳେ ସେହି ନ୍ୟୂଜ ନକରିବାପାଇଁ କଳ ବଳ କୈଶଳ ପ୍ରୟୋଗ କରାଯାଇଥିଲା , ତଥାପି ନିର୍ଭିକ ଭାବେ ଦୁର୍ଣ୍ଣିତି ର ଖୋଲାସା କରାଯାଇଥିଲା। ତଥାପି ଏଭଳି ଅଘଟଣ ଘଟିପାରିବ ତାହା ବାସ୍ତବରେ ପରିକଳ୍ପନା ବାହାରେ। ତେବେ କୋମଳ ମୋତି ଶିଶୁ ଓ ମହିଳା ମାନଙ୍କ ବିକାଶ ପାଇଁ ସରକାର ଯେଉଁ ପୃଷ୍ଟିକର ଛତୁଆ ଯୋଗାଉଛନ୍ତି ତାହା ବାସ୍ତବରେ କେତେ ଯେ ସୁରକ୍ଷିତ ଏବେ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

About the Author