)
Road Accidet: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁ କିଛି । କ୍ଷ-ଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ପିଏନ୍ କଲେଜ ନିକଟରେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ମୃତକଙ୍କ ପରିଚୟ ମିଳିନି। ସମସ୍ତେ ସାତଶଙ୍ଖ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପିଏନ୍ କଲେଜ ଛକ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବାଇକ୍ ରେ ତିନିଜଣ ବସି ଭୁବନେଶ୍ବର ଯାଉଥିବା ସମୟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିୂବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ହିଁ ବାଇକ୍ ରେ ବସିଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ସମସ୍ତେ ସାତଶଙ୍ଖ ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଆଇରନ୍ ଟ୍ରକ ସହ ବାଇକ୍ ଟିକୁ ପୋଲିସ୍ ଜବତ କରିଛି ଶିଳ୍ପାଞ୍ଚଳ ଥାନା ପୋଲିସ୍। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।