Advertisement
Article Detail0/zeeodisha/odisha2672182
Zee OdishaOdisha StateOdisha Crime News: ଇଞ୍ଜିନିୟରଙ୍କୁ ପିଟି ମାରିଦେଲେ !, ବନ୍ଧା ହେଲେ ୭

Odisha Crime News: ଇଞ୍ଜିନିୟରଙ୍କୁ ପିଟି ମାରିଦେଲେ !, ବନ୍ଧା ହେଲେ ୭

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବ ଇଞ୍ଜିନିୟରକୁ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ପିପିଲି ଥାନା ଗୁଡ଼ିଆପୋଖରୀ ଛକ ନିକଟ କେଇସି କଲେଜ ସାମନାରେ ଥିବା ନିଶା ନିବାରଣ ସଂସ୍ଥା ‘ଦିଶା’ ଫାଉଣ୍ଡେସନ୍‌ରେ। ଏହି ଘଟଣାରେ ପୁଲିସ ଫାଉଣ୍ଡେସନ୍‌ର ୭ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଇନ୍ଦ

Odisha Crime News: ଇଞ୍ଜିନିୟରଙ୍କୁ ପିଟି ମାରିଦେଲେ !, ବନ୍ଧା ହେଲେ ୭

Odisha Crime News: ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବ ଇଞ୍ଜିନିୟରକୁ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ପିପିଲି ଥାନା ଗୁଡ଼ିଆପୋଖରୀ ଛକ ନିକଟ କେଇସି କଲେଜ ସାମନାରେ ଥିବା ନିଶା ନିବାରଣ ସଂସ୍ଥା ‘ଦିଶା’ ଫାଉଣ୍ଡେସନ୍‌ରେ। ଏହି ଘଟଣାରେ ପୁଲିସ ଫାଉଣ୍ଡେସନ୍‌ର ୭ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଇନ୍ଦ୍ରଜିତ ଦାସ (୨୭), ପ୍ରଦ୍ୟୁମ୍ନ ମହାରଣା (୪୨), ମିଟୁ ବିହାରୀ (୪୩), ତାପସ କୁମାର ସାହୁ (୩୯), ରତନ ତ୍ରିପାଠୀ (୩୪), ପବିତ୍ର ଦାସ (୩୮) ଓ ରାହୁଲ ପାତ୍ର (୨୮)।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳର ଶୁଭାଶିଷ ନାୟକ ଏହି ନିଶା ନିବାରଣ କେନ୍ଦ୍ରରେ ରହି ଚିକିତ୍ସିତ ହେଉଥିଲେ। ଗତ ଡିସେମ୍ବର ମାସରୁ ସେ ଏହି ନିଶା ନିବାରଣ କେନ୍ଦ୍ରରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ରହିଛି। ତେବେ ଇଞ୍ଜିନିୟର ପୁଅକୁ ଦେଖିବା ପାଇଁ ବାପା ଅବସରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ନବକୃଷ୍ଣ ଚୌଧୂରୀ ଓ ମା ନିବାରଣ କେନ୍ଦ୍ରକୁ ଆସୁଥିଲେ। ଚଳିତ ମାସ ମାର୍ଚ୍ଚ ମାସରେ ମଧ୍ୟ କେନ୍ଦ୍ରକୁ ଯାଇ ପୁଅକୁ ଦେଖି ଆସିଥିଲେ। 

ତେବେ ହଟାତ ବୁଧବାର ଦିନ ପ୍ରାୟ ସାଢେ ୩ଟା ସମୟରେ ଦିଶା ଅନୁଷ୍ଠାନର କର୍ମଚାରୀ ପ୍ରତାପ ମହାନ୍ତି ଶୁଭାଶିଷଙ୍କ ଶାରିରୀକ ଅସୁସ୍ଥତା ସମ୍ପର୍କରେ ଶ୍ରୀ ଚୌଧୂରୀଙ୍କୁ କହିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ଖବର ପାଇ ପୁଅକୁ ଦେଖିବାକୁ ଶ୍ରୀ ଚୌଧୂରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ଦିଶା ଅନୁଷ୍ଠାନର କର୍ମଚାରୀମାନେ ପିଟି ପିଟି ତାଙ୍କୁ ମାରିଦେଇଥିବା ନେଇ ସେ ଜାଣିବାକୁ ପାଇଥିଲେ। ବ୍ୟବଚ୍ଛେଦ ସମୟରେ ଆଭ୍ୟନ୍ତରୀଣ କ୍ଷତ ଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। 

Add Zee News as a Preferred Source

ଏନେଇ ଶ୍ରୀ ଚୌଧୂରୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର ଦାସ ପ୍ରମୁଖ ଦିଶା ଅନୁଷ୍ଠାନରେ ତଦନ୍ତ କରିବା ସହ ଭଙ୍ଗା ପ୍ଲାଷ୍ଟିକ ଲାଠି, ପ୍ୟାଣ୍ଟ, ସାର୍ଟ ଅନୁଷ୍ଠାନର ବିଭିନ୍ନ କାଗଜପତ୍ର ଓ ସିସିଟିଭିର ହାର୍ଡଡିସ୍କ ଆଦିକୁ ଜବତ କରିଛନ୍ତି। ଅଧିକ ତଦନ୍ତ ପାଇଁ ପୁରୀରୁ ସାଇଣ୍ଟିଫିକ ଟିମ ପହଞ୍ଚି ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରି ରଖିଥିବା ନେଇ ଥାନା ଅଧିକାରୀ ସୂଚନାପ୍ରଦାନ କରିଛନ୍ତି। 

About the Author