)
ଭୁବନେଶ୍ବର: ଅଣଛାତ୍ରୀ ଓ ଅଣଛାତ୍ର ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି ଛାତ୍ରୀ। ସବୁ ଗେଟ୍ରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ରୀ । କ୍ୟାମ୍ପସ୍ ଭିତରକୁ ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ଛାତ୍ରୀ ଖପ୍ପା ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରମାଦେବୀ ବିଶ୍ବବିଦ୍ୟାଳୟ ଉତ୍ତେଜନା ଘଟଣାରେ ପ୍ରତିକ୍ରିୟା ରଖି କୁଳପତି କହିଛନ୍ତି ଯେ, ଦୁଇ ଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର ମରାକୁ ନେଇ ବିବାଦ ହୋଇଥିଲା ଏବଂ ଘଟଣାରେ ଆମେ ହସ୍ତକ୍ଷେପ କରି ଆଲୋଚନାରେ ସମାଧାନ କରିଥିଲୁ । ମାତ୍ର କିଛି ସମୟ ପରେ ୧୨ ଯୁବକ ଜୋର ଜବରଦସ୍ତ କ୍ୟାମ୍ପସ ଭିତରେ ପଶିଥିଲେ । ଏହାପରେ ପାଟିତୁଣ୍ଡ ଆରମ୍ଭ ହେବାରୁ ଆମେ ପୋଲିସର ସହାୟତା ନେଇଥିଲୁ । ଯେଉଁମାନେ କ୍ୟାମ୍ପସ୍କୁ ପଶିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକୁ ଆମେ ଦାବି କରିଛୁ । କ୍ୟାମ୍ପସ୍କୁ ସୁରକ୍ଷା ଯୋଗାଇବାକୁ ପୋଲିସ୍କୁ କହିଛୁ ବୋଲି କୁଳପତି ପ୍ରକାଶ କରିଛନ୍ତି ।